ଶ୍ରାବଣ ମାସରେ ଦଶ ଟଙ୍କିଆ କଏନକୁ ପୋତି ଦିଅନ୍ତୁ ଏହି ଗଛ ମୂଳରେ । ୨୪ ଘଣ୍ଟା ମଧ୍ୟରେ ବଦଳିବ ଭାଗ୍ୟ ଏବଂ ଆସିବ ଅମାପ ଧନ ।
ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହି ମାସରେ ଯଦି କୌଣସି ବ୍ୟକ୍ତି ମହାଦେବଙ୍କର ଖାସ ପ୍ରୟୋଗ କରେ ତେବେ ମହାଦେବ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ସେହି ବ୍ୟକ୍ତିର ସବୁ ନବ ଗ୍ରହ ମଧ୍ୟ ଦୃଢ଼ ରହେ । ଯେଉଁ କାରଣରୁ ସେହି ବ୍ୟକ୍ତିର ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଯାଏ । ଏଭଳି ମାନ୍ୟତା ରହିଛି ଯେ ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡରେ ଅନ୍ୟ ସବୁ ଦେବଦେବୀ ମଧ୍ୟ ମହାଦେବଙ୍କ ପାଖରେ ନିଜର ନତ ମସ୍ତକ କରନ୍ତି ଏବଂ ଆଶୀର୍ବାଦ ନିଅନ୍ତି ।
ଆଜିକାର ଲେଖାରେ ଆମେ କିଛି ଖାସ ଉପାୟ ବିଷୟରେ କହିବୁ ଯାହାକୁ ଏହି ଶ୍ରାବଣ ମାସରେ ନିହାତି କରିବା ଉଚିତ । ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିକୁ ସୌଭଗ୍ୟ ପ୍ରାପ୍ତ ହୋଇଥାଏ । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ଉପରେ ଭଗବାନ ଶିବଙ୍କ କୃପା ଥାଏ ସେହି ବ୍ୟକ୍ତି ଜୀବନରେ କେବେବି ଅଟକି ଯାଏନାହିଁ ଏବଂ ସବୁବେଳେ ଆଗକୁ ବଢ଼ିବାରେ ଲାଗିଥାଏ ।
ଶାସ୍ତ୍ରରେ ଏହା ବର୍ଣ୍ଣିତ ହୋଇଛି ଯେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ପ୍ରତ୍ୟେକ ଦିନ କିମ୍ବା ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କୁ ଜଳ ଅର୍ପିତ କରିଥାଏ ସେହି ବ୍ୟକ୍ତି ଉପରେ ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ସେହି ବ୍ୟକ୍ତିର ଜୀବନରେ କେବେ କୌଣସି ସମସ୍ୟା ଆସେ ନାହିଁ । ଏହି କାରଣରୁ ସେହି ବ୍ୟକ୍ତିର ଜୀବନରେ ସମସ୍ତ ନବ ଗ୍ରହର ଶୁଭ ପ୍ରଭାବ ରହିଥାଏ । ଏଭଳି ମାନ୍ୟତା ରହିଛି ଯେ ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ବରଗଛର ସେବା କରିଥାଏ ଏବଂ ପ୍ରତ୍ୟେକ ଦିନ କ୍ଷୀର ଏବଂ ଜଳ ଚଢ଼ାଇ ଥାଏ ସେପରି ବ୍ୟକ୍ତି ସାରାଜୀବନ ନିଜ ପିତୃଙ୍କ ସାଥ ପାଇଥାଏ ।
ଏମିତିକି କୁଳଦେବୀ ଏବଂ କୁଳଦେବତା ସେହି ବ୍ୟକ୍ତିର ସପକ୍ଷରେ ଆସି ଯାଆନ୍ତି । ଏପରି ବ୍ୟକ୍ତିର ଜୀବନରେ କେବେବି ସଙ୍କଟ ଆସେନାହିଁ । ଯଦି ଆପଣ ଜୀବନରେ ସଞ୍ଜୀବନି ମନ୍ତ୍ରର ସାଧନା କରନ୍ତି ତେବେ ଆପଣଙ୍କୁ ଜୀବନରେ ସୌଭଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ସବୁ ସାଧନାରେ ସିଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ଏହି ଉପାୟକୁ କରିବା ପାଇଁ କେବଳ ଗୋଟିଏ ଦଶ ଟଙ୍କିଆ କଏନର ଆବଶ୍ୟକତା ରହିଛି । ଏହାକୁ ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ରାତିରେ ନିଜ ତକିଆ ତଳେ ରଖି ଶୁଅନ୍ତୁ । ଘରେ ଥିବା ସବୁ ପ୍ରକାରର ନକରାତ୍ମକ ଶକ୍ତି ଏହି କୋଏନରେ ସମାହିତ ହୋଇଯାଏ । ଏହାପରେ ସକାଳୁ ଉଠି ଏହି କୋଏନକୁ ଭଲ ଭାବରେ ଧୋଇ ପାଖ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ ଅର୍ପିତ କରିବା ପରେ ସେହି କୋଏନକୁ ସ୍ପର୍ଶ କରାଇ ନେଇ ଆସନ୍ତୁ ।
ଆପଣଙ୍କ ଭିତରେ କିମ୍ବା ବାହାରେ ଥିବା ନକରାତ୍ମକ ଶକ୍ତି ଏହି କୋଏନ ଜରିଆରେ ବାହାରି ଯିବ ଏବଂ ଶିବଲିଙ୍ଗରେ ଛୁଇଁବା ମାତ୍ରେ ସବୁ ନକରାତ୍ମକ ଶକ୍ତି ସକାରାତ୍ମକ ଶକ୍ତିରେ ପରିଣତ ହୋଇଯିବ । ଯେଉଁ ଲୋକଙ୍କ ଜୀବନରେ ଖୁବ ଅଧିକ ଦୁର୍ଭାଗ୍ୟ ବଢ଼ି ଯାଇଛି ସେମାନେ ଶ୍ରାବଣ ମାସରେ ଏହି ଖାସ ସରଳ ଉପାୟକୁ ନିଶ୍ଚୟ କରିବା ଉଚିତ । ଗୋଟିଏ କୋଏନକୁ ହିଁ ଆପଣ ପ୍ରତ୍ୟେକ ଦିନ ଏଭଳି ଉପାୟ କରି ବ୍ୟବହାର କରି ପାରିବେ । ଏପରି କରିବା ଦ୍ୱାରା ବ୍ୟକ୍ତିର ଦୁର୍ଭାଗ୍ୟ ବହୁତ ଜଲଦି ସୌଭଗ୍ୟରେ ପରିଣତ ହୋଇଯାଏ ।