Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଲୁଣକୁ ନେଇ କରନ୍ତୁ ଏହି ବିଶେଷ ଉପାୟ । ବହୁତ ଜଲଦି ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଶ୍ରାବଣ ମାସ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ । ଏହି ମାସରେ ମହାଦେବ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ କୃପା ବର୍ଷା କରିଥାନ୍ତି । ଏହି ମାସରେ କିଛି ବିଶେଷ ଉପାୟ କରିବା ଦ୍ୱାରା ଅନେକ ବିଶେଷ ଲାଭ ମିଳିଥାଏ । ଆଜି ଆମେ ଲୁଣର ଉପଯୋଗ ଦ୍ୱାରା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ ଏବଂ ଆର୍ଥିକ ଲାଭ ହେବ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ଘରର କୌଣସି କୋଣରେ ଲୁଣକୁ ଏକ କାଚ ପାତ୍ରରେ ଭରି ରଖିବା ଉଚିତ । ଏହାଦ୍ବାରା ସକାରାତ୍ମକ ଶକ୍ତି ଘରେ ପ୍ରସାରିତ ହୋଇଥାଏ । ଲୁଣର କିରଣ ଘରର କୋଣ ଅନୁକୋଣରେ ବିଛୁରିତ ହେବା ଦ୍ୱାରା ନକରାତ୍ମକତା ଦୂର ହୋଇଥାଏ । ଏହିପରି ଲୁଣ ଆୟୁଷ ବଢ଼ାଇବା ସହିତ ଆୟୁଷ କମ କରିଥାଏ ମଧ୍ୟ ।

ସାଧରଣତଃ ବିଭିନ୍ନ ପ୍ରକାରର ଲୁଣ ଅଛି । ସେଥିମଧ୍ୟରୁ ସିଦ୍ଧା ଲୁଣ ଏବଂ ସମୁଦ୍ରି ଏବଂ ସାଧାରଣ ଲୁଣ ଅନେକ କାମରେ ଲାଗିଥାଏ । ତାହା ବ୍ୟକ୍ତିଗତ କାମ , ଭୋଜନ କିମ୍ବା ଜ୍ୟୋତିଷ କାମରେ ହେଉ । ଏହା ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ ।

୨ . ଯଦି ଆପଣ କୌଣସି ମାନସିକ ଚିନ୍ତାରେ ବୁଡ଼ି ରହୁଛନ୍ତି ତେବେ ଘରେ କାଚ ପାତ୍ରରେ ନିଶ୍ଚିତ ଲୁଣ ଭରି ରଖନ୍ତୁ । ଏହାଦ୍ୱାରା ଚିନ୍ତା ଦୂର ହୋଇଯିବ ଏବଂ ମନରେ ସକାରାତ୍ମକ ଭାବ ଜାତ ହେବ । ବାସ ଧ୍ୟାନ ଦେବା ଉଚିତ ଯେ ଘରେ ଯେପରି ଲୁହା କିମ୍ବା ପ୍ଲାଷ୍ଟିକ ପାତ୍ରରେ ଲୁଣ ନରଖନ୍ତି । ନଚେତ ଏହା ନକରାତ୍ମକତା ଆଣିଥାଏ । ଆପଣ କେବଳ କାଚ ପାତ୍ରରେ ହିଁ ଲୁଣ ରଖି ପାରିବେ । ନଚେତ ତାହା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହୋଇ ଘାତକ ପ୍ରମାଣିତ ହୋଇଥାଏ ।

୩ . ବାଥରୁମରେ ଏକ କାଚ ପାତ୍ରରେ ରୋକସଲଟ ରଖିବା ଉଚିତ ଏବଂ ଏହାକୁ ପ୍ରତି ୧୫ ଦିନରେ ବଦଳାଇ ପୁରୁଣା ଲୁଣକୁ ୱାଶରୁମରେ ଫ୍ଲସ କରିବା ଉଚିତ । ଲୁଣକୁ ଏପରି ବାଥରୁମରେ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ଘୁରି ବୁଲୁଥିବା ଅତି ସୂକ୍ଷ୍ମ କୀଟର ନାଶ ହୋଇଯାଏ । ଲୁଣକୁ କାହାକୁ ଦେବା ସମୟରେ କେବେବି ସିଧାସଳଖ ହାତରେ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ନିଜର ଭାଗ୍ୟ ଅନ୍ୟ ହାତକୁ ଚାଲିଯାଏ । ଆପଣ ଚାମଚରେ ଦେଇ ପାରିବେ ।

୪ . ଯଦି ଆପଣଙ୍କ ଘରେ ନକରାତ୍ମକତା ଥିବାର ଆପଣ ଜାଣି ପାରୁଛନ୍ତି କିମ୍ବା କେହି ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ କ୍ଷେତ୍ରକୁ ବାନ୍ଧି ଦେଇଛି ତେବେ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଦୋକାନ , ଘର କିମ୍ୱା ବ୍ୟବସାୟ କ୍ଷେତ୍ରରେ ବାନ୍ଧି ଝୁଲାଇ ଦିଅନ୍ତୁ । ଏହାବ୍ୟତୀତ ଘରର ସିନ୍ଧୁକରେ ବାନ୍ଧିଲେ ଆର୍ଥିକ ଲାଭ ମଧ୍ୟ ହୋଇଥାଏ ।

ଏକ ଗ୍ଲାସ ପାଣିରେ ଲୁଣ ମିଶାଇ ଘରର ନୈରୁତ୍ୱ କୋଣରେ ରଖି ଦିଅନ୍ତୁ ଏବଂ ଏକ ଲାଇଟ ଜଳାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଘର ଉପରକୁ କେବେ ସମସ୍ୟା ଆସିବ ନାହିଁ । ଏହାକୁ ଆପଣ ପ୍ରତି ମାସରେ ବଦଳାଇଲେ ଏହାର ଭଲ ଫଳ ମିଳିଥାଏ । ପୁରୁଣା ଲୁଣକୁ ଆପଣ ୱାଶରୁମରେ ଫ୍ଲସ କରି ପାରିବେ ।

୫ . ଘରକୁ ସପ୍ତାହରେ ଥରେ ଲୁଣ ମିଶା ପାଣିରେ ପୋଛିବା ଉଚିତ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି । ଏହାଦ୍ବାରା କୀଟ ନାଶ ହୋଇଥାଏ ଏବଂ ଘରେ ଆର୍ଥିକ ଉନ୍ନତି ହୋଇଥାଏ । ଛୋଟ ପିଲାଙ୍କ ନଜର ହଟାଇବା ପାଇଁ ଲୁଣକୁ ବାମ ହାତରେ ଧରି ମୁଣ୍ଡ ଉପରେ ଦେଇ ବୁଲାଇ ଜଳରେ ବିସର୍ଜିତ କରି ଦିଅନ୍ତୁ ।

ଏହାର ଫଳ ଅତ୍ୟନ୍ତ ପ୍ରଭାବୀ ଅଟେ । କିନ୍ତୁ ନଜର ଉତାରିବା ସମୟରେ ସେହି ବ୍ୟକ୍ତି ଆପଣଙ୍କ ଠାରୁ ଅଧିକ ବୟସର ବ୍ୟକ୍ତି ହୋଇଥିବା ଆବଶ୍ୟକ । ଆଉ ସାନ ବୟସର ହୋଇଥିଲେ ତାଙ୍କ ଭିତରେ ଅଧିକ ସକାରାତ୍ମକତା ରହିବା ଆବଶ୍ୟକ ।

୬ . ରାତିରେ ଶୋଇବା ପୂର୍ବରୁ ପାଣିରେ ଯଦି ଅଳ୍ପ ଲୁଣ ମିଶାଇ ହାତ ଗୋଡ଼ ଧୁଅନ୍ତି ତେବେ ଏହାଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ । ନିଦ ମଧ୍ୟ ଭଲ ଆସିଥାଏ । ଯଦି ଆପଣଙ୍କ ମାନବୋଳ ଦୁର୍ବଳ ଅଛି ଏବଂ କୌଣସି କାମରେ ସଫଳତା ମିଳୁନାହିଁ ତେବେ ରୋଷେଇ ଘରେ କିମ୍ବା ବାଥରୁମରେ ଦୁଇ ହାତରେ ଲୁଣ ନେଇ ହାତ ଯୋଡ଼ି ନିଜ ସମସ୍ୟାକୁ କହି ଏବଂ ଓଁ ଓ ମନ୍ତ୍ର କହି ଲୁଣକୁ ପାଣିରେ ଭସାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଚିନ୍ତା ଦୂର ହୋଇଯିବ ଏବଂ ଆଗାମୀ ରାସ୍ତା ମଧ୍ୟ ଖୋଲିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *