Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ସାତୋଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ବି ଦେଖିଲେ ଆପଣ ହୋଇଯିବେ ଭାଗ୍ୟଶାଳୀ । ମହାଦେବ ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ମହାଦେବଙ୍କୁ ସମର୍ପିତ ଅଟେ ଏବଂ କୁହାଯାଏ ଯେ ଏହି ମାସରେ ମହାଦେବ ପୃଥିବୀ ପୃଷ୍ଠକୁ ନିଜ ଭକ୍ତଙ୍କ ପାଇଁ ଆସିଥାନ୍ତି । ଏହି ମାସରେ ଭକ୍ତ ମାନେ ନିଷ୍ଠାର ସହିତ ପୂଜା କଲେ ମହାଦେବ ଏବଂ ପାର୍ବତୀ ଆଶୀର୍ବାଦ କରନ୍ତି । ମାତ୍ର କିଛି କାମ ରହିଛି ଯାହାକୁ ଏହି ମାସରେ କରିବା ଦ୍ୱାରା ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସମେତ ଅନ୍ୟ ସମସ୍ତ ଦେବଦେବୀ ମଧ୍ୟ କ୍ରୋଧିତ ହୋଇ ଯାଆନ୍ତି ।

ଚଳିତ ବର୍ଷ ଦୁଇ ମାସ ଶ୍ରାବଣ ମାସ ରହିଛି ତେଣୁ ଆଠଟି ସୋମବାର ପାଳିତ ହେବ । ସେଥିମଧ୍ୟରୁ ଚାରୋଟି ଶ୍ରାବଣ ମାସ ସହିତ ଅନ୍ୟ ଚାରୋଟି ଶ୍ରାବଣ ଅଧିମାସ ସହିତ ସଂଯୋଗ ହୋଇଛି । କୁହାଯାଏ ଯେ ଭଗବାନ ଶିବଙ୍କର ବାସ୍ତବ ଭକ୍ତ ଯିଏ ସେ କେବେବି ଅନ୍ୟ ଉପରେ କ୍ରୋଧିତ ହୁଏନାହିଁ ଏବଂ ଅନ୍ୟ ଉପରେ ଖରାପ ଭାବନା ଏବଂ ସ୍ଥୂଳ ଚିନ୍ତାଧାରା ଏବଂ ହିଂସା ରଖେନାହିଁ ।

ସେହି ବ୍ୟକ୍ତି ପଶୁ ପକ୍ଷୀ ଉପରେ ଅତ୍ୟାଚାର କରେନାହିଁ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ଧନୀ ହୋଇବି ସୁଦ୍ଧା ନିଜ ଧନ ସମ୍ପତ୍ତିକୁ ନେଇ ଅହଂକାର କରେନାହିଁ , ସାନ ବଡ଼ ସମସ୍ତଙ୍କ ପ୍ରତି ଭଲ ସ୍ଵଭାବ ଦେଖାଇ ଥାଏ ସେହି ବ୍ୟକ୍ତି ଉପରେ ଭଗବାନ ଶିବଙ୍କ କୃପା ସର୍ବଦା ବଜାୟ ରହିଥାଏ ।

ମହାଦେବଙ୍କର ଭକ୍ତ ମାନେ ଯେତେ ବଳଶାଳୀ ହେଲେ ବି ଅହଂକାର କରେନାହିଁ ଏବଂ ସମସ୍ତଙ୍କ ପ୍ରତି ଅତ୍ୟନ୍ତ ଦୟାଶୀଳ ହୋଇଥାଏ ସେ ହିଁ ଭଗବାନ ଶିବଙ୍କର ପ୍ରକୃତ ଭକ୍ତ ହୋଇଥାଏ । ମହାଦେବଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ନିର୍ଦ୍ଧନ ହୋଇବି ସୁଦ୍ଧା ଦାନ କରିଥାଏ ସେପରି ବ୍ୟକ୍ତି ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେ ସେମାନେ ଖୁବ ଦୟାଶୀଳ ହୋଇଥାନ୍ତି ମାତ୍ର ଖୁବ କ୍ରୋଧି ହୋଇଥାନ୍ତି ।

କିନ୍ତୁ କ୍ରୋଧର କାହାରି କ୍ଷତି କରନ୍ତି ନାହିଁ । ଏହି କ୍ରୋଧ ଭଗବାନ ଶିବଙ୍କ କୃପାରୁ ଆସିଥାଏ । ଏପରି କ୍ଷେତ୍ରରେ ଶିବଲିଙ୍ଗରେ ବେଲପତ୍ର ଏବଂ ଜଳ ଚଢ଼ାଇଲେ କ୍ରୋଧ ଦୂର ହୋଇଥାଏ । ଶିବ ପୁରାଣ ଅନୁଯାୟୀ ମନୁଷ୍ୟକୁ କିଛି ବିଶେଷ ସଙ୍କେତ ମିଳିବା ଦ୍ୱାରା ସେ ଜାଣି ପାରିବ ଯେ ଭଗବାନ ତାଙ୍କ ଉପରେ ପ୍ରସନ୍ନ ଅଛନ୍ତି କି ନାହିଁ ।

ଯାହାକି ମହାଦେବ ମାତା ପାର୍ବତୀଙ୍କୁ କହିଛନ୍ତି । ପ୍ରଥମ ହେଉଛି ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିଲେ ଚନ୍ଦ୍ରମା ଦର୍ଶନ । ଶ୍ରାବଣ ମାସରେ ଏହି ସଙ୍କେତ ମିଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ଶ୍ରାବଣ ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଯଦି ଆପଣଙ୍କ ନିଦ ଭାଙ୍ଗି ଯାଉଛି ଏବଂ ଆପଣଙ୍କୁ ଆକାଶରେ ଚନ୍ଦ୍ରମା ଦର୍ଶନ ହେଉଛି ତେବେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ।

ନନ୍ଦୀ ମହାରାଜ ମହାଦେବଙ୍କ ବାହନ ଅଟନ୍ତି । ଏହା ଭାଗ୍ୟଶାଳୀ ଲୋକଙ୍କୁ ହିଁ ଦେଖିବାକୁ ମିଳିଥାଏ । ଶ୍ରାବଣ ମାସ ସୋମବାର ଦିନ ନନ୍ଦୀ ଦର୍ଶନ ହେଲେ ବୁଝିଯିବା ଉଚିତ ଯେ ନନ୍ଦୀ ମହାରାଜ ଭଗବାନ ଶିବଙ୍କ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଭଗବାନ ଶିବ ନିଜ ବେକରେ ନାଗରାଜ ବାସୁକିଙ୍କୁ ଧାରଣ କରନ୍ତି । ତେଣୁ ଶ୍ରାବଣ ସୋମବାରରେ ନାଗ ଦେବତାଙ୍କ ଦର୍ଶନ ହେବା ଭଗବାନ ଶିବଙ୍କ ଦର୍ଶନ ହେବା ସହିତ ସମାନ ହୋଇଥାଏ । ଏପରି ହେଲେ ଧନ ପ୍ରାପ୍ତି ହୋଇଥାଏ ।

ଶ୍ରାବଣ ସୋମବାର ଦିନ କୌଣସି ଗଛ ମୂଳରେ କିମ୍ବା ଶିବ ମନ୍ଦିର ନିକଟରେ କୌଣସି ସ୍ତ୍ରୀ ଏବଂ ପୁରୁଷଙ୍କୁ ଏକାନ୍ତରେ ଏକାଠି ବସିଥିବାର ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ । ଯଦି ଆପଣ ଅବିବାହିତ ତେବେ ଆପଣଙ୍କୁ ଉତ୍ତମ ଜୀବନସାଥୀ ପ୍ରାପ୍ତ ହେବ ଏବଂ ଯଦି ଆପଣ ବିବାହିତ ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *