Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଶିବଲିଙ୍ଗରେ ବେଲପତ୍ର ଚଢ଼ାଇ କହିଦିଅନ୍ତୁ ରାବଣର ଏହି ଗୁପ୍ତ ମନ୍ତ୍ର । ମାତ୍ର ୨୪ ଘଣ୍ଟା ଘଣ୍ଟା ମଧ୍ୟରେ ହେବ ଚମତ୍କାର ।

ସେୟାର୍ କରନ୍ତୁ

ରାବଣ ସଂହିତା ଏକ ଅତି ପୁରାତନ ସଂହିତା ଅଟେ ଯାହାକୁ ସ୍ୱୟଂ ରାବଣ ହିଁ ରଚନା କରିଥିଲେ । ତେବେ ରାବଣ ଏହି ସଂହିତାରେ ମହାଦେବଙ୍କୁ ପୂଜା କରିବାର ନାନା ପ୍ରକାରର ବିଧି ଏବଂ ଶକ୍ତିଶାଳୀ ମନ୍ତ୍ରର ଉଲ୍ଲେଖ କରିଛି ଯାହାକି ଅତ୍ୟନ୍ତ ପ୍ରଭାବୀ ଅଟେ । କାରଣ ରାବଣକୁ ହିଁ ଏହି ସଂସାରରେ ମହାଦେବଙ୍କର ସବୁଠାରୁ ଭକ୍ତ କୁହାଯାଏ ଏବଂ ରାବଣ ଏକ ବିଶାଳ ଶିବଲିଙ୍ଗ ସ୍ଥାପନା କରି ପ୍ରତ୍ୟେକ ଦିନ ତାହାର ପୂଜା ମଧ୍ୟ କରୁଥିଲା । ରାବଣକୁ ଚାରି ବେଦର ଜ୍ଞାନୀ ଆଖ୍ୟା ଦିଆଯାଇଛି । ଶିବ ତାଣ୍ଡବ ସ୍ତୋତ୍ରର ରଚୟିତା ମଧ୍ୟ ରାବଣ । ରାବଣ ନିଜ ରଚନାରେ ନଅ ଗ୍ରହର ଉପାୟ ମଧ୍ୟ ଉଲ୍ଲେଖ କରିଛି ଯେଉଁ ନଅ ଗ୍ରହକୁ ସେ ବନ୍ଦୀ ବନାଇ ଥିଲା ।

ଶ୍ରାବଣ ମାସଟି ମହାଦେବଙ୍କୁ ସମର୍ପିତ ଅଟେ ଏବଂ ଏହି ମାସରେ ମାତା ପାର୍ବତୀ ଆରାଧନା କରି ମହାଦେବଙ୍କୁ ପ୍ରସନ୍ନ କରିଥିଲେ । ଏହି ମାସକୁ ପ୍ରେମ ଏବଂ ସୌଭାଗ୍ୟର ମାସ ମାନାଯାଏ । ମାତ୍ର ଏହି ମାସରେ ମହାଦେବଙ୍କୁ ପୂଜା କରିବାର ବିଧି ସବୁ ଜୀବଜନ୍ତୁଙ୍କ ପାଇଁ ଭିନ୍ନ ଭିନ୍ନ ଅଟେ ।ସେହିପରି ଭିନ୍ନ ଭିନ୍ନ ଧାତୁ , ମାଟି ଏବଂ ପଥରରେ ତିଆରି ଶିବଲିଙ୍ଗ ମନୁଷ୍ୟ ପାଇଁ ଉପଯୁକ୍ତ ଅଟେ ।

ଶ୍ରାବଣ ମାସରେ ମହାଦେବଙ୍କ ସୁଲଭ ପୂଜା କରି ନିତ୍ୟ ଓଁକାର ମନ୍ତ୍ର ଜପ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।ମହାଦେବଙ୍କର ପ୍ରତ୍ୟେକ ପୂଜା ବିଧି ସମୟରେ ଭିନ୍ନ ଭିନ୍ନ ମନ୍ତ୍ର ଜପ କରିବାର ବିଧାନ ରହିଛି । ଯାହାକି ଅତ୍ୟନ୍ତ ପ୍ରଭାବୀ ଅଟେ । ସେହି ପରି ବେଲପତ୍ର ଅର୍ପିତ କରିବା ସମୟରେ ନମଃ ବର୍ଣ୍ଣାୟ । ଏହି ମନ୍ତ୍ରର ଜପ କରିବା ଉଚିତ ।

ଭକ୍ତ ଶିବଲିଙ୍ଗରେ ନିଷ୍ଠାର ସହିତ ଜଳ ଅର୍ପିତ କଲେ ଶିବ ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଶ୍ରାବଣ ମାସରେ ସ୍ୱାମୀ ସ୍ତ୍ରୀ ସକାଳୁ ଜଲଦି ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଚଢ଼ାଇଲେ ସେମାନଙ୍କୁ ସୌଭଗ୍ୟ ପ୍ରାପ୍ତି ହୋଇଥାଏ । ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଥାଏ ଏବଂ ସୁଖ ଶାନ୍ତି ବଜାୟ ରହିଥାଏ । ଚଳିତ ବର୍ଷ ଶ୍ରାବଣ ମାସ ଆଠଟି ଅର୍ଥାତ ଦୁଇ ମାସ ପର୍ଯ୍ୟନ୍ତ ପାଳିତ ହେବ । ଜୀବନରେ ଘୋର ସମସ୍ୟା ଥିଲେ ଶ୍ରାବଣ ମାସରେ ମହଦେବଙ୍କୁ ସୋରିଷ ତେଲରେ ଅଭିଷେକ କରନ୍ତୁ । ସବୁ ସମସ୍ୟା ଦୂର ହେବ । ସନ୍ତାନ ପ୍ରାପ୍ତି ହେଉ ନଥିଲେ ମହାଦେବଙ୍କୁ ଗାଈ ଘିଅରେ ଅଭିଷେକ କରନ୍ତୁ ।

ବ୍ୟକ୍ତିର ଦାରିଦ୍ର୍ୟତା ଥିଲେ ଏବଂ କରଜ ସମସ୍ୟା ଥିଲେ ଶିବଲିଙ୍ଗରେ ଆଖୁ ରସ ଚଢ଼ାଇ ଦିଅନ୍ତୁ ଏବଂ ପୂଜା ପରେ ସେହି ରସକୁ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ଯେଉଁ ବ୍ୟକ୍ତି ଉପରେ କଳାଯାଦୁର ପ୍ରଭାବ ରହିଥାଏ ଏବଂ ସେ ସବୁବେଳେ ଅସୁସ୍ଥ ରହିଥାଏ ତେବେ ସେ ଶିବଲିଙ୍ଗରେ ମହୁ ଦ୍ୱାରା ଅଭିଷେକ କରିବା ଉଚିତ ।

ଯେଉଁ ଦମ୍ପତ୍ତିଙ୍କ ସମ୍ପର୍କରେ ସମସ୍ୟା ରହିଛି ସେମାନେ ଶିବଲିଙ୍ଗରେ କ୍ଷୀର ଏବଂ ମହୁ ଅର୍ପିତ କରିବା ଉଚିତ । ଶ୍ରାବଣ ସୋମବାରରେ ଗହମରେ ତିଆରି ଭୋଗକୁ ମହାଦେବଙ୍କୁ ନୈବେଦ୍ୟ ଆକାରରେ ଅର୍ପିତ କରନ୍ତି ତେବେ ଆପଣଙ୍କର ସବୁ ଅଧୁରା କାମ ପୂରଣ ହୋଇଯାଏ । କୌଣସି ପିଲାର ସ୍ମରଣ ଶକ୍ତି ଦୁର୍ବଳ ଥିଲେ ଶିବଲିଙ୍ଗରେ ଚିନି ଧାରା ଏବଂ ମୋକ୍ଷ ପ୍ରାପ୍ତି ପାଇଁ ଶମୀ ପତ୍ର ଅର୍ପିତ କରିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *