Excuse Me Odisha

ଯାହା କହିବୁ ସତ କହିବୁ

ଶିବରାତ୍ରିରେ ବିବାହିତା ମହିଳାଙ୍କର ଏହି ଭୁଲ ସାଜିପାରେ ନିଜ ସ୍ୱାମୀର ମୃ-ତ୍ୟୁର କାରଣ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଶ୍ରାବଣ ମାସଟି ମହାଦେବଙ୍କର ମାସ ହୋଇଥିବା ସହିତ ଏହି ମାସ ଭକ୍ତଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଖାସ ଅଟେ । କୁହାଯାଏ ଯେ ଏହି ମାସରେ ଭଗବାନ ଶିବ ପୃଥିବୀକୁ ଆସି ନିଜ ଭକ୍ତଙ୍କ ଘରେ ବାସ କରନ୍ତି ଏବଂ ଆଶୀର୍ବାଦ ମଧ୍ୟ କରନ୍ତି । କିନ୍ତୁ କହିରଖିବୁ ଯେ ଦୀର୍ଘ ୧୯ ବର୍ଷ ପରେ ଏଥରର ଶ୍ରାବଣ ମାସ ଭଲ ଯୋଗ ସୃଷ୍ଟି କରୁଥିବା ସହିତ ଏହା ସମ୍ପୂର୍ଣ୍ଣ ୫୮ ଦିନ ପାଇଁ ରହିବ । ଅର୍ଥାତ ଏହି ଶ୍ରାବଣ ମାସରେ ୪ ପରିବର୍ତ୍ତେ ୮ ରି ସୋମବାର ରହିବ । କହିରଖିବୁ ଯେ ଜୁଲାଇ ୪ ରୁ ଶ୍ରାବଣ ମାସର ଆରମ୍ଭ ହେଉଥିବା ବେଳେ ଜୁଲାଇ ୧୦ ରେ ପ୍ରଥମ ସୋମବାର ପଡ଼ିବ । ତେବେ ଏହି ସୋମବାର ବ୍ରତ କରିବାର କିଛି ବିଶେଷ ନିୟମ ମନୁଷ୍ୟ ଜାଣି ରଖିବା ନିତାନ୍ତ ଜରୁରୀ ଅଟେ ।

ଖାସକରି କେଉଁ ସବୁ ଭୁଲ ବ୍ରତ ନ-ଷ୍ଟ କରିପାରେ ତାହା ଜାଣିବା ଉଚିତ । ଯେମିତିକି ଏହି ଶ୍ରାବଣ ମାସ କିମ୍ବା ଶ୍ରାବଣ ସୋମବାର ବ୍ରତରେ ବ୍ରତଧାରୀ ଅନ୍ୟ ବ୍ୟକ୍ତି ଠାରୁ ଧାର କରଜ କରି ଫଳ କିଣି ଖାଇବା ଉଚିତ ନୁହେଁ । ଯଦି କେହି ବ୍ୟକ୍ତି ନିଜ ଇଚ୍ଛାରେ ଦାନ ଆକାରରେ ଫଳ ଦେଉଛି ତେବେ ତାହାର ସେବନ କରି ପାରିବେ । ସେହିଭଳି ଏହି ସମୟରେ ଧାର କରଜ , ମିଥ୍ୟା ଏସବୁ ଜିନିଷ ଠାରୁ ଦୂରେଇ ରହିବା ଉଚିତ । ନଚେତ ମହାଦେବ କ୍ରୋ-ଧିତ ହୁଅନ୍ତି । ଦ୍ୱିତୀୟତଃ ବ୍ରତଧାରୀ ନାସପାତି ନିଜେ ସେବନ କରିବା ଉଚିତ ନୁହେଁ କିମ୍ବା ତାହାକୁ ମହାଦେବଙ୍କୁ ଅର୍ପିତ କରିବା ମଧ୍ୟ ଉଚିତ ନୁହେଁ । ତୃତୀୟତଃ ଶ୍ରାବଣ ମାସରେ ବ୍ରତଧାରୀ ପୁରୁଣା ଅଟା ଖାଇବା ଉଚିତ ନୁହେଁ ।

କାରଣ ସେଥିରେ ପୋକ ଲାଗିଥାଇ ପାରେ , ଯାହାକୁ ସେବନ କରିବା ମାଂସ ଭକ୍ଷଣ ସହିତ ସମାନ ହେବ । ମହାଦେବଙ୍କ ପ୍ରତିମା କିମ୍ବା ଶିବଲିଙ୍ଗ ପାଖକୁ ଜୋତା ଚପଲ ନେଇ ଯିବା ଉଚିତ ନୁହେଁ , କାରଣ ଚମଡ଼ା ଜୋତା ଅଶୁଦ୍ଧ ହୋଇଥାଏ । ମହିଳା ମାନେ ମାସିକ ଧର୍ମ ସମୟରେ ବାହାରେ ଶିବ ମନ୍ଦିର ତ ଦୂରର କଥା ଘରେ ଥିବା ମନ୍ଦିରକୁ ମଧ୍ୟ ପ୍ରବେଶ କରିବା ଉଚିତ ନୁହେଁ । ଏହି ସମୟରେ ତୁଳସୀ ପୂଜା ମଧ୍ୟ ବର୍ଜିତ ଅଟେ । ଶିବଲିଙ୍ଗରେ ତୁଳସୀ ପତ୍ର ବର୍ଜିତ ଅଟେ । ଶିବଲିଙ୍ଗରୁ ସବୁବେଳେ ଶକ୍ତି ସଞ୍ଚାର ହେଉଥିବାରୁହ ତାହାକୁ ଥଣ୍ଡା ରଖିବା ପାଇଁ ସବୁବେଳେ ଜଳ ଧାରା ପ୍ରବାହିତ ହେବା ଜରୁରୀ ଅଟେ । ତେଣୁ ପ୍ରତ୍ୟେକ ଦିନ ଜଳ ଅର୍ପିତ କରିବା ସମ୍ଭବ ନହେଲେ ଘରେ ଶିବଲିଙ୍ଗ ରଖନ୍ତୁ ନାହିଁ ।

ଏସବୁ ବ୍ୟତୀତ ସମ୍ଭୋଗ କରିଥିବା ବ୍ୟକ୍ତି ଭୁଲରେବି ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । ଶିବଲିଙ୍ଗରେ ବେଳପତ୍ର ଅର୍ପିତ କଲେ ତାହା ଶୀତଳତାର କାରଣ ହୋଇଥାଏ । ତେଣୁ ଏହା ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ମହାଦେବଙ୍କୁ ବେଲ ପତ୍ର ଅର୍ପିତ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ । କୁହାଯାଏ ଯେ ପୃଥିବୀରେ ଯେତିକି ତୀର୍ଥସ୍ଥଳ ଅଛି ତାହା ସବୁ ବେଲପତ୍ର ମୂଳରେ ବୋଲି କୁହାଯାଏ । ସେହିଭଳି ଘରେ ବେଲପତ୍ର ଗଛ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଭଗବାନ ଶିବଙ୍କୁ ସର୍ବଦା ତିନୋଟି ପତ୍ର ଥିବା ଗୋଟା ବେଲପତ୍ର ଅର୍ପିତ କରିବା ଉଚିତ । ନଚେତ ବ୍ରତ ଅସଫଳ ରହେ । ଯେଉଁ ବ୍ୟକ୍ତି ବେଲପତ୍ର ଗଛକୁ ପୂଜା କରିଥାଏ ସେହି ବ୍ୟକ୍ତିକୁ ମୃ-ତ୍ୟୁ ପରେ ଶିବଲୋକ ପ୍ରାପ୍ତି ହୋଇଥାଏ ।

କିଛି ବିଶେଷ ଦିନ ଅର୍ଥାତ ଚତୁର୍ଥୀ , ନବମୀ , ଏକାଦଶୀ ଇତ୍ୟାଦି ଦିନରେ ବେଲପତ୍ର ତୋଳିବା ଉଚିତ ନୁହେଁ । ତେଣୁ ପୂର୍ବ ଦିନରୁ ତୋଳି ରଖି ପାରିବେ । କାରଣ ବେଲପତ୍ର ବାସୀ ହୋଇନଥାଏ । ବେଲପତ୍ର ନଥିଲେ ଅନ୍ୟ ଜଣେ ଅର୍ପିତ କରିଥିବା ବେଳପତ୍ରକୁ ଧୋଇ ପୁଣିଥରେ ଆପଣ ମହାଦେବଙ୍କୁ ଅର୍ପିତ କରି ପାରିବେ । ଶ୍ରାବଣ ମାସରେ କିଛି ସଙ୍କେତ ଯେମିତିକି ଘରକୁ ବଳଦ ଆସିବା ଦ୍ୱାରା ମହାଦେବଙ୍କ ବାହାନ ନନ୍ଦୀ ମହାରାଜ ଆସନ୍ତି ବୋଲି କୁହାଯାଏ । ଏପରି କ୍ଷେତ୍ରରେ ଭୋଗ ଲଗାନ୍ତୁ ଏବଂ ଏହି ସଙ୍କେତ ଘରକୁ ମହାଦେବଙ୍କ ଆଗମନର ସଙ୍କେତ ଦେଇଥାଏ । ସେହିଭଳି ସ୍ୱପ୍ନରେ ଶିବଲିଙ୍ଗ ଦେଖିଲେ ମଧ୍ୟ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *