Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୧୭ ଶ୍ରାବଣ ମାସ ସୋମବାର । ବ୍ରତଧାରୀ ନିଶ୍ଚୟ ଖାଆନ୍ତୁ ଏହି ୩ଟି ଜିନିଷ । ହେବେ ଭାଗ୍ୟଶାଳୀ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସବୁ ଭକ୍ତଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଖାସ ହୋଇଥାଏ । କାରଣ ଏହି ମାସରେ ମହାଦେବ ନିଜ ଭକ୍ତର ସାମାନ୍ୟ ନିଷ୍ଠା ଏବଂ ପୂଜନ ଦ୍ୱାରା ପ୍ରସନ୍ନ ହୋଇ ଯାଆନ୍ତି । ପୁଣି ଏହି ମାସରେ କାଉଡ଼ି ଯାତ୍ରାର ବିଧି ରହିଛି ଯାହାକି ପ୍ରଥମେ ପର୍ଶୁରାମଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସମୟରେ ମହାଦେବଙ୍କ ଭକ୍ତମାନେ କାଉଡ଼ି ଯାତ୍ରାରେ ପ୍ରତ୍ୟେକ ବର୍ଷ ଯାଆନ୍ତି । କହିରଖିବୁ ଯେ ଚଳିତ ବର୍ଷ ଶ୍ରାବଣ ସୋମବାର ବ୍ରତ ଜୁଲାଇ ୧୦ ରେ ପଡ଼ିବ ଏବଂ ଏହାର ଆଗାମୀ ୭ ସାତୋଟି ସୋମବାର ବ୍ରତ ମଧ୍ୟ ପାଳିତ ହେବ । ତେଣୁ ଏହି ସମୟରେ କିଛି ଏପରି ଜିନିଷ ଅଛି ଯାହା ବ୍ରତଧାରୀ ସେବନ କରିବା ଉଚିତ ନୁହେଁ ।

ଏହି ସମୟରେ ସବୁଜ ପନିପରିବା ଠାରୁ ଯଥା ସମ୍ଭବ ଦୂରେଇ ରହିବା ସହିତ ଫଳ ରସ ଏବଂ ମାର୍କେଟରେ ବିକ୍ରି ହେଉଥିବା ଜୁସ ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ମାତା ସନ୍ତୋଷି ଜାଗ୍ରତ ରହନ୍ତି ତେଣୁ ଏହି ସମୟରେ ଖଟା ଭୁଲରେ ବି ଖାଆନ୍ତୁ ନାହିଁ ନଚେତ ମାତା କ୍ରୋଧିତ ହୋଇଯିବେ । ବ୍ରତ ଧାରି ଏହି ମାସରେ ସମ୍ପୂର୍ଣ୍ଣ ସାତ୍ଵିକ ଭୋଜନ ସେବନ କରିବା ଉଚିତ ।

ପୁରୁଣା ଅଟା , କ୍ଷୀର ପିଇବା ବର୍ଜିତ ଅଟେ । କାରଣ ପୁରୁଣା ଅଟାରେ ପୋକ ଲାଗିଥାଇ ପାରେ ଯାହାକି ବ୍ରତ ଖଣ୍ଡିତ ହେବାର କାରଣ ହେବ । ଏହାବ୍ୟତୀତ ମାଛ , ମାଂସ , ମଦ , ପିଆଜ ଏବଂ ରସୁଣ ଆଦି ମଧ୍ୟ ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ସାଧାରଣ ଲୁଣର ସେବନ ମଧ୍ୟ ବର୍ଜିତ ଅଟେ । ଯେଉଁ ବ୍ୟକ୍ତି ମାନେ ଏହି ସମୟରେ ବାଇଗଣ ଖାଆନ୍ତି ସେମାନଙ୍କୁ ପାପ ଲାଗିଥାଏ ।

ଶ୍ରାବଣ ମାସରେ ବ୍ରତ ରଖିଥିବା ସ୍ୱାମୀ ସ୍ତ୍ରୀ ସହବାସ କରିବା ଉଚିତ ନୁହେଁ ଏବଂ କଳା ବସ୍ତ୍ର ଧାରଣ କରି ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । ଯେଉଁ ସ୍ତ୍ରୀ ଶ୍ରାବଣ ମାସରେ ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇଥାଏ ସେହି ସ୍ତ୍ରୀର ସ୍ୱାମୀ ସମ୍ପୂର୍ଣ୍ଣ ବର୍ବାଦ ହୋଇଯାଏ

ଶ୍ରାବଣ ମାସରେ ସକାଳୁ ଉଠି ଘରର ସବୁ ସଦସ୍ୟ ଶ୍ରାବଣ ସ୍ନାନ କରିବା ନିତାନ୍ତ ଜରୁରୀ ଅଟେ । ଯଦି କେହି ଅସୁସ୍ଥ ଥାଆନ୍ତି ତେବେ ତାଙ୍କୁ ଜଳ ସିଞ୍ଚିବା ଜରୁରୀ ଅଟେ । ଶ୍ରାବଣ ମାସରେ ଘରକୁ ଆସିଥିବା କୌଣସି ବ୍ୟକ୍ତିକୁ ଅପମାନ କରିବା ଉଚିୟ ନୁହେଁ କାରଣ ଏହି ସମୟରେ ମହାଦେବ କୌଣସିବି ରୂପରେ ନିଜର ଭକ୍ତର ପରୀକ୍ଷା ନେବାକୁ ଆସି ପାରନ୍ତି । ଶ୍ରାବଣ ମାସରେ କାହାକୁ ଅପଶବ୍ଦ କହିବା ଉଚିତ ନୁହେଁ , କେଶ ନଖ କାଟିବା ଉଚିତ ନୁହେଁ ଏବଂ ଘରକୁ ସବୁବେଳେ ପରିଷ୍କାର ରଖିବା ଉଚିତ

ଶ୍ରାବଣ ମାସରେ ଶରୀରରେ ତେଲ ଲଗାନ୍ତୁ ନାହିଁ ଏବଂ ମାତା ପିତାଙ୍କ ସମ୍ମାନ କରନ୍ତୁ । ଏହାଦ୍ୱାରା ମାତା ପାର୍ବତୀ ଏବଂ ମହାଦେବ ପ୍ରସନ୍ନ ହୁଅନ୍ତି । ଶିବ ପୁରାଣ ଅନୁଯାୟୀ ମହାଦେବଙ୍କ ଭକ୍ତ କେବେବି ମହାଦେବଙ୍କୁ ତୁଳସୀ , ସିନ୍ଦୁର , ଚନ୍ଦନ , କେତକୀ ଫୁଲ , ନଡ଼ିଆ ପାଣି ଚଢ଼ାଇବା ଉଚିତ ନୁହେଁ । ଏହାବ୍ୟତୀତ ସକାଳ ସମୟରେ ଶିବଲିଙ୍ଗରେ ଜଳ ଚଢ଼ାଇବା ଶୁଭ ହୋଇଥାଏ ମାତ୍ର ସନ୍ଧ୍ୟା ସମୟରେ ଜଳ ଅର୍ପିତ କରିବା ଉଚିତ ନୁହେଁ ।

ଶାସ୍ତ୍ର ଅନୁଯାୟୀ ଶିବଲିଙ୍ଗରେ ଗୋଲମରିଚ ଚଢ଼ାଇଲେ ରୋଗର ନାଶ ହୋଇଥାଏ । କେବେବି ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତ ନୁହେଁ ଏବଂ ଶିବଲିଙ୍ଗ ଉପରେ ସର୍ବଦା ଜଳ ଧାରା ନିହାତି ରହିବା ଉଚିତ । କାରଣ ଶିବଲିଙ୍ଗରୁ ସବୁବେଳେ ଉର୍ଜାର ସଞ୍ଚାର ହୋଇଥାଏ ଯାହା ଅତ୍ୟନ୍ତ ଉତ୍ତପ୍ତ ହୋଇଥାଏ । ତେଣୁ ଜଳ ଅର୍ପଣ କରିବା ଦ୍ୱାରା ଶୀତଳତା ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *