Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ତୁଳସୀ ଗଛ ଦେଇଥାଏ ଏହି ସାତୋଟି ଖାସ ସଙ୍କେତ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଶ୍ରାବଣ ମାସରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି ଏବଂ ଶ୍ରାବଣରେ ତୁଳସୀ ଗଛରେ ସବୁଜ ଚୁନି ବାନ୍ଧିବା ଉଚିତ ଏବଂ ସନ୍ଧ୍ୟା ସମୟରେ ଦୀପ ଜାଳିବା ଉଚିତ । ଏହାସହିତ ଶ୍ରାବଣ ମାସରେ ତୁଳସୀ ଗଛ ନାନା ପ୍ରକାରର ସଙ୍କେତ ଦେଇଥାଏ । ମହାଦେବଙ୍କୁ ତୁଳସୀ ପତ୍ର ଅର୍ପିତ କରିବା ବର୍ଜିତ ଅଟେ । କାରଣ ମହାଦେବ ଦେବୀ ବୃନ୍ଦାଙ୍କ ପତି ଜଳନ୍ଧରର ବଧ କରିଥିଲେ ।

ଏହି କାରଣରୁ ଦେବୀ ବୃନ୍ଦା ମହାଦେବ ଏବଂ ଭଗବାନ ବିଷ୍ଣୁଙ୍କୁ ପଥର ହେବାର ଅଭିଶାପ ଦେଇଥିଲେ । ସେହିଠାରୁ ହିଁ ଭଗବାନ ବିଷ୍ଣୁଙ୍କ ଶାଲିଗ୍ରାମ ରୂପର ଜନ୍ମ ହୋଇଥିଲା । ଅଭିଶାପରୁ ମୁକ୍ତି ପାଇଁ ସର୍ବଦା ବିଷ୍ଣୁଙ୍କ ସମୀପ ରହିବାକୁ କହିଥିଲେ ଦେବୀ ବୃନ୍ଦା । ଯେଉଁ କାରଣରୁ ଦେବୀ ବୃନ୍ଦା ସତୀ ହେଲେ ଏବଂ ତାଙ୍କ ଦହନରୁ ସୃଷ୍ଟି ଅଙ୍ଗାରରୁ ତୁଳସୀ ଗଛର ଜନ୍ମ ହୋଇଥିଲା ।

ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଅନୁଯାୟୀ ପ୍ରତ୍ୟେକ ବର୍ଷ ଶାଲିଗ୍ରାମ ଏବଂ ତୁଳସୀରେ ବିବାହ ସହିତ ତୁଳସୀ ପୂଜନୀୟ ହେବ । ତେଣୁ ହିନ୍ଦୁ ଧର୍ମରେ ତୁଳସୀକୁ ହରି ବଲ୍ଲଭା କୁହାଯାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ପୂଜା ହୁଏ ସେହି ଘରେ କେବେ କୌଣସି ବିପଦ ସମସ୍ୟା ଆସେନାହିଁ ।

ଏହି ଗଛ ଅତ୍ୟନ୍ତ ପବିତ୍ର ଏବଂ ନକରାତ୍ମକ ଶକ୍ତିକୁ ଘର ଠାରୁ ଦୂରରେ ରଖିଥାଏ । ତୁଳସୀ ଗଛ ଲଗାଇବା ସମୟରେ ଶାସ୍ତ୍ରରେ ବର୍ଣ୍ଣିତ କିଛି ନିୟମ ପାଳନ କରିବା ନିତାନ୍ତ ଜରୁରୀ ଅଟେ । ଏହି ଗଛକୁ ସର୍ବଦା ମାଟି ଗାଉଁଲାରୀ ଲଗାଇବା ଉଚିତ । ଅପରିଷ୍କାର ସ୍ଥାନରେ ଲଗାଇଲେ ଘରର ମୁଖ୍ୟଙ୍କ ଉପରକୁ ବିପଦ ଆସିଥାଏ ଏବଂ ଘରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ ।

ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଅନେକ ପ୍ରକାରର ସଙ୍କେତ ଦେଇଥାଏ । ଏହା ଭଲ କିମ୍ବା ଖରାପ ସମୟର ସଙ୍କେତ ଦେଇଥାଏ ଏବଂ ବ୍ରହ୍ମ ଦ୍ୱୈତ ପୁରାଣ ଅନୁଯାୟୀ ତୁଳସୀ ପୂଜା କରୁଥିବା ବ୍ୟକ୍ତିକୁ ମୃତ୍ୟୁ ପରେ ନର୍କକୁ ଯିବାକୁ ପଡ଼ି ନଥାଏ । ଘର ସାମ୍ନାରେ ଲଗାଯାଇଥିବା ତୁଳସୀ ଗଛ ଶୁଖିଲେ ତାହା ଭଲ ସଙ୍କେତ ନୁହେଁ ତେଣୁ ତୁଳସୀ ଗଛର ଯତ୍ନ ନିଅନ୍ତୁ ।

ତୁଳସୀରେ ଅପରିଷ୍କାର ପାଣି , ପାଖରେ ଆବର୍ଜନା , ଅତ୍ୟଧିକ ଖରାରେ ତୁଳସୀ ରଖିବା ଉଚିତ ନୁହେଁ । କିନ୍ତୁ ସବୁ ସତର୍କତା ସତ୍ତ୍ୱେବି ଯଦି ତୁଳସୀ ଗଛ ଝାଉଁଳି ଯାଉଛି ଏବଂ ଶୁଖି ଯାଉଛି ତେବେ ଏହା ଆଗାମୀ ସମୟରେ ଘର ଉପରକୁ ଆସୁଥିବା ବିପଦ ବିଷୟରେ ଇଙ୍ଗିତ କରିଥାଏ । ଏହାଦ୍ବାରା ଆର୍ଥିକ ଖର୍ଚ୍ଚ ଅଧିକ କିମ୍ବା ପରିବାର ଉପରେ କୌଣସି ସମସ୍ୟା ଆସିପାରେ ।

ତେଣୁ ତୁରନ୍ତ ସେହି ତୁଳସୀ ଗଛକୁ ହଟାଇ ନୂଆ ଗଛ ଲଗାଇ ଦିଅନ୍ତୁ । ବିନା କାରଣରେ ତୁଳସୀ ଗଛରୁ ସବୁଜ ପତ୍ର ଝଡ଼ିଲେ ମଧ୍ୟ ତାହା ଅତ୍ୟନ୍ତ ଅଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଯାଉଛନ୍ତି । ଯାହାଦ୍ୱାରା ଘରେ ଶାନ୍ତି କଳହ କ୍ଳେଶ ସୃଷ୍ଟି ହୋଇଥାଏ । ଏସବୁ ଘରେ ନକରାତ୍ମକତା କାରଣରୁ ହୋଇଥାଏ ।

ତୁଳସୀ ଗଛ ପାଖରେ ଏଣୁତେଣୁ ଛୋଟ ଛୋଟ ଗଛ ଜନ୍ମ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଘରକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଘର ସାମ୍ନାରେ ତୁଳସୀ ସ୍ୱତଃ ଜନ୍ମ ହେଲେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଏ । ଘର ସାମ୍ନାରେ ଥିବା ତୁଳସୀ ଗଛ ମୂଳରେ ହଠାତ ପିମ୍ପୁଡ଼ି ଆସିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ତୁଳସୀ ଗଛ ମୂଳରେ ଅନ୍ୟ ପୋକ ଲାଗିଲେ ତାହା ଅଶୁଭ ହୋଇଥାଏ । ବୁଢିଆଣି ଜାଲ ସୃଷ୍ଟି ହୋଇଥିଲେ ଧନ ନଷ୍ଟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *