Excuse Me Odisha

ଯାହା କହିବୁ ସତ କହିବୁ

ମହାଧନୀ ବନାଇ ଦେଇଥାଏ ଏହି ସାଧାରଣ ଫୁଲ । କେବଳ ଗୋଟିଏ ନେଇ ଏହି ଭଗବାନଙ୍କୁ ଚଢ଼ାଇ ଦିଅନ୍ତୁ । ହୋଇଯିବ ଚମତ୍କାର ।

ସେୟାର୍ କରନ୍ତୁ

ଆମ ଚାରି ପାଖରେ ବିଭିନ୍ନ ପ୍ରକାରର ଫୁଲ ରହିଛି ଯେଉଁ ସବୁ ଫୁଲର ଉପକାରିତା ଏବଂ ଚମତ୍କାରିତା ବିଷୟରେ ହୁଏତ କେହିବି ଜାଣି ନଥିବେ । ଆଜି ଆମେ ଆପଣଙ୍କୁ ମନ୍ଦାର ଫୁଲର ବିଭିନ୍ନ ଚାମତ୍କାରି ଗୁଣ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିବା ରଖିବା ନିତାନ୍ତ ଜରୁରୀ ଅଟେ । ସାଧରଣତଃ ମନ୍ଦାର ଫୁଲର ତିନୋଟି ପ୍ରଜାତି ରହିଛି , ଧଳା , ନାଲି ଏବଂ ଗୋଲାପୀ । ନାଲି ମନ୍ଦାରର ଉପକାରିତା ସର୍ବଶ୍ରେଷ୍ଠ ଅଟେ ଏବଂ ଏହାର ଅନେକ ମହତ୍ତ୍ୱ ମଧ୍ୟ ରହିଛି । ଶାସ୍ତ୍ର ଅନୁଯାୟୀ ଏହି ଗଛ ଯେଉଁଠି ଲଗା ଯାଇଥାଏ ସେହି ସ୍ଥାନରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । କୌଣସି ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଦୁର୍ବଳ ଥିଲେ ଏହି ଗଛକୁ ଘରେ ଲଗାଇବା ଉଚିତ ।

ଏହାଦ୍ବାରା ବ୍ୟକ୍ତିର ଭୟ ଦୂର ହେବା ସହିତ ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼ିଥାଏ । ସୂର୍ଯ୍ୟ ଦୋଷ ଏବଂ ମଙ୍ଗଳ ଦୋଷ ମଧ୍ୟ ଏହି ଗଛ ଘରେ ଲଗାଇବା ଦ୍ୱାରା ଦୂର ହୋଇ ପାରିବ । ଆୟୁର୍ବେଦରେ ମଧ୍ୟ ଏହାର ଅନେକ ମହତ୍ତ୍ୱ ରହିଛି । ପେଟ ଯନ୍ତ୍ରଣା ହେଉଥିଲେ ଏହାର ଫୁଲ କିମ୍ବା ପତ୍ରକୁ ପାଣିରେ ଫୁଟାଇ ଚା’ ଆକାରରେ ପିଇପାରିବେ ।

ପୁଣି ମନୁଷ୍ୟର ଗମ୍ଭୀର ଷ୍ଟନ ସମସ୍ୟା ମଧ୍ୟ ଏହାଦ୍ବାରା ଦୂର ହୋଇପାରିବ । ଆପଣ ହିବିଷକସ ପାଉଡର ବଜାରରୁ ଆଣି ପାଣିରେ ମିଶାଇ ପିଇ ପାରିବେ । ଏହାଦ୍ବାରା ଷ୍ଟନ ସମସ୍ୟା ଦୂର ହୋଇ ପାରିବ । ଏହି ଉପାୟ ସକାଳ ସନ୍ଧ୍ୟା ଖାଲି ପେଟରେ କଲେ ଅଧିକ ପ୍ରଭାବୀ ହେବ । ମାତ୍ର ୧୫ ଦିନରେ ଏହା ଷ୍ଟନ ସମସ୍ୟା ଏବଂ ଆଇରନର ଅଭାବକୁ ଦୂର କରିପାରିବ ।

ରକ୍ତ ଅଭାବ ମଙ୍ଗଳ କାରଣରୁ ହୋଇଥାଏ ତେଣୁ ମନ୍ଦାର ଫୁଲ ସେବନ ଏହି ସମସ୍ୟା ଠିକ କରି ପାରିବ ଏବଂ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଭଳି ମାନ୍ୟତା ରହିଛି ଯେ ଅହି ମନ୍ଦାର ଫୁଲର ଚା’ ପିଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ ।

ଏହି ମନ୍ଦାର ଫୁଲ ମାତା ଲକ୍ଷ୍ମୀ , ମାତା ଦୁର୍ଗା ଏବଂ ଶ୍ରୀହନୁମାନଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ସୁଖ ସମୃଦ୍ଧି ପାଇଁ ଏହି ଫୁଲକୁ ବିଭିନ୍ନ ଉପାୟରେ ମାତା ଦୁର୍ଗାଙ୍କୁ ଅର୍ପିତ କରାଯାଏ । ମଙ୍ଗଳ ଦୋଷ ଥିଲେ ତାହା ମଧ୍ୟ ଦୂର ହୋଇପାରିବ । ମଙ୍ଗଳ ଦୋଷ କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ତେଣୁ ମଙ୍ଗଳକୁ ଦୃଢ଼ କରିବା ପାଇଁ ଘରେ ମନ୍ଦାର ଫୁଲ ଗଛ ନିଶ୍ଚୟ ଲଗାନ୍ତୁ । କୌଣସି ସ୍ତ୍ରୀ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ।

ତେଣୁ ପ୍ରତ୍ୟକ ସପ୍ତାହରେ ସେହି ଗଛରୁ ମଙ୍ଗଳବାର ଦିନ ଗୋଟିଏ ଲେଖାଏଁ ମନ୍ଦାର ଫୁଲ ଶ୍ରୀହନୁମାନଙ୍କୁ ଅର୍ପିତ କଲେ ମଙ୍ଗଳ ଦୋଷ ଦୂର ହୋଇ ପାରିବ ଏବଂ ବୈବାହିକ ଜୀବନର ସମସ୍ୟା କିମ୍ବା ବିବାହ ଜନିତ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ପାଞ୍ଚଟି ଫୁଲ ଚଢ଼ାନ୍ତି ସେମାନଙ୍କୁ ଅଷ୍ଟ ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

ଯଦି କେହି ବ୍ୟକ୍ତି ଶନିଙ୍କ ସାଢ଼େ ସାତି ସମସ୍ୟା ଦ୍ୱାରା ପୀଡ଼ିତ ଅଛନ୍ତି ତେବେ ସେ ପାଞ୍ଚଟି ମନ୍ଦାର ଫୁଲ ନେଇ ଶ୍ରୀରାମଚନ୍ଦ୍ରଙ୍କ ନାମ ଜପ କରି ଶ୍ରୀହନୁମାନଙ୍କୁ ଅର୍ପିତ କରିଦେବା ଉଚିତ । ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ତେବେ ଶୁକ୍ରବାର ଦିନ ୨୧ ରି ମନ୍ଦାର ଫୁଲର ମାଳା ତିଆରି କରି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ମନସ୍କାମନା ପୂରଣ ହୋଇଯିବ । ମାତ୍ର ଏହି ଉପାୟ ସନ୍ଧ୍ୟା ସମୟରେ କରିବା ଅଧିକ ପ୍ରଭାବୀ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *