Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ନିଶ୍ଚୟ ସେବନ କରନ୍ତୁ ଏହି ତିନୋଟି ଜିନିଷ ଏବଂ ପାଆନ୍ତୁ ଭଗବାନ ଶିବଙ୍କ କୃପା । ଦୁର୍ଭାଗ୍ୟବି ହୋଇଯିବ ସୌଭାଗ୍ୟରେ ପରିବର୍ତ୍ତନ ।

ସେୟାର୍ କରନ୍ତୁ

ଶିବ ପୁରାଣ କିମ୍ବା ସ୍କନ୍ଧ ପୁରାଣରେ ଶ୍ରାବଣ ମାସ ସୋମବାର ବ୍ରତ ପାଳନ କରିବାର ଏବଂ ମହାଦେବଙ୍କ ପୂଜା କରିବାର ବିଧାନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତେବେ ଏହି ନିୟମ କେବଳ ଶାସ୍ତ୍ରୀୟ ଆଧାରରେ ନୁହେଁ ବରଂ ବୈଜ୍ଞାନିକ ଆଧାରରେ ରହିଛି । ତେଣୁ ଏହାକୁ ସମସ୍ତେ ଜାଣି ରଖିବା ଉଚିତ ।

ଶାସ୍ତ୍ର ଅନୁଯାୟୀ ଶ୍ରାବଣ ସୋମବାର ବ୍ରତ ସମୟରେ କେଉଁ ଜିନିଷ ଖାଇବା ଉଚିତ ଏବଂ କେଉଁଟି ଉଚିତ ନୁହେଁ ସେହି ବିଷୟରେ ଆଲୋଚନା କରାଯାଇଛି ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । ଶ୍ରାବଣ ମାସରେ ନିୟମରେ ଶିବ ପୂଜନ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ତେବେ ମହାଦେବଙ୍କ ମାସକୁ କେବଳ ମନୁଷ୍ୟକୁ ଅପେକ୍ଷା ନଥାଏ ବରଂ ସବୁ ଦେବା ଦେବୀ ପଶୁ ପକ୍ଷୀ ଏବଂ ପରିବେଶକୁ ମଧ୍ୟ ରହିଥାଏ ।

ଶ୍ରାବଣ ମାସରେ ଏଭଳି କୌଣସି କାମ କରିବା ଉଚିତ ନୁହେଁ ଯାହାଦ୍ୱାରା ଭଗବାନ ଶିବ ଏବଂ ମାତା ପାର୍ବତୀ ରୁଷ୍ଟ ହୋଇଯିବେ । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୪ ରୁ ଆରମ୍ଭ ହୋଇଛି ଏବଂ ଅନେକ ଶୁବ ସଂଯୋଗ ଥିବାରୁ ଏଥର ଶ୍ରାବଣ ମାସ ଦୁଇ ମାସ ଅର୍ଥାତ ଆଠଟି ସୋମବାର ବ୍ରତ ପାଳିତ ହେବ ।

ଏହାର କାରଣ ହେଉଛି ମଲମାସ କିମ୍ବା ଅଧିମାସ ଆସିବା କାରଣରୁ । ତେଣୁ ଏହା ନିଶ୍ଚିତ ଜାଣି ରଖିବା ଉଚିତ ଯେ ଶ୍ରାବଣ ସୋମବାର ବ୍ରତ ସମୟରେ କଣ କରିବା ଉଚିତ ନୁହେଁ ଏବଂ କେଉଁ ଜିନିଷ ଖାଇବା ବର୍ଜିତ ଅଟେ । ଏମିତିରେବି ବ୍ରତକୁ ନିଷ୍ଠାର ସହିତ ପାଳନ କରିବା ଉଚିତ । ନଚେତ ସାମାନ୍ୟ ଭୁଲ କାରଣରୁ ବ୍ରତ ଖଣ୍ଡିତ ହୋଇପାରେ ।

ଶ୍ରାବଣ ସୋମବାର ବ୍ରତ ରଖୁଥିବା ବ୍ୟକ୍ତି ସୋମବାର ଦିନ ସକାଳୁ ଜଲଦି ଉଠି ନିତ୍ୟକର୍ମ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ପରେ ଶିବଲିଙ୍ଗ ପୂଜା କରିବା ଉଚିତ । ପ୍ରଥମେ ଶିବଲିଙ୍ଗରେ ଜଳାଭିଷେକ କରିବା ପରେ ପଞ୍ଚାମୃତରେ ଅଭିଷେକ କରନ୍ତୁ । ଏହାପରେ ଘିଅ , ଚିନି ଦ୍ୱାରା ଅଭିଷେକ କରିବା ପରେ ଶିବ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରନ୍ତୁ ।

ମହାଦେବଙ୍କୁ ସମ୍ଭବତଃ ୧୦୮ ବେଲପତ୍ର ଅର୍ପିତ କରି ” ଓଁ ନମଃ ଶିବାୟ ” ମନ୍ତ୍ରର ଜପ କରନ୍ତୁ । ଶ୍ରାବଣ ସୋମବାର ବ୍ରତ କରୁଥିବା ବ୍ୟକ୍ତି ଏହି ସମୟରେ ଶାରୀରିକ ସମ୍ବନ୍ଧ ଠାରୁ ନିବୃତ ରହି ନିଜକୁ ପବିତ୍ର ରଖିବା ସହିତ ମଦ ମାଂସ ଭକ୍ଷଣ କରିବା ଉଚିତ ନୁହେଁ । ଏହି ସମୟରେ ଫଳାହାର କରି ପାରିବେ । ଯେତେ ଅଧିକ ତରଳ ପଦାର୍ଥ ଫଳ ରସ ସେବନ କରି ଶରୀରକୁ ହାଇଡ୍ରେଟ ରଖିବାକୁ ଚେଷ୍ଟା କରନ୍ତୁ ।

ମୁନି ଋଷିଙ୍କ ଅନୁଯାୟୀ ଏହି ସମୟରେ ବାତାବରଣରେ ହଠାତ ପରିବର୍ତ୍ତନ କାରଣରୁ ଶରୀରରେ ପାଚନ କ୍ଷମତା ହ୍ରାସ ହୋଇଥାଏ ତେଣୁ ପାଚନ କ୍ଷମତାକୁ ଦୃଢ଼ କରିବା ପାଇଁ ଫଳାହାର ଅତ୍ୟନ୍ତ ଜରୁରୀ ଅଟେ । ଶ୍ରାବଣ ସୋମବାର ବ୍ରତରେ ପିଆଜ , ରସୁଣ , ଲୁଣ , ମାଂସ ଏବଂ ନାନା ପ୍ରକାରର ତାମସିକ ଜିନିଷର ଭୋଜନ କରିବା ଉଚିତ ନୁହେଁ ।

ଶାସ୍ତ୍ରରେ ବାଇଗଣକୁ ଅଶୁଦ୍ଧ ମାନା ଯାଏ ତେଣୁ ଶ୍ରାବଣ ମାସରେ ଏହାକୁ ସେବନ କରିବା ଉଚିତ ନୁହେଁ ।କାରଣ ଏଥିରେ ପୋକ ଥାଏ ଏବଂ ତାହାକୁ ଖାଇବା ମାଂସ ଖାଇବା ସହିତ ସମାନ ହୋଇଥାଏ । ବୈଜ୍ଞାନିକ ମାନ୍ୟତା ଅନୁଯାୟୀ ଏହା ଖାଇବା ଦ୍ୱାରା ଗ୍ୟାସ୍ଟ୍ରି କ ସମସ୍ୟା ହୋଇଥାଏ । ତେଣୁ ଏହିସବୁ ସେବନ କରିବା ଦ୍ୱାରା ବ୍ୟକ୍ତିର ବ୍ରତ ଭାଙ୍ଗି ପାରେ । ଶ୍ରାବଣ ମାସରେ ଖୀରର ସେବନ ମଧ୍ୟ ବର୍ଜିତ ଅଟେ । ଏହାଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *