Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ସ୍ଥାନରେ ବାନ୍ଧି ଦିଅନ୍ତୁ ଏକ ଯୋଡ଼ା ସବୁଜ ଚୁଡ଼ି । ମାତ୍ର ୨୪ ଘଣ୍ଟା ମଧ୍ୟରେ ହେବ ଚମତ୍କାର ।

ସେୟାର୍ କରନ୍ତୁ

ଏମିତିରେ ତ ଶ୍ରାବଣ ମାସ ପବିତ୍ରର ମାସ ହୋଇଥାଏ ଏବଂ ଏହି ମାସରେ ସୌଭଗ୍ୟ ପ୍ରାପ୍ତ କରିବାର ଅବସର ମଧ୍ୟ ରହିଥାଏ । ତେଣୁ ବିବାହିତ ମହିଳା କିଛି ଖାସ କାମ କରି ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି କରିବା ସହିତ ସୌଭଗ୍ୟ ମଧ୍ୟ ଅର୍ଜନ କରି ପାରିବେ । ସବୁ ପର୍ବ ଏବଂ ସବୁ ମାସ ଅପେକ୍ଷା ଶ୍ରାବଣ ମାସର ମହତ୍ତ୍ୱ ସମ୍ପୂର୍ଣ୍ଣ ଭିନ୍ନ ଅଟେ କାରଣ ଏହି ସମ୍ପୂର୍ଣ୍ଣ ମାସ ଏକ ଉତ୍ସବ ଅଟେ ଏବଂ ଏହି ସମୟରେ ସବୁ ଜୀବଜନ୍ତୁଙ୍କ ପାଇଁ ବାତାବରଣ ସବୁଜ ଏବଂ ଶୁଦ୍ଧ ରହିଥାଏ । ତେଣୁ ଏହି ବାତାବରଣ ବିବାହିତା ମହିଳାଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସମୟରେ ମହିଳା ମାନେ ଶୃଙ୍ଗାର କରିବା ନିତାନ୍ତ ଜରୁରୀ ଅଟେ ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ନିମିତ୍ତ ବ୍ରତ ସମେତ ମଙ୍ଗଳା ଗୌରୀ ବ୍ରତ ମାତା ପାର୍ବତୀଙ୍କ ନିମନ୍ତେ ସବୁ ବିବାହିତା ମହିଳା ନିହାତି ରଖିବା ଉଚିତ । ତେଣୁ ବିବାହିତା ମହିଳା ମାନେ ଶ୍ରାବଣ ମାସରେ ମହାଦେବଙ୍କୁ ପୂଜା କରିବା ସମୟରେ କିମ୍ବା ଜଳାଭିଷେକ କରିବା ସମୟରେ କିଛି ଖାସ କାମ କରିନେବା ଉଚିତ । ଯାହାଦ୍ୱାରା ମହିଳା ମାନେ ସୌଭଗ୍ୟ ଅର୍ଜନ କରିବା ସହିତ ସ୍ୱାମୀଙ୍କର ମଧ୍ୟ ମଙ୍ଗଳ ହେବ । ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଅର୍ପିତ କରିବାକୁ ଯିବା ସମୟରେ ଏକ ତମ୍ବା ଲୋଟାରେ କ୍ଷୀର , କେଶର , ଚାଉଳ ନେଇ ଶିବଲିଙ୍ଗରେ ଅର୍ପିତ କରନ୍ତୁ ।

ମହାଦେବଙ୍କ ଶରୀରରୁ ତାହା ପ୍ରବାହିତ ହେଉଥିବା ସମୟରେ ସେଥିରୁ କିଛି ଘରକୁ ଆଣି ନିଜ ସ୍ୱାମୀଙ୍କ କଣ୍ଠରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହେ । ଶ୍ରାବଣ ମାସରେ ମହାଦେବଙ୍କ ପୂଜା ସମେତ ମାତା ପାର୍ବତୀଙ୍କୁ ସିନ୍ଦୁର ଅର୍ପିତ କରି ପୂଜା କରନ୍ତୁ । ଶ୍ରାବଣ ମାସରେ ସବୁଜ ରଙ୍ଗର ଅଧିକ ମହତ୍ତ୍ୱ ରହିଛି ତେଣୁ ଏହି ମାସରେ ମହିଳା ମାନେ ସବୁଜ ଚୁଡ଼ି ସହିତ ସବୁଜ ଶାଢ଼ୀ ପିନ୍ଧିଲେ ମହାଦେବ ପ୍ରସନ୍ନ ହୁଅନ୍ତି ।

ଏହାବ୍ୟତୀତ କୌଣସି ଶୁଭକାର୍ଯ୍ୟରେ ନାଲି ରଙ୍ଗ ପବିତ୍ର ହୋଇଥାଏ । ଶ୍ରାବଣ ମାସରେ ବିବାହିତା ମହିଳାଙ୍କ ପାଇଁ କଳା ରଙ୍ଗର ବସ୍ତ୍ର ଧାରଣ ବର୍ଜିତ ଅଟେ ମାତ୍ର ଏହି ସମୟରେ ବିବାହିତା ମହିଳା ମଙ୍ଗଳସୂତ୍ର , ଅନ୍ୟାନ୍ୟ ଆଭୂଷଣ ଧାରଣ କରିବା ଦ୍ୱାରା ମହାଦେବ ଏବଂ ପାର୍ବତୀ ଖୁସି ହୁଅନ୍ତି ଏବଂ ଉକ୍ତ ମହିକଙ୍କୁ ସୌଭଗ୍ୟ ପ୍ରାପ୍ତି ହୋଇଥାଏ ।

ଶ୍ରାବଣ ମାସରେ ବିବାହିତା ମହିଳା ନିଜ ସିଂଥି କେବେ ଖାଲି ରଖିବା ଉଚିତ ନୁହେଁ । ସବୁବେଳେ ସିନ୍ଦୁର ଭରିବା ଉଚିତ ଏବଂ ହାତରେ ମେହେନ୍ଦୀ ମଧ୍ୟ ଲଗାଇବା ଉଚିତ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ନିବିଡ଼ତା ଆସିଥାଏ । ଏହାଦ୍ବାରା ମାତା ପାର୍ବତୀ ପ୍ରସନ୍ନ ହୁଅନ୍ତି ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ ।

ମେହେନ୍ଦୀ ଲଗାଇବା ଦ୍ୱାରା ମାନସିକ ଚିନ୍ତା , ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଇତ୍ୟାଦି ଦୂର ହୋଇଥାଏ । ଶ୍ରାବଣ ମାସରେ ଷୋହଳ ଶୃଙ୍ଗାର ଦାନ କରିବା ସୌଭଗ୍ୟ ପ୍ରାପ୍ତି କରାଇ ଥାଏ । କିମ୍ବା ଏହି ଦିନ ମହିଳା ମାନେ ସିନ୍ଦୁର ଦାନ କରିପାରିବେ । ଏହାବ୍ୟତୀତ ଶ୍ରାବଣ ମାସରେ ଅଳତା ଲଗାଇବା ଦ୍ୱାରା ମାତା ପାର୍ବତୀ ପ୍ରସନ୍ନ ହୋଇ ଅଖଣ୍ଡ ସୌଭଗ୍ୟବତୀର ଆଶୀର୍ବାଦ ଦିଅନ୍ତି ଘରେ ଉନ୍ନତି ହୋଇଥାଏ । ଶ୍ରାବଣ ମାସରେ କୌଣସି ପ୍ରକାରର ବାଦ ବିବାଦ କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *