Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ୧୦ ଟି ଭୁଲ ନେଇପାରେ ଆପଣଙ୍କ ଜୀବନ । ଭୁଲରବି ଏହି ଦୁଇଟି ଖାଦ୍ୟ ଖାଆନ୍ତୁ ନାହିଁ ନଚେତ ଅସଫଳ ହେବ ବ୍ରତ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ମାସ ଅଟେ ଏବଂ ଏହି ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ । ଶ୍ରାବଣ ମାସ ମହାଦେବଙ୍କୁ ସମର୍ପିତ ଅଟେ । ତେଣୁ ଭକ୍ତ ମାନେ ବ୍ରତ ରଖି କିମ୍ବା କାଉଡ଼ିରେ ମହାଦେବଙ୍କୁ ଜଳ ଅର୍ପିତ କରନ୍ତି ଏବଂ ଶ୍ରାବଣ ମାସ ଶେଷ ହେବା ପରେ ହୋଇଥାଏ ରକ୍ଷା ବନ୍ଧନ । ତେବେ ଚଳିତ ବର୍ଷ ଶ୍ରାବଣ ମାସ ଦୁଇ ମାସ ପଡ଼ୁଛି ଏବଂ ୮ ଟି ସୋମବାର ବ୍ରତ ମଧ୍ୟ ପାଳିତ ହେବ । ଏହାବ୍ୟତୀତ ଦୀର୍ଘ ୧୯ ବର୍ଷ ପରେ ଏଭଳି ଯୋଗ ସୃଷ୍ଟି ହେଉଥିବାରୁ ଏହା ଅତ୍ୟନ୍ତ ଖାସ ଅଟେ । ତେବେ ଶ୍ରାବଣ ମାସର ଆରମ୍ଭ ଜୁଲାଇ ୪ ରୁ ହେବ ଏବଂ ପ୍ରଥମ ସୋମବାର ବ୍ରତ ଜୁଲାଇ ୧୦ ରୁ । ତେଣୁ ଶ୍ରାବଣ ମାସ ଏବଂ ସୋମବାର ବ୍ରତ ଧାରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କେଉଁ ନିୟମ ମାନିବା ନିତାନ୍ତ ଜରୁରୀ ଚାଲନ୍ତୁ ସେହି ବିଷୟରେ ଜାଣିନେବା ।

ଶ୍ରାବଣ ମାସ ସୋମବାର ବ୍ରତ ରଖୁଥିବା ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଯେମିତିକି ନାସପାତି ଖାଇବା ଆଦୋୖ ଉଚିତ ନୁହେଁ । ଏହାବ୍ୟତୀତ ଅନ୍ୟ ଠାରୁ ଧାର ନେଇ ଫଳମୂଳ କିଣି ବ୍ରତ ସମୟରେ ସେବନ କରିବା ବର୍ଜିତ ଅଟେ । ଶ୍ରାବଣ ମାସରେ ପୁରୁଣା ଅଟାର ସେବନ ମଧ୍ୟ କରନ୍ତୁ ନାହିଁ । ଶ୍ରାବଣ ପୂର୍ଣ୍ଣିମା ମାସ ବ୍ରତରେ ଶୁଦ୍ଧ ସାତ୍ଵିକତା ବଜାୟ ରଖିବା ସହିତ ଶାରୀରିକ ସମ୍ବନ୍ଧ ଠାରୁ ଦୂରେଇ ରୁହନ୍ତୁ । କାରଣ ଶାରୀରିକ ସମ୍ବନ୍ଧ ରଖି ବ୍ୟକ୍ତି ମନ୍ଦିରକୁ ଯିବା ବର୍ଜିତ ଅଟେ ଏବଂ ମହାଦେବଙ୍କୁ ଜଳ ଅର୍ପିତ କରିବା ମଧ୍ୟ ପାପ ଅଟେ । ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ଆପଣଙ୍କ ଜୀବନ ଉପରକୁ ମଧ୍ୟ ବିପଦ ଆସିପାରେ । ଶିବଲିଙ୍ଗ ଥିବା ସ୍ଥାନରେ କିମ୍ବା ମନ୍ଦିର ଭିତରକୁ ଜୋତା ଚପଲ ନେଇ ପ୍ରବେଶ କରନ୍ତୁ ନାହିଁ ।

ମହାଦେବଙ୍କୁ ମାସିକଧର୍ମ ହୋଇଥିବା ମହିଳା ପୂଜା କରିବା ଉଚିତ ନୁହେଁ କିମ୍ବା ବ୍ରତ କରିବା ମଧ୍ୟ ଉଚିତ ନୁହେଁ । କାରଣ ଏହାଦ୍ବାରା ମହାଦେବଙ୍କ ସମେତ ଅନ୍ୟ ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି । ମାସିକ ଧର୍ମ ସମୟରେ ମହିଳା ମାନେ ଉଭୟ ଘର ଏବଂ ବାହାର ମନ୍ଦିର , ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ , ତୁଳସୀ ପୂଜା ଇତ୍ୟାଦି ଠାରୁ ନିବୃତ୍ତ ରହିବା ଉଚିତ । କହୁରଖିବୁ ଯେ ମହାଦେବଙ୍କୁ ପୂଜା କରିବାକୁ କିମ୍ବା ଅତିକମରେ କେବଳ ଜଳ ଅର୍ପଣ କରିବାକୁ ସକ୍ଷମ ଥିଲେ ହେଁ ଘରେ ଶିବଲିଙ୍ଗ କିମ୍ବା ପ୍ରତିମା ରଖନ୍ତୁ । ନଚେତ ରଖନ୍ତୁ ନାହିଁ । କାରଣ ଶିବଲିଙ୍ଗରୁ ସବୁବେଳେ ଶକ୍ତି ସଞ୍ଚାର ହୋଇଥାଏ , ଯେଉଁ କାରଣରୁ ଶିବଲିଙ୍ଗରେ ଜଳଧାରା ରହିବା ଜରୁରୀ ।

ଧ୍ୟାନ ଦେବେ ଭୁଲରେବି ତୁଳସୀ ଗଛ ପାଖରେ ଶିବଲିଙ୍ଗ କିମ୍ବା ମହାଦେବଙ୍କୁ ତୁଳସୀ ଚଢାନ୍ତୁ ନାହିଁ । ଏହାଦ୍ୱାରା ଘୋର ପାପ ହୋଇଥାଏ । ମହାଦେବଙ୍କ ପ୍ରିୟ ବେଲପତ୍ର ଶ୍ରାବଣ ମାସରେ ଚଢ଼ାଇଲ ମହାଦେବ ପ୍ରସନ୍ନ ହୁଅନ୍ତି । କିନ୍ତୁ ଆପଣ ଯେତିକିବି ବେଲପତ୍ର ଅର୍ପିତ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭଲ ହେବା ଉଚିତ ଏବଂ ଅଖଣ୍ଡ ହୋଇଥିବା ଉଚିତ । ଯଦି କୌଣସି ଦିନ ବେଲପତ୍ର ନଥାଏ ତେବେ ଅନ୍ୟ ଜଣେ ଅର୍ପିତ କରିଥିବା ବେଲପତ୍ରକୁ ଭଲ ଭାବରେ ଧୋଇ ଅର୍ପିତ କରି ପାରିବେ । କାରଣ ବେଲପତ୍ର ବାସୀ ହୋଇ ନଥାଏ ଏବଂ ଏହି ପତ୍ର ମହାଦେବଙ୍କ ମସ୍ତକକୁ ଥଣ୍ଡା ରଖିଥାଏ । ସେହିଭଳି ଘରର ପୂର୍ବ ଦିଗରେ ବେଲ ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *