Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ରାତିରେ ଶରୀରର ଏହି ଅଂଶରେ ଲଗାନ୍ତୁ ସୋରିଷ ତେଲ । ରାତାରାତି ହୋଇଯିବେ ମାଲାମାଲ ।

ସେୟାର୍ କରନ୍ତୁ

ସାଧରଣତଃ ଶନିବାର ଦିନଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ଦିନରେ ଅନେକ ତୋଟକା ଏବଂ ପ୍ରୟୋଗରୁ ବର୍ତ୍ତିବା ପାଇଁ କିଛି ଉପାୟ କରାଯାଉଥିବା ସହିତ ଭଲ ପ୍ରଭାବ ପାଇଁ କିଛି ଖାସ ଉପାୟ ମଧ୍ୟ କରାଯାଇଥାଏ । ଯଦି ଜୀବନ ଉପରେ ଶନି ଦେବଙ୍କ ନଜର ପଡ଼ିଯାଏ ତେବେ ସ୍ୱାସ୍ଥ୍ୟ ଜନିତ ସମସ୍ୟା , କ୍ୟାରିଅର ସମସ୍ୟା ଏବଂ ପରିବାର ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଶନିଦେବଙ୍କୁ ମନେଇବାର କିଛି ଖାସ ଉପାୟ ମଧ୍ୟ ରହିଛି ଯାହା ଆପଣ ଶନିବାର ଦିନ କରି ପାରିବେ । ଶନିବାର ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟଦ୍ୱାରରେ ପ୍ରତ୍ୟେକ ଦିନ କିଛି ବୁନ୍ଦା ଜଳ ଛିଟା ମାରିବା ଉଚିତ ।

ଏହାଦ୍ବାରା ସେଠାରେ ଥିବା ଅତୃପ୍ତ ଆତ୍ମା ତୃପ୍ତ ହୋଇ ଚାଲିଯିବେ । ଯଦି ଗଙ୍ଗା ଜଳ ନଥାଏ ତେବେ ରାତିରେ ତମ୍ବା ପାତ୍ରରେ ପାଣି ରଖି ସକାଳୁ ସେହି ଜଳକୁ ମଧ୍ୟ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ପାରିବେ । ଶନିବାର ଦିନ ସକାଳୁ ଉଠି ଝାଡୁ ପୋଛା ମାରିବା ଆଗରୁ କିଛି ବୁନ୍ଦା ଜଳ ନିଶ୍ଚୟ ସିଞ୍ଚି ଦିଅନ୍ତୁ । ଏହାପରେ ପୋଛା ମାରୁଥିଲେ ପାଣିରେ ଫିଟିକିରି ମିଶାଇ ପୋଛା ଲଗାନ୍ତୁ ।

ଶନିବାର ଦିନ ସୋରିଷ ତେଲରେ ନିଜ ଛାଇକୁ ଦେଖି ସେଥିରେ ମୁଗ ଡାଲି ଦେଇ ତାହାକୁ କୌଣସି କୁକୁରକୁ ଦେଇ ପାରିବେ ନଚେତ ଘରେ ତିଆରି ହେଉଥିବା ଶେଷ ରୁଟିରେ ଏକ ବୁନ୍ଦା ସୋରିଷ ତେଲ , ଏକ ଚିମୁଟା ତିଳ ଏବଂ ଗୁଡ଼ ରଖି ତାହାକୁ ନିଜ ଉପର ଦେଇ ଓଲଟା ତିନି ଥର ବୁଲାଇ କୌଣସି କୁକୁରକୁ ଦେଇ ଦିଅନ୍ତୁ ।

ଏହାଦ୍ବାରା କୌଣସି ପ୍ରକାରର ବି ନଜର ଦୋଷ ଦୂର ହୋଇଯିବ । କରଜ ସମସ୍ୟା ଥିଲେ ଶନିବାର ଦିନ ଏକ ଖାସ ଉପାୟ ଆକାରରେ ଏକ ପାନ ଆଣି ସେଥିରେ ଲବଙ୍ଗ ଅଳେଇଚ ଏବଂ ମିଠା ବସ୍ତୁ ରଖି ପାନ ବନାଇ ଶ୍ରୀହନୁମାନଙ୍କୁ ଅର୍ପିତ କରି ପାରିବେ । ଶନିବାର ଦିନ ଘରର ସବୁ ଲୋକ କେଶରେତେଲ ଲଗାଇବା ସହିତ ନାଭିରେ ତେଲ ଲଗାଇଲେ ମଧ୍ୟ ଅତ୍ୟନ୍ତ ଉତ୍ତମ ହୋଇଥାଏ ।

ଏହାଦ୍ବାରା ଓଠ ଫାଟି ନଥାଏ ଏବଂ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ । ଏକ କଥା ଅନୁଯାୟୀ ଶନିଦେବଙ୍କୁ ଯେତେବେଳେ ରାବଣ ଲଙ୍କାରେ ନିଜ ଗୋଡ଼ ତଳେ ରଖିଥିଲା ସେତେବେଳେ ଶ୍ରୀହନୁମାନ ହିଁ ତାଙ୍କୁ ଉଦ୍ଧାର କରିଥିଲେ । ସେହିଠାରୁ ଶନିଦେବ ଏହି ବର ଦେଇଥିଲେ ଯେ ଯେଉଁ ବ୍ୟକ୍ତି ଶନିଦେବଙ୍କ ପୂଜା କରିବା ପରେ ଶ୍ରୀହନୁମାନଙ୍କ ପୂଜା କରିବ ସେହି ବ୍ୟକ୍ତି ଉପରେ ଶନିଦେବଙ୍କ କୁ ଦୃଷ୍ଟି ପଡ଼ିବ ନାହିଁ ।

ପ୍ରତ୍ୟେକ ଶନିବାର ଶନିଦେବଙ୍କ ଶିଳାର ପୂଜା କରିବା ଉଚିତ । ଶନିବାର ଦିନ କୌଣସି ଅଶ୍ୱତ୍ଥ ଗଛ ମୂଳରେ ଜଳ ଢ଼ାଳିଲେ ମଧ୍ୟ ଶନିଦେବ ପ୍ରସନ୍ନ ହୁଅନ୍ତି । ତେଣୁ ଶନିବାର ଦିନ ଏକ ଲୋଟା ଜଳ , ଧଳା ଫୁଲ , ଏକ ଚିମୁଟା ତିଳ ଏବଂ ଗୁଡ଼ ନେଇ ଜଳରେ ମିଶାଇ ତାହାକୁ ଅର୍ପିତ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ ପାଇଁ ପ୍ରାର୍ଥନା କରନ୍ତୁ । ଏହାସହିତ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ଗଛ ମୂଳରେ ଏକ ସୋରିଷ ତେଲ ଦୀପ ମଧ୍ୟ ଜଳାନ୍ତୁ । ଶନିବାର ଦିନ ବେଲ ଗଛ ମୂଳରେ ଦୁଇ ମୁଖ ଥିବା ଦୀପ ଜାଳିଲେ ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଶନିଦେବ ସହଜରେ କ୍ରୋଧିତ ହୁଅନ୍ତି ନାହିଁ । କିନ୍ତୁ କ୍ରୋଧିତ ହେଲେ ତାଙ୍କର ଉପାସନା କରି ଶ୍ରୀହନୁମାନଙ୍କୁ ଚୋଲା ନିଶ୍ଚୟ ଚଢାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *