Excuse Me Odisha

ଯାହା କହିବୁ ସତ କହିବୁ

ମହାଦେବ ମାତା ପାର୍ବତୀଙ୍କୁ କହିଥିଲେ ମୃତ୍ୟୁର ସାତୋଟି ବିଶେଷ ସଙ୍କେତ । ଯାହା ଆପଣ ବି ଜାଣି ରଖିବା ଉଚିତ ।

ସେୟାର୍ କରନ୍ତୁ

ଯେଉଁ ବ୍ୟକ୍ତି ମହାଦେବଙ୍କ ଉପାସନା କରିଥାଏ ସେହି ବ୍ୟକ୍ତିର ମହାକାଳ ମଧ୍ୟ କିଛିବି ବିଗାଡ଼ି ପାରେ ନାହିଁ । କାରଣ ମହାଦେବ ସ୍ବୟଂ ମହାକାଳ ଅଟନ୍ତି । ଶିବ ପୁରାଣରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଜନ୍ମ ମୃତ୍ୟୁର ରହସ୍ୟ ବିଷୟରେ କହିଛନ୍ତି । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଜାଣିନେବା ଉଚିତ । ଏଥିରେ ମହାଦେବଙ୍କ ପୂଜା ପାଇଁ ନାନା ପ୍ରକାରର ବିଧି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଛି । ଏହି ଶିବ ପୁରାଣର ପଠନ ମାତ୍ରକେ ସବୁ ପାପ ନଷ୍ଟ ହୋଇଯାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶିବ ପୁରାଣରେ ବର୍ଣ୍ଣିତ ହୋଇଥିବା ମୃତ୍ୟୁର ରହସ୍ୟମୟ ସଙ୍କେତ ବିଷୟରେ କହିବୁ ।

ମାତା ପାର୍ବତୀ ଥରେ ପ୍ରଶ୍ନ କରିବାରୁ ମହାଦେବ ମାତା ପାର୍ବତୀଙ୍କୁ ମୃତ୍ୟୁ ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ କହିଛନ୍ତି । ଯେତେବେଳେ ବ୍ୟକ୍ତିର ମୃତ୍ୟୁ ସମୟ ପାଖେଇ ଆସେ ସେତେବେଳେ ସେହି ବ୍ୟକ୍ତିକୁ ମୃତ୍ୟୁ ସହିତ ଜଡ଼ିତ ଅନେକ ସଙ୍କେତ ମିଳିବା ଆରମ୍ଭ ହୋଇଯାଏ । ଅର୍ଥାତ ମୃତ୍ୟୁର କିଛି ସମୟ ପୂର୍ବରୁ ହିଁ ମୃତ୍ୟୁର ଆଭାସ ମିଳିଥାଏ । ତେଣୁ ବ୍ୟକ୍ତିକୁ ସଙ୍କେତ ମିଳିବା ପରେ ମହାକାଳ ଅର୍ଥାତ ମହାଦେବଙ୍କ ସୁଲଭ ପୂଜା କରିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ମୃତ୍ୟୁ ମଧ୍ୟ ଟଳିଯାଏ । ଯଦି ହଠାତ କୌଣସି ବ୍ୟକ୍ତିର ଶରୀର ଶ୍ୟାମଳରୁ ଧଳା କିମ୍ବା ହଳଦିଆ କିମ୍ବା ଉପର ଭାଗରେ ସାମାନ୍ୟ ନାଲି ପଡ଼ିଯାଏ ତେବେ ସେହି ବ୍ୟକ୍ତି ଜାଣିଯିବା ଉଚିତ ନୁହେଁ ତାର ମୃତ୍ୟୁ ଛଅ ମାସ ମଧ୍ୟରେ ହୋଇଯିବ ।

ଯେଉଁ ବ୍ୟକ୍ତିର ମୁଖ , କାନ ଏବଂ ଜିଭ ଅକାମି ହୋଇଯାଏ ତେବେ ଏହାର ଅର୍ଥ ଛଅ ମାସ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ହେବ । ଯେଉଁ ବ୍ୟକ୍ତିକୁ ମୃତ୍ୟୁ ସମୟରେ ସବୁଠି କେବଳ ଜ୍ୱଳନ୍ତ ନିଆଁ କିମ୍ବା ଅନ୍ଧକାର ଦେଖାଯାଏ ତେବେ ସେହି ମନୁଷ୍ୟର ଅନ୍ତ ସମୟ ପାଖେଇ ଆସୁଛି ବୋଲି ଜାଣିଯିବା ଉଚିତ । ଯଦି କୌଣସି ବ୍ୟକ୍ତିର ଶରୀରରେ ହଠାତ ଦୁର୍ବଳତା ଆସିଯାଏ ଏବଂ ତଣ୍ଟି ସବୁବେଳେ ଶୁଖିଲା ରହେ ତେବେ ମାତ୍ର ଏକ ମାସ ମଧ୍ୟରେ ହିଁ ସେହି ବ୍ୟକ୍ତିର ମୃତ୍ୟୁ ହେବ । ଯଦି କୌଣସି ବ୍ୟକ୍ତିର ନାକରେ କଫ ଏବଂ ପିତ୍ତ ହୋଇଥାଏ ସେହି ବ୍ୟକ୍ତିର ମୃତ୍ୟୁ ଆଗାମୀ ୧୫ ଦିନରେ ହୋଇଯାଏ । ଯଦି କୌଣସି ବ୍ୟକ୍ତିର ମୁଖ ଏବଂ ତଣ୍ଟି ବାରମ୍ବାର ଶୁଖିଯାଏ ତେବେ ଛଅ ମାସ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇଯିବ ।

ଯଦି କୌଣସି ବ୍ୟକ୍ତିର ଜିଭ ଫୁଲିଯାଏ ଏବଂ ଦାନ୍ତରୁ ରକ୍ତ ବୋହିବା ଆରମ୍ଭ କରେ ତେବେ ସେହି ବ୍ୟକ୍ତିର ମୃତ୍ୟୁ ଏକ ବର୍ଷରେ ହୋଇଯାଏ । ଯଦି କୌଣସି ବ୍ୟକ୍ତିକୁ ତେଲ ଏବଂ ଘିଅରେ ନିଜର ଛାୟା ନଜର ଆସେନାହିଁ ତେବେ ଜାଣିଯିବା ଉଚିତ ଯେ ଛଅ ମାସ ମଧ୍ୟରେ ହିଁ ଅନ୍ତ ହେବ । ଯଦି କୌଣସି ବ୍ୟକ୍ତିର ଛାୟା ସୃଷ୍ଟି ହୁଏନାହିଁ ତେବେ ଏହାର ଅର୍ଥ କାଳ ସେହି ବ୍ୟକ୍ତିର ପିଛା କରୁଛି ଏବଂ ସେହି ବ୍ୟକ୍ତିର ମୃତ୍ୟୁ ଏକ ମାସରେ ହୋଇଯିବ । ଯଦି କୌଣସି ବ୍ୟକ୍ତିକୁ ସୂର୍ଯ୍ୟ ମଣ୍ଡଳ ଏବଂ ଚନ୍ଦ୍ର ମଣ୍ଡଳ ନାଲି ଦେଖାଯାଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ ଅଧା ମାସ ମଧ୍ୟରେ ହୋଇଯିବ । ଯେଉଁ ବ୍ୟକ୍ତିକୁ ଅରୁନ୍ଧତୀ ତାରା ଦୃଶ୍ୟମାନ ହୁଏନାହିଁ ସେହି ବ୍ୟକ୍ତିର ମୃତ୍ୟୁ ଏକ ମାସ ମଧ୍ୟରେ ହୋଇଯାଏ ।

ଯଦି କୌଣସି ବ୍ୟକ୍ତିକୁ ଗ୍ରହ ନକ୍ଷତ୍ର ଦେଖଗଲେ ବି ସୁଦ୍ଧା ଦିଗର ଜ୍ଞାନ ନଥାଏ ସେହି ବ୍ୟକ୍ତି ଛଅ ମାସ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ ଏତେ । ରାତିରେ ଧ୍ରୁବ ତାରାର ଦର୍ଶନ ନହେଲେ ସେ ଛଅ ମାସରୁ ଅଧିକ ସମୟ ବର୍ତ୍ତି ନଥାଏ । ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଯାଦୁ କାଉ ତାକୁ ଘେରି ଯାଏ ତେବେ ତାର ମୃତ୍ୟୁର ସମୟ ପାଖେଇ ଆସୁଛି ବୋଲି ଜାଣିଯିବା ଉଚିତ । ରାତିରେ ଯେଉଁ ବ୍ୟକ୍ତିକୁ ତାରା ଦୃଶ୍ୟମାନ ହୁଏନାହିଁ ତାର ଆୟୁଷ ଅତି ବେଶୀରେ ଛଅ ମାସ ହୋଇଥାଏ । ଯଦି କେହି ବ୍ୟକ୍ତି ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କୁ ରାହୁ ଗ୍ରାସ କରୁଥିବାର ଦେଖନ୍ତି ତେବେ ସେ ଛଅ ମାସ ମଧ୍ୟରେ ମୃତ୍ୟୁ ବରଣ କରିଥାଏ । ଯଦି ବାସ୍ତବରେ ନୀଳ ରଙ୍ଗର ମାଛି ଆସି ମନୁଷ୍ୟକୁ ଘେରି ଯାଏ ତେବେ ତାର ଆୟୁଷ ଅତି ବେଶୀରେ ଏକ ମାସ ହିଁ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *