Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟଦ୍ୱାର ସାମ୍ନାରେ ଏହି ତିନୋଟି ଜିନିଷ ରହିବା ଆଦୋୖ ଉଚିତ ନୁହେଁ । ନଚେତ ଘରୁ ଚାଲି ଯାଆନ୍ତି ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି ଯାହାକି ଦେବ ଗୁରୁ ବିଶ୍ୱକର୍ମାଙ୍କ ଦ୍ଵାରା ସୃଷ୍ଟି ହୋଇଛି । ତେବେ ଏହି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ପବିତ୍ର କରିବା ସମେତ , ଘର ନିର୍ମାଣ ପାଇଁ ଭୂଖଣ୍ଡ ଚୟନ ଠାରୁ ଆରମ୍ଭ କରି ଘର ତିଆରି ଏବଂ ଘରର ମୁଖ୍ୟ ଦ୍ୱାର ନିର୍ମାଣ ପାଇଁ ସଠିକ ଦିଗ ସମ୍ବନ୍ଧରେ ଏହି ବାସ୍ତୁ ଶାସ୍ତ୍ରରୁ ଉଚିତ ସୂଚନା ମିଳିଥାଏ । ଘରର ମୁଖ୍ୟଦ୍ୱାରର ନିର୍ମାଣ ସମୟରେ ଏହାର ଉଚିତ ଦିଗ ଏବଂ ଉଚିତ ଆକାର ପ୍ରତି ଧ୍ୟାନ ଦେବା ଉଚିତ ନଚେତ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇପାରେ । ଯାହାଦ୍ୱାରା ଘରର ସଦସ୍ୟଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ଘରର ଅନ୍ୟ କବାଟ ଠାରୁ ଆକାରରେ ବଡ଼ ହେବା ଆବଶ୍ୟକ ।

ଯାହାଦ୍ୱାରା ଘର ଭିତରକୁ ବାହାରୁ ଆସୁଥିବା ଶକ୍ତିର ସନ୍ତୁଳନ ବଜାୟ ରହିବ । ଘରର ମୁଖ୍ୟଦ୍ୱାର ଛୋଟ ହୋଇଥାଏ ତେବେ ସେହି ଘରେ ସବୁବେଳେ କଳହ କ୍ଳେଶ ଏବଂ ବିବାଦ ସୃଷ୍ଟି ହୋଇଥାଏ । ପୁଣି ଦୁଇ ପାର୍ଶ୍ଵ କବାଟ ଥିବା ମୁଖ୍ୟଦ୍ୱାର ହିଁ ଘର ପାଇଁ ଉତ୍ତମ ହୋଇଥାଏ । ଏହିଭଳି ଘରେ ହିଁ ମାତା ଲକ୍ଷ୍ମୀ ବାସ କରନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ପାଖରେ ଘରର ଏରୁଣ୍ଡି ବନ୍ଧ ରହିବା ଜରୁରୀ ଅଟେ ନଚେତ ଘରର ମୁଖ୍ୟଦ୍ୱାର ଅପୂର୍ଣ୍ଣ ଅଟେ । ଶାସ୍ତ୍ର ଅନୁଯାୟୀ ଏହି ବନ୍ଧ ହିଁ ଘରର ରକ୍ଷା କରିଥାଏ । ଏହାର ଉଚ୍ଚତା ୨ରୁ ୫ ଇଞ୍ଚ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଯାହାଦ୍ୱାରା ନକରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ । ପ୍ରତ୍ୟେକ ଦିନ ବନ୍ଧର ପୂଜା , ପାଖରେ ଘିଅ ଦୀପ ଜାଳିବା ଏବଂ ଦୁଇ ପାର୍ଶ୍ଵରେ ସ୍ୱସ୍ତିକ ଚିହ୍ନ ବନାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରନ୍ତି ।

ଘରର ମୁଖ୍ୟଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ ଏବଂ କୌଣସି ପ୍ରକାରର ଛେଦ ରହିବା ଉଚିତ ନୁହେଁ । ଯଦି ଏପରି ହୋଇଥାଏ ତେବେ ସେହି ଛେଦ ଦେଇ ଘର ମଧ୍ୟକୁ ଦୁଃଖ ଦାରିଦ୍ର୍ୟତା ପ୍ରବେଶ କରିଥାଏ ଏବଂ ଦୁର୍ଭାଗ୍ୟର ବାସ ହୋଇଥାଏ । ମୁଖ୍ୟଦ୍ୱାରରେ ତ୍ୱରଣ ଲଗାଇଲେ ନକରାତ୍ମକ ଶକ୍ତି ଦୂରରେ ରହିବା ସହିତ ଦୁର୍ଘଟଣା ହୁଏନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସାମ୍ନାରେ କୌଣସି ଉଚ୍ଚ ଖମ୍ବ , ବଡ଼ ଗଛ କିମ୍ବା ବଡ଼ ପାଣି ଟାଙ୍କି ରହିବା ମଧ୍ୟ ଅଶୁଭ ହୋଇଥାଏ । ଯାହାକି ସକାରାତ୍ମକ ଶକ୍ତି ଦିଗରେ ବାଧା ସୃଷ୍ଟି କରିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରର ମୁଖ୍ୟଦ୍ୱାରର ସାମ୍ନା ସବୁବେଳେ ସ୍ୱଚ୍ଛ ରହିବା ଆବଶ୍ୟକ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଘରର ମୁଖ୍ୟଦ୍ୱାରର ସାମ୍ନାରେ ଜଳ ସିଞ୍ଚିବା ସହିତ ରଙ୍ଗୋଲି କରିବା ଆବଶ୍ୟକ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ।

ମୁଖ୍ୟଦ୍ୱାର ସାମ୍ନାରେ କେବେ ଆବର୍ଜନା ହେବା ଉଚିତ ନୁହେଁ ନଚେତ ନକରାତ୍ମକତା ଘର ମଧ୍ୟକୁ ପ୍ରବେଶ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ୱାରା ଖୋଲିବା ସମୟରେ କର୍ଣ୍ଣ କର୍କଶ ଶବ୍ଦ ହେବା ଉଚିତ ନୁହେଁ । ଏହାଦ୍ବାରା ଘରେ କ୍ଳେଶ ସୃଷ୍ଟି ହୋଇଥାଏ । ମୁଖ୍ୟଦ୍ୱାର କେବେବି ବାହାର ଦିଗରେ ଖୋଲିବା ଉଚିତ ନୁହେଁ । ଏହାଦ୍ବାରା ଘରୁ ମାତା ଲକ୍ଷ୍ମୀ ଚାଲିଯାନ୍ତି ଏବଂ ଘରେ ବାରମ୍ବାର ବିପତ୍ତି ଦେଖା ଦେଇଥାଏ । ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ କରଜ ସମସ୍ୟା ଘରର ସଦସ୍ୟଙ୍କ ଚିନ୍ତାର କାରଣ ସାଜିଥାଏ । ଚନ୍ଦନ , ଅଶୋକ , ନିମ , ଅର୍ଜୁନ , ଶିଶୁ ଉତ୍ୟାଦି ବୃକ୍ଷର କାଠରେ ଘରର ମୁଖ୍ୟଦ୍ୱାର ନିର୍ମାଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ୱାରା ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ । ଏହା କେବେବି ବରଗଛ ,କଣ୍ଟକ ଭଳି ଗଛରୁ ତିଆରି ହେବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *