Excuse Me Odisha

ଯାହା କହିବୁ ସତ କହିବୁ

କୌଣସି ପରିସ୍ଥିତିରେ ବି ଶ୍ରାବଣ ମାସରେ ଏହି ଚାରୋଟି ଜିନିଷ କାହାକୁ ଧାର ଦିଅନ୍ତୁ ନାହିଁ ନଚେତ ଆସିବ ଦୁର୍ଭାଗ୍ୟ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ପ୍ରତ୍ଯେକ ବ୍ୟକ୍ତି ପାଇଁ ଖାସ ମାସ ହୋଇଥାଏ । କାରଣ ଏହି ମାସ ମହାଦେବଙ୍କୁ ସମର୍ପିତ ଅଟେ । ଏହି ମାସରେ ଭଗବାନ ଶିବଙ୍କୁ ଆରାଧନା କଲେ ବ୍ୟକ୍ତିର ଭାଗ୍ୟ ବଦଳି ଯାଏ । ତେବେ ଏହି ମାସରେ କିଛି କାମ କରିବାକୁ ଜୋର ଦିଆଯାଇଥିଲେ ହେଁ କିଛି କାମ କରିବାକୁ ବାରଣ ମଧ୍ୟ କରାଯାଇଛି ।

ଚାରୋଟି ଜିନିଷ ଏପରି ଅଛି ଯାହାକୁ ବ୍ୟକ୍ତି କାହାକୁ ବି ଦେବା ଉଚିତ ନୁହେଁ ନଚେତ ଜୀବନରେ ସମସ୍ୟା ଆସିପାରେ । ଶ୍ରାବଣ ମାସରେ ବ୍ୟକ୍ତି କାହାକୁ ଟଙ୍କା ଧାର ଦେବା ଉଚିତ ନୁହେଁ କିମ୍ବା କାହାଠାରୁ ଧାର ନେବା ମଧ୍ୟ ଉଚିତ ନୁହେଁ । ନଚେତ ସେହି ଧାର କେବେ ସୁଝି ନଥାଏ । ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସିବି ଜିନିଷ ବ୍ୟକ୍ତି ଅନ୍ୟ କାହାକୁ ଧାର କିମ୍ବା ଦାନରେ ଦେବା ମଧ୍ୟ ଉଚିତ ନୁହେଁ ।

ନଚେତ ସେହି ଜିନିଷ ସହିତ ମହାଦେବ ମଧ୍ୟ ଚାଲି ଯାଆନ୍ତି ଏବଂ ମହାଦେବ ଆପଣଙ୍କ ପାଇଁ କରିବାକୁ ଯାଉଥିବା ସୌଭଗ୍ୟ ମଧ୍ୟ ପ୍ରାପ୍ତ ହୁଏନାହିଁ । ଶ୍ରାବଣ ମାସରେ ମହାଦେବଙ୍କୁ ଅର୍ପିତ କରାଯାଉଥିବା କ୍ଷୀର ଦହି କାହାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି ଏବଂ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ ।

କୌଣସି ବ୍ୟକ୍ତିକୁ ଉପହାରରେ ଘଣ୍ଟା କିମ୍ବା ବଜାରରୁ ଘଣ୍ଟା କିଣି ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଭଲ ସମୟ ଏବଂ ଖରାପ ସମୟ ମଧ୍ୟ ସେହି ଘଣ୍ଟା ସହିତ ଚାଲିଯିବ । ଯାହାର ପରିଣାମ ଭଲ ହୋଇ ନଥାଏ । ଘରର ସମୃଦ୍ଧି ସହିତ ଜଡ଼ିତ କ୍ଷୀର , ଦହି , ରସୁଣ , ପିଆଜ କାହାକୁ ସନ୍ଧ୍ୟା ସମୟରେ ଦେବା ଉଚିତ ନୁହେଁ ।

ଶ୍ରାବଣ ମାସରେ ଦାନ ଧର୍ମର ମହତ୍ତ୍ୱ ରହିଛି । କିନ୍ତୁ ଏହି ସମୟରେ କୌଣସି ବ୍ୟକ୍ତିକୁ କଳା କିମ୍ବା ଧଳା ବସ୍ତ୍ର ଦାନ ଆକାରରେ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେହି ବ୍ୟକ୍ତିର ବୈବାହିକ ଜୀବନକୁ ଏହା ପ୍ରଭାବିତ କରିଥାଏ ଏବଂ ତାଙ୍କ ଜୀବନରେ ଦୁଃଖ ଆସିଯାଏ । ଶ୍ରାବଣ ମାସରେ କାହାକୁ କଳା ବସ୍ତ୍ର ଦାନ କଲେ ସେହି ବ୍ୟକ୍ତିର ଜୀବନରେ କାଙ୍ଗାଳି ଆସିଯାଏ ଏବଂ ଦାନ କରୁଥିବା ବ୍ୟକ୍ତିର ଜୀବନରେ ରାହୁ ଦୋଷ ଲାଗିଯାଏ । ଶ୍ରାବଣ ମାସରେ ରୋଷେଇ ଘରୁ କୌଣସି ତରଳ ଜିନିଷ କାହାକୁ ଧାର ଦିଅନ୍ତୁ ନାହିଁ ଏବଂ କାହାଠାରୁ ନିଅନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନ ଉପରେ ଦୁଃଖଦ ପ୍ରଭାବ ପଡ଼ିଥାଏ ।

ନିଜର ବ୍ୟବହାର ହୋଇଥିବା ବସ୍ତ୍ର କାହାକୁ ଶ୍ରାବଣ ମାସରେ ଦାନରେ ଦିଅନ୍ତୁ ନାହିଁ । ଏହାଦ୍ବାରା ପୋଷାକ ସହିତ ସମୃଦ୍ଧି ଅନ୍ୟ ଲୋକ ପାଖକୁ ଚାଲିଯାଏ । ଶ୍ରାବଣ ମାସରେ ବିବାହିତ ମହିଳା ମାନେ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କୌଣସି ଜିନିଷ କାହାକୁ ଦାନ ଦେବା ଉଚିତ ନୁହେଁ । ଏହାବ୍ୟତୀତ ବିବାହିତା ମହିଳା ମାନେ ନିଜର ସୁହାଗ ଜିନିଷ କାହାକୁବି ଦାନରେ ଦେବା ଉଚିତ ନୁହେଁ । ନଚେତ ଆପଣଙ୍କ ସୌଭଗ୍ୟ ମଧ୍ୟ ତାହା ସହିତ ଚାଲିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *