Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଶରୀରର ଏହି ଅଙ୍ଗରେ ନିଶ୍ଚିତ ବାନ୍ଧି ଦିଅନ୍ତୁ କଳା ସୂତା । ମହାଦେବ ହେବେ ପ୍ରସନ୍ନ ଏବଂ1ଆପଣ ହେବେ କୋଟିପତି ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୮ ରେ ଶେଷ ହେବ ତେଣୁ ଏହି ମାସରେ ମହାଦେବଙ୍କର ସ୍ୱତନ୍ତ୍ର କୃପା ପ୍ରାପ୍ତ କରିବା ପାଇଁ ଶରୀରର କିଛି ନିର୍ଦିଷ୍ଟ ଅଙ୍ଗରେ କଳା ସୂତା ବାନ୍ଧିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ଆପଣ କୋଟିପତି ହୋଇଯିବେ । କୌଣସି ପୂଜାରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ବର୍ଜିତ ହୋଇଥାଏ କାରଣ ଏହା ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ ବୋଲି କୁହାଯାଏ ।

କିନ୍ତୁ ସବୁ କ୍ଷେତ୍ରରେ ଏହା ଅଶୁଭ ହୋଇ ନଥାଏ । କାରଣ ଛୋଟ ପିଲାଙ୍କୁ ନଜର ଦୋଷରୁ ମୁକ୍ତି ପାଇଁ କଳା ଟୀକା , ମାତା କାଳୀ ନିଜେ ରଙ୍ଗର ମହତ୍ତ୍ୱ ପ୍ରତିପାଦନ କରନ୍ତି ଏବଂ କଳା ଗାଈକୁ କପିଳା ଗାଈ କହିବା ସହିତ ପାଦ ତଳେ ମାଟି ନେବା ଶୁଭ ବୋଲି କୁହାଯାଏ ।

ଅନେକ ଲୋକ ଶରୀରର ଅଙ୍ଗରେ କଳା ସୂତା ବାନ୍ଧିଥାନ୍ତି ଯାହାକୁ ନକରାତ୍ମକତାକୁ ନଷ୍ଟ କରିଥାଏ ବୋଲି କୁହାଯାଏ ଏବଂ ଏହା ଶରୀର ମଧ୍ୟରୁ କୌଣସି ଶକ୍ତିଶାଳୀ ଶକ୍ତିକୁ ବାହାରକୁ ବାହାରିବାକୁ ଦିଏନାହିଁ । ଅନେକ ସମୟରେ ଜୀବନରେ ଏତେ ନକରାତ୍ମକ ବଢ଼ିଯାଏ ଯେ ଘରେ କଳହ , ବିବାଦ , ଶାରିରୀକ ଅସୁସ୍ଥତା ଏବଂ ଅସଫଳତା ଭଳି ସମସ୍ୟା ଦେଖାଦେଇଥାଏ ।

ଯାହାକି ସାଧରଣତଃ ବାସ୍ତୁ ଦୋଷ ଏବଂ ଘରେ ରଖାଯାଉଥିବା ଜିନିଷକୁ ଭୁଲ ସ୍ଥାନରେ ରଖିବା ଦ୍ୱାରା ହୋଇଥାଏ । ନକରାତ୍ମକତାର ପ୍ରମୁଖ କାରଣ ହେଉଛି ନଜର ଦୋଷ । ତେଣୁ ଏକ ଖାସ ଉପାୟ କରିବା ପାଇଁ ଏକ ଲମ୍ବା ରେଶମୀ କଳା ସୂତା ନେଇ ଆସନ୍ତୁ ଏବଂ ତାହାକୁ ନେଇ କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିର ନେଇ ଯାଆନ୍ତୁ ।

ଶନିଦେବଙ୍କ ସାମ୍ନାରେ ଥିବା ସୋରିଷ ତେଲ ଦୀପରୁ ତେଲ ନେଇ କଳା ସୂତାରେ ଲଗାଇ ଦିଅନ୍ତୁ କିମ୍ବା ହନୁମାନଙ୍କ ଚରଣରୁ ସିନ୍ଦୁର ନେଇ ଲଗାଇ ଦିଅନ୍ତୁ । ଏହାପରେ ସାତୋଟି ଗଣ୍ଠି ଲଗାଇ ପ୍ରତ୍ୟକ ଗଣ୍ଠି ସମୟରେ ନିଜର ମନସ୍କାମନା କହି ଦିଅନ୍ତୁ । ଏହାପରେ ସେହି ସୂତାକୁ ଶନିଦେବଙ୍କ ଚରଣରେ ରଖି ଓଁ ଶଂ ଶନିଶ୍ଚରାୟ ନମଃ କିମ୍ବା ହନୁମାନ ମନ୍ଦିରକୁ ଯାଇଥିଲେ ଥରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ପରେ ଚୁପଚାପ କାହା ସହିତ କଥାବାର୍ତ୍ତା ନକରି ସୂତାକୁ ନେଇ ଘରକୁ ଚାଲି ଆସନ୍ତୁ ଏବଂ ଘରର ମନ୍ଦିରରେ ଗୋଟିଏ ରାତି ପାଇଁ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ଘରର ସଦସ୍ୟଙ୍କ ହାତରେ କିମ୍ବା ବେକରେ କିମ୍ବା ଅନ୍ୟ ଅଙ୍ଗରେ ବାନ୍ଧି ପାରିବେ ।

ଏହି ସୂତା ନକରାତ୍ମକତାକୁ ଅବଶୋଷିତ କରିବ । ମାତ୍ର ଧ୍ୟାନ ଦେବେ ଯେପରି ଏହି ସୂତା ଶରୀରରେ ରହିବା ସମୟରେ ଅନ୍ୟ ରଙ୍ଗର ସୂତା ଶରୀରରେ ନରହେ । ସାଧରଣତଃ ଶନି ଦୋଷରୁ ବର୍ତ୍ତିବା ପାଇଁ ମଧ୍ୟ କଳା ସୂତା ବାନ୍ଧି ପାରିବେ କିମ୍ବା ଘରର ମୁଖ୍ୟଦ୍ୱାରରେ ବାନ୍ଧି ପାରିବେ । ଏହାଦ୍ବାରା ଘରକୁ କେବେ କୌଣସି ନକରାତ୍ମକତା ପ୍ରବେଶ କରି ପାରିବ ନାହିଁ ।

ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ବିଛଣା ତଳେ ଏହିଭଳି ଅଭିମନ୍ତ୍ରିତ ଏକ କଳା ସୂତା ରଖିଲେ ସେହି ସମସ୍ୟା ଦୂର ହେବ । ନଜର ଦୋଷ ଥିଲେ ମଧ୍ୟ ଆପଣ ଏହାକୁ ନିଜ ହାତରେ ବାନ୍ଧି ପାରିବେ ମାତ୍ର ପ୍ରତ୍ୟେକ ସପ୍ତାହ ତାହାକୁ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିର ନେଇ ଅଭିମନ୍ତ୍ରିତ କରି ଆଣନ୍ତୁ । କଳା ସୂତା ଦ୍ୱାରା ଗ୍ରହ ପୀଡ଼ା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *