Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୧୭ ଶ୍ରାବଣ ସୋମବାର ଦିନ ଶିବଲିଙ୍ଗ ପାଖରୁ ଚୁପଚାପ ଘରକୁ ନେଇ ଆସନ୍ତୁ ଏହି ଗୁପ୍ତ ଜିନିଷ ଏବଂ ସ୍ଥାପିତ କରନ୍ତୁ ପୂଜା ଘରେ । ପୂରଣ ହେବ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

ଜୁଲାଇ ୪ , ୨୦୨୩ ଠାରୁ ପବିତ୍ର ଶ୍ରାବଣ ମାସର ପ୍ରାରମ୍ଭ ହୋଇ ସାରିଛି । ଯେଉଁଭଳି ଭାବରେ ଏହି ମାସରେ ଭକ୍ତଙ୍କର ସାମାନ୍ୟ ନିଷ୍ଠା ମହାଦେବଙ୍କୁ ପ୍ରସନ୍ନ କରିଥାଏ ସେହିଭଳି ଶ୍ରାବଣ ସୋମବାର ଦିନ ଶିବଲିଙ୍ଗ ପାଖରୁ ଗୋଟିଏ ଜିନିଷ ଉଠାଇ ଆଣି ଘରେ ସ୍ଥାପିତ କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ବଦଳିଯାଏ । ଶ୍ରାବଣ ମାସରେ ମହାଦେବଙ୍କ ଭକ୍ତ ମାନେ ନାନା ପ୍ରକାରର ଉପାୟ ଯଥା ବ୍ରତ ଏବଂ କାଉଡ଼ି ଯାତ୍ରା କରି ଏବଂ ମହାଦେବଙ୍କ ପୂଜା କରି ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି ।

ଶିବ ପୁରାଣରେ ବର୍ଣ୍ଣିତ କିଛି ଏପରି ଜିନିଷ ଅଛି ଯାହାକୁ ଆପଣ ବିନା ବ୍ରତରେ ମଧ୍ୟ ଶ୍ରାବଣ ମାସରେ ଶିବଲିଙ୍ଗ ପାଖରୁ ଉଠାଇ ଆଣି ଘରେ ସ୍ଥାପିତ କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ । ଏହାଦ୍ବାରା ଆପଣଙ୍କର ଚାକିରୀ ହେଉ କିମ୍ବା କରଜ ହେଉ କୌଣସି ପ୍ରକାରର ସମସ୍ୟା ମଧ୍ୟ ଦୂର ହୋଇଯିବ ।

ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଶ୍ରାବଣ ମାସ ସୋମବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ କାଚ କିମ୍ବା ପ୍ଲାଷ୍ଟିକ ଶିଶିରେ ମହାଦେବଙ୍କ ପ୍ରିୟ ଗୋଲମରିଚ ଏବଂ ଏକ ଲୋଟା ପାଣି ନେଇ ଶିବ ମନ୍ଦିର ଯାଆନ୍ତୁ । ଉତ୍ତର ଦିଗକୁ ମୁଖ କରି ମହାଦେବଙ୍କୁ ଏକ ଲୋଟା ଜଳ ଅର୍ପିତ କରି ଗୋଲମରିଚ ଶିଶିକୁ ସ୍ପର୍ଶ କରାଇ ତାହାକୁ ଘରର ପୂଜା ଘରେ ଆଣି ସ୍ଥାପିତ କରି ଦିଅନ୍ତୁ ।

କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ , ପରକ୍ଷା କିମ୍ବା ଇଣ୍ଟରଭିଉକୁ ଯିବା ପୂର୍ବରୁ ଗୋଟିଏ ଦାନା ଗୋଲମରିଚ ନେଇ ପକେଟରେ ରଖିଲେ ଆପଣ ନିଶ୍ଚିତ ସଫଳ ହେବେ । ମାତ୍ର ଏହି ଉପାୟକୁ ନିଷ୍ଠାର ସହିତ କରନ୍ତୁ । ଦ୍ୱିତୀୟ ଉପାୟ ଅନୁଯାୟୀ ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର । ତେଣୁ ଏହି ମାସରେ ଶିବ ପରିବାରର ମୂର୍ତ୍ତି କିମ୍ବା ଫୋଟ ଆଣି ଘରେ ସ୍ଥାପିତ କଲେ ପରିବାର ଉପରେ ଭଗବାନ ଶିବଙ୍କ କୃପା ବଜାୟ ରହିବ ।

ଶ୍ରାବଣ ମାସରେ ମହାଦେବଙ୍କୁ କ୍ଷୀର ଅର୍ପିତ କରି ଏକ ରୁଦ୍ରାକ୍ଷ ମାଳା ସ୍ପର୍ଶ କରାଇ ନିଜେ ଧାରଣ କରନ୍ତୁ କିମ୍ବା ଘରକୁ ଆଣି ପୂଜଘରେ ସ୍ଥାପିତ କରି ଦିଅନ୍ତୁ । ଏହାଦ୍ବାରା ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ଏବଂ ପୁରା ପରିବାର ଉପରେ ରହିବ । ଆର୍ଥିକ ଏବଂ କରଜ ସମସ୍ୟା ଥିଲେ ଶ୍ରାବଣ ସୋମବାର ଦିନ ଶିବଲିଙ୍ଗରେ ଏକ ଡମରୁ ସ୍ପର୍ଶ କରାଇ ପୂଜା ଘରେ ସ୍ଥାପିତ କରି ଦିଅନ୍ତୁ ଏବଂ ପ୍ରତ୍ୟକ ସୋମବାର ଖରାରେ ଦେଖାଇ ପୁଣି ରଖି ଦିଅନ୍ତୁ ।

ଏହାଦ୍ବାରା କରଜ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଶତ୍ରୁ ସମସ୍ୟା ଥିଲେ ସୋମବାର ଦିନ ଏକ ପିତ୍ତଳ ତ୍ରିଶୁଳ କିଣି ଶିବଲିଙ୍ଗର ଡାହାଣ ପାର୍ଶ୍ଵରେ ସ୍ପର୍ଶ କରାଇ ପୂଜା ଘରେ ଆଣି ସ୍ଥାପିତ କଲେ ଶତ୍ରୁ ସମସ୍ୟା ଦୂର ହୋଇଯିବ । ଶ୍ରାବଣ ମାସରେ ଘରେ ମୟୁର ପର ଆଣି ରଖିଲେ ଦୁର୍ଭାଗ୍ୟ ଦୂର ହୋଇଥାଏ । ଏହାଦ୍ବାରା କାଳସର୍ପ ଦୋଷ ମଧ୍ୟ ଦୂର ହୋଇଥାଏ ।

ଯଦି ଆପଣ ଶ୍ରାବଣ ସୋମବାର ବ୍ରତ ରଖିଛନ୍ତି ତେବେ ସାତ୍ଵିକ ଭୋଜନ ହିଁ କରନ୍ତୁ । ଏହି ଦିନ ଖଟା କହିଲେ ମାତା ସନ୍ତୋଷି କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଫଳ ଯୁସ କିଣି ମଧ୍ୟ ସେବନ କରନ୍ତୁ ନାହିଁ । ଶ୍ରାବଣ ମାସରେ ସାଧାରଣ ଲୁଣ , କ୍ଷୀର , ପୁରୁଣା ଅଟା , ଛତୁଆ , ମଇଦା , ମାଛ , ମାଂସ , ଅଣ୍ଡା , ମଦ , ପିଆଜ , ରସୁଣ ଏବଂ ସବୁଜ ପନିପରିବା ଇତ୍ୟାଦିର ସେବନ କରିବା ଉଚିତ ନୁହେଁ ।

ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ବାଇଗଣ ଖାଇଥାଏ ତାକୁ ଘୋର ପାପ ଲାଗିଥାଏ । ତେଣୁ ଲୋକେ ଦ୍ଵାଦଶୀ ଏବଂ ଚତୁର୍ଦ୍ଦଶୀରେ ବାଇଗଣ ସେବନ କରନ୍ତି ନାହିଁ । ଶ୍ରାବଣ ମାସରେ ପୁରା ପରିବାରର ସଦସ୍ୟ ସକାଳୁ ଶୀଘ୍ର ଉଠି ସ୍ନାନ କରିବା ଉଚିତ ଏବଂ ଏହି ସମୟରେ କୌଣସି ଗରିବକୁ ଅପମାନ କିମ୍ବା ଖରାପ ବ୍ୟବହାର କରିବା ଉଚିତ ନୁହେଁ । ଶ୍ରାବଣରେ ଯେଉଁ ମହିଳା ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇ ରହିଥାଏ ସେହି ମହିଳାଙ୍କ ସ୍ୱାମୀଙ୍କ ଆୟୁଷ କମିବା ସହିତ ସ୍ୱାମୀ ବର୍ବାଦ ମଧ୍ୟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *