Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୧୫ , ଶ୍ରାବଣ ଶିବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ । ବ୍ୟକ୍ତିତ୍ୱ ଏବଂ ସମ୍ମାନରେ ହେବ ଉନ୍ନତି ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ମହାଦେବଙ୍କ ପ୍ରିୟ ମାସ ଅଟେ ଏବଂ ଶିବରାତ୍ରି ଭଳି ଶ୍ରାବଣ ମାସ ରାତ୍ରି ମଧ୍ୟ ଅତ୍ୟନ୍ତ ଖାସ ହୋଇଥାଏ । ଶ୍ରାବଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରାବଣ ଶିବରାତ୍ରି ପାଳିତ ହୋଇଥାଏ ଏବଂ ଚଳିତ ବର୍ଷ ଶୁଭ ସଂଯୋଗ କାରଣରୁ ଏକ ଅଧିମ ମାସ ଯୋଡ଼ିଛି । ତେଣୁ ଆଠଟି ଶ୍ରାବଣ ସୋମବାର ଏବଂ ଦୁଇଟି ଶିବରାତ୍ରି ପଡ଼ିବ । ପ୍ରଥମ ଶିବରାତ୍ରି ଜୁଲାଇ ୧୫ ରେ ପାଳିତ ହେବ । ଏହିଦିନ ବ୍ରତ ରଖି ମହାଦେବଙ୍କୁ ଜଳ ଅର୍ପିତ କଲେ ସୁଖ ଶାନ୍ତି , ଦମ୍ପତ୍ତିଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ଏବଂ ଅବିବାହିତଙ୍କୁ ମନ ଇଚ୍ଛା ଜୀବନ ସାଥି ମିଳିଥାଏ । ଏହାସହିତ ଆରୋଗ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । ମହାଦେବଙ୍କର ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ ମାତ୍ର ଶ୍ରାବଣ ମାସରେ ବେଲପତ୍ର ପ୍ରତ୍ୟେକ ଦିନ ମିଳିବା ଅସମ୍ଭବ ହେଲେ ରୂପାର ବେଲପତ୍ର ଆଣି ତାହାକୁ ଶିବଲିଙ୍ଗରେ ଅର୍ପିତ କରନ୍ତୁ ।

କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ମହାଦେବଙ୍କ ବିଷପାନର ବେଲପତ୍ର ହିଁ ଏକମାତ୍ର ପ୍ରତିକାର ଥିଲା । ଏହାବ୍ୟତୀତ ଶ୍ରାବଣ ମାସରେ ରୂପାର ନନ୍ଦୀ ଆଣି ପୂଜା କରିବା ସହିତ ରୁଦ୍ରାକ୍ଷ ଆଣି ବେକରେ ମଧ୍ୟ ଧାରଣ କରି ପାରିବେ । ଶ୍ରାବଣ ଶିବରାତ୍ରିରେ ତ୍ରିଶୁଳ ଆଣି ଘରେ ସ୍ଥାପିତ କଲେ ଆପଦରୁ ମୁକ୍ତି ମିଳିଥାଏ । ଶ୍ରାବଣ ଶିବରାତ୍ରିରେ ଡମରୁ ଆଣି ପୂଜା ଘରେ ସ୍ଥାପିତ କରି ପାରିବେ । କୁହାଯାଏ ଯେ ଡମରୁ ବଜାଇବା ଦ୍ୱାରା ଆଖପାଖର ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଶ୍ରାବଣ ଶିବରାତ୍ରି ଦିନ ମହାଦେବଙ୍କ ରୁଦ୍ରଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅଭିଷେକ ପରେ ରୋଲି , ପୁଷ୍ପ , ଚନ୍ଦନ , ଧୁତୁରା , ଗୋଟା ନଡ଼ିଆ , ବେଲପତ୍ର ଅର୍ପିତ କରି ଦିଅନ୍ତୁ ।

ଶିବ ସ୍ତୋତ୍ର , ଶିବ ପଂଚକ୍ଷରି ମନ୍ତ୍ର ଜପ କରି ଆରାଧନା କରନ୍ତୁ । ଏହି ଦିନ ଶ୍ରାବଣ ଶିବରାତ୍ରି କଥା ସପରିବାର ସହିତ ନିଶ୍ଚୟ ଶୁଣନ୍ତୁ । ଏହିଦିନ ଫଳାହାର କରି ବ୍ରତ ସମ୍ପୂର୍ଣ୍ଣ କରିବା ଉଚିତ ଏବଂ କିଛି ଏଭଳି ଭୁଲ ରହିଛି ଯାହାକୁ କରିବା ଉଚିତ ନୁହେଁ । କେବେବି ଗରମ କ୍ଷୀରରେ ଶିବଲିଙ୍ଗ ଅଭିଷେକ କରନ୍ତୁ ନାହିଁ । ଅଭିଷେକ ସମୟରେ ତମ୍ବା ପାତ୍ରରେ ଜଳ ଏବଂ ପିତ୍ତଳରେ କ୍ଷୀର ଅର୍ପିତ କରନ୍ତୁ ଏବଂ ହଳଦୀ ଅର୍ପିତ କରନ୍ତୁ ନାହିଁ । ନଚେତ ଆପଣଙ୍କ ଚନ୍ଦ୍ରମା ଦୁର୍ବଳ ହେବା ସହିତ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ି ପାରେ । ମହାଦେବ ବୈରାଗୀ ହୋଇଥିବାରୁ ସିନ୍ଦୁର ଆଦୋୖ ଚଢ଼ାନ୍ତୁ ନାହିଁ । ଶିବଲିଙ୍ଗରେ ଭୁଲରେବି ତୁଳସୀ ଅର୍ପିତ କରନ୍ତୁ ନାହିଁ ।

କେତକୀ ଫୁଲ ମଧ୍ୟ ଶିବଲିଙ୍ଗରେ ଅର୍ପିତ କରିବା ବର୍ଜିତ ଅଟେ । ମାନ୍ୟତା ଅନୁଯାୟୀ ମହାଦେବ ଶଙ୍ଖଚୁଡ଼ ନାମକ ଏକ ଅସୁରର ବଧ କରିଥିବାରୁ ମହାଦେବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ । ଯଦି ଆପଣ ଆର୍ଥିକ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ଶିବଲିଙ୍ଗରେ ପୂର୍ଣ୍ଣ ଚାଉଳ ନିଶ୍ଚୟ ଅର୍ପିତ କରନ୍ତୁ । ମହାଦେବଙ୍କ ଜଟାରେ ଗଙ୍ଗା ପ୍ରବାହିତ ହୁଅନ୍ତି ତେଣୁ ମହାଦେବଙ୍କୁ ଗଙ୍ଗା ଜଳରେ ଅଭିଷେକ କରାଇଲେ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । କ୍ଷୀର ଅର୍ପିତ କଲେ ମନ ଶାନ୍ତ ରହିଥାଏ ଏବଂ ରୋଗ ଶୋକ ଦୂର ରହିଥାଏ । ଶିବଲିଙ୍ଗରେ ଚନ୍ଦନ ଚଢ଼ାଇଲେ ବ୍ୟକ୍ତିତ୍ୱ ଉଚ୍ଚକୋଟିର ହୋଇଥାଏ ଏବଂ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ । ଆଖୁ ରସରେ ଶିବଲିଙ୍ଗର ଅଭିଷେକ କଲେ ସୁଖ ପ୍ରାପ୍ତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *