Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ରାତ୍ରି ସମୟରେ କେବଳ ଏହି ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ ଲବଙ୍ଗ । ହୋଇଯିବେ କୋଟିପତି ଏବଂ ଦୂର ହେବ ସବୁ କଷ୍ଟ ।

ସେୟାର୍ କରନ୍ତୁ

ଯେମିତି ପ୍ରତ୍ୟେକ ବାର ଭିନ୍ନ ଭିନ୍ନ ଦେବତାଙ୍କୁ ସମର୍ପିତ ହୋଇଥାଏ । ସେହିଭଳି ଶନିବାର ଦିନଟି ଶନିଦେବ ନିମିତ୍ତ ହୋଇଥାଏ । ଏହିଦିନ ଶନିଦେବଙ୍କ ଆରାଧନା କଲେ ଜୀବନର ତମାମ ସମସ୍ୟା କଷ୍ଟ ଦୂର ହୋଇଥାଏ । ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ମନୁଷ୍ୟ ଭଲ କାମ କଲେ ଶନିଦେବ ପ୍ରସନ୍ନ ହୋଇ ଆଶୀର୍ବାଦ ଦିଅନ୍ତି , ଖରାପ କାମ କଲେ କ୍ରୋଧିତ ହୁଅନ୍ତି । ତେବେ ଜୀବନରେ କୌଣସି ପ୍ରକାରର ସମସ୍ୟା ଥିଲେ ଶନିଦେବଙ୍କ ଆରାଧନା ସହିତ କେଉଁ ଉପାୟ କଲେ ଆପଣ ବର୍ତ୍ତି ପାରିବେ ସେହି ବିଷୟରେ କହିବୁ । ଜୀବନର ସବୁଠାରୁ ବଡ଼ ସମସ୍ୟା କରଜ ସମସ୍ୟା ଥିଲେ ଲଗାତାର ତିନୋଟି ଶନିବାର ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଶୁଖିଲା ନଡ଼ିଆକୁ ନେଇ ତାହାର ଉପର ଭାଗକୁ କାଟି ସେଥିରେ ଚିନି ପୁରାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ପୋତି ଦିଅନ୍ତୁ ।

ଦେଖିବେ କରଜ ସମସ୍ୟାର ଧୀରେ ଧୀରେ ସମାଧାନ ହୋଇଯିବ । ଶନିବାର ଦିନ ପୋଛା ପାଣିରେ ଫିଟିକିରି ମିଶାଇ ପୋଛା ଲଗାଇଲେ ଘରୁ ନକରାତ୍ମକତା ଦୂର ହେବା ସହିତ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ଜୀବନରେ ଦୁର୍ଭାଗ୍ୟ ଥିଲେ ଶନିବାର ଦିନ ଦୁଇଟି ମୁଗ ଦାନା ନେଇ ସେଥିରେ ଦହି ଏବଂ ସିନ୍ଦୁର ଲଗାଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦେଇ ଆସନ୍ତୁ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଯିବ । ଖୁବ ଚେଷ୍ଟା ପରେ ବି ସଫଳତା ମିଳୁନଥିଲେ ଶନିବାର ଦିନ ଶ୍ରୀହନୁମାନଙ୍କ ଚରଣରେ ଚଉମୁଖା ଦୀପ ଜାଳି ” ଓଁ ଅଞ୍ଜନି ସୂତାୟ ନମଃ ” ମନ୍ତ୍ରର ଜପ କଲେ ଶ୍ରୀହନୁମାନଙ୍କ କୃପା ଦୃଷ୍ଟି ଭକ୍ତଙ୍କ ଉପରେ ପଡ଼ିଥାଏ । ପିତୃ ଦୋଷ କିମ୍ବା ରାହୁ କେତୁ ଶନି ଦୋଷ ଥିଲେ ଲଗାତାର ୨୧ ଶନିବାର ପର୍ଯ୍ୟନ୍ତ ଏକ ଲୋଟା ପାଣିରେ ଏକ ଚିମୁଟା ତିଳ ପଳାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଅର୍ପିତ କରି ଦିଅନ୍ତୁ ।

ଅଯଥା ଖର୍ଚ୍ଚ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲଗାତାର ଏଗାରଟି ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟାରେ ଅଳ୍ପ ମୁଗ ଡାଲିକୁ ପେଶୀ ଦୁଇଟି ଗୋଳା ବନାଇ ସେଥିରେ ସିନ୍ଦୁର ଏବଂ ଦହି ଲଗାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ରଖି ଦିଅନ୍ତୁ । ଶନିବାର ସନ୍ଧ୍ୟାରେ ଏକ ତିଳ ତେଲ ଦୀପ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜାଳିଲେ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । କିମ୍ବା ଆପଣ ସୋରିଷ ତେଲ ଦୀପରେ ଏକ ଚିମୁଟା ତିଳ ପକାଇ ପାରିବେ । ଅନେକ ସମୟରେ ଜୀବନରେ ଏକାଧିକ ସମସ୍ୟା ଥାଏ । ଯେଉଁଥିରୁ ବର୍ତ୍ତିବା ପାଇଁ ଏକ ପାନ ପତ୍ର ଆଣି ତାହାର ମସୃଣ ଭାଗକୁ ତଳକୁ ରଖି ଉପରେ ଦୁଇଟି ଲବଙ୍ଗ ରଖି ଜଳରେ ପ୍ରବାହିତ କରି ଦିଅନ୍ତୁ ଏବଂ ପ୍ରାର୍ଥନା କରି ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ସମସ୍ୟା ଦୂର ହୋଇଯିବ ।

ଶନିବାର ଦିନ ଏକ କପଡ଼ାରେ ଏକ ମୁଠା ଚାଉଳ ବାନ୍ଧି ଶନିଦେବଙ୍କ ଚରଣରେ ରଖି ଦିଅନ୍ତୁ । ଏହାପରେ ସୋରିଷ ତେଲ ଦୀପ ଜଳାନ୍ତୁ । ତାପରେ ଚାଉଳ ପୁଟୁଳିକୁ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏ । ଜୀବନରେ ଦୁଃଖ କଷ୍ଟ ଥିଲେ ଶ୍ରୀହନୁମାନଙ୍କ ସମ୍ମୁଖରେ ଦିଅ ଜାଳି ସେଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ କିମ୍ବା ଶନିଦେବଙ୍କ ସମ୍ମୁଖରେ ସୋରିଷ ତେଲ ଦିଅ ଜଳାନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଶ୍ରୀହନୁମାନଙ୍କୁ ଲଡ଼ୁ ଚଢାନ୍ତୁ ଏବଂ ଦେଶୀ କର୍ପୂର ସହିତ ପାଞ୍ଚଟି ଲବଙ୍ଗ ଜଳାଇ ସେହି ଭସ୍ମକୁ ରଖନ୍ତୁ । ବାହାରକୁ କୌଣସି କାମରେ ଗଲେ ସେହି ଭସ୍ମକୁ ମଥାରେ ଲଗାଇ ଯାଆନ୍ତୁ । ଏହାଦ୍ବାରା ଶତ୍ରୁ ଶକ୍ତି ଶାନ୍ତ ହୋଇଥାନ୍ତି ।

ଶନିବାର ରାତିରେ ଦୀପ ଜାଳିବା ସମୟରେ ଅଳ୍ପ ସୋରିଷ ଦାନା ପକାଇ ଜାଳିଲେ ନକରାତ୍ମକ ଶକ୍ତି ଏବଂ ଅତୃପ୍ତ ଆତ୍ମା ଦୂର ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଖୁସି ଆସିଥାଏ । ଘରର ସମସ୍ୟାକୁ ଦୂର କରିବା ପାଇଁ ଶନିବାର ଦିନ ରାତିରେ ଭୋଜନ ପରେ ରୋଷେଇ ଘର ସଫା କରି ସାରିବା ପରେ ଏକ ରୂପାର ମୁଦ୍ରା ଉପରେ ଲବଙ୍ଗ ଏବଂ କର୍ପୂର ରଖି ଜଳାଇ ଦିଅନ୍ତୁ । ତାହା ଜଳିବା ସହିତ ଘରର ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ରହିବ ନାହିଁ ଏବଂ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *