Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ତିନୋଟି ଜିନିଷର ସେବନ କଲେ ମିଳିଥାଏ ବ୍ରତର ଉଚିତ ଫଳ । ନିଶ୍ଚୟ କରନ୍ତୁ ସେବନ ।

ସେୟାର୍ କରନ୍ତୁ

ଶ୍ରାବଣ ମାସଟି ମହାଦେବଙ୍କ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ । ଏହି ମାସରେ ମହାଦେବଙ୍କ ଭକ୍ତ ମାନେ ବ୍ରତ ପୂଜା କରିବା ପାଇଁ ଏବଂ ନିଜର ମନସ୍କାମନା ମହାଦେବଙ୍କୁ କହିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଏମିତିରେ ବି ଶ୍ରାବଣ ମାସରେ ମହାଦେବ ପୃଥିବୀ ପୃଷ୍ଠରେ ନିଜ ଭକ୍ତଙ୍କ ଘରୀ ରହନ୍ତି ଏବଂ ବହୁତ ଜଲଦି ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି । କହୁରଖିବୁ ଯେ ଚଳିତ ବର୍ଷ ଶ୍ରାବଣ ମାସର ଆରମ୍ଭ ଜୁଲାଇ ୩ ରୁ ଆରମ୍ଭ ହୋଇ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ରହିବ ଏବଂ ଏଥିରେ ମୋଟ ଆଠଟି ଶ୍ରାବଣ ସୋମବାର ବ୍ରତ ପାଳିତ ହେବ । ଚାରୋଟି ଶ୍ରାବଣ ସୋମବାର ବ୍ରତ ଏବଂ ଅନ୍ୟ ଚାରୋଟି ଶ୍ରାବଣ ପୂର୍ଣ୍ଣିମା ଅଧିମାସ ବ୍ରତ ।

ଯେହେତୁ ଏହି ଶ୍ରାବଣ ମାସ ଅନେକ ବର୍ଷ ପରେ ଭଲ ସଂଯୋଗ ନେଇ ଆସୁଛି ତେଣୁ ଏହି ସମୟରେ ମହାଦେବଙ୍କୁ ମିଛ କହିବା ଉଚିତ ନୁହେଁ ଏବଂ କିଛି ଏପରି କାମ କରିବା ଉଚିତ ନୁହେଁ । ଯେମିତିକି ଏହି ସମୟରେ ଧାର କରଜ କରି ଫଳ ଆଣି ସେବନ କରିବା ଉଚିତ ନୁହେଁ କିନ୍ତୁ କେହି ଖାଇବାକୁ ଦେଲେ ଆପଣ ଖାଇ ପାରିବେ । ଏହାବ୍ୟତୀତ ନାସପାତି ଏବଂ ଦୀର୍ଘ ଦିନ ଧରି ରଖା ଯାଇଥିବା ଅଟା ମଧ୍ୟ ସେବନ କରିବା ଉଚିତ ନୁହେଁ । କାରଣ ସେଥିରେ ପୋକ ଲାଗିପାରେ ଯାହାକି ମାଂସ ସେବନ ସହିତ ସମାନ ହେବ ଏବଂ ଏହାଦ୍ବାରା ମହାଦେବ ମଧ୍ୟ କ୍ରୋଧିତ ହୁଅନ୍ତି ।

ମହିଳାଙ୍କର ମାସିକ ଧର୍ମ ସମୟରେ ମନ୍ଦିରକୁ ପ୍ରବେଶ ସହିତ ମହାଦେବଙ୍କୁ ସ୍ପର୍ଶ କରିବା ମଧ୍ୟ ବର୍ଜିତ ଅଟେ ।ଏହାବ୍ୟତୀତ ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କିମ୍ବା ମହାଦେବଙ୍କ ଆଖପାଖକୁ ଗଲେ ମହାଦେବ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଅନ୍ୟ ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି । ଶିବଲିଙ୍ଗ ଉପରେ ଅନବରତ ଜଳ ଧାରା ପ୍ରବାହିତ ହେବା ଉଚିତ କାରଣ ଶିବଲିଙ୍ଗରୁ ସବୁବେଳେ ଶକ୍ତି ସଞ୍ଚାର ହୋଇଥାଏ ଏବଂ ତାହା ଅତ୍ୟନ୍ତ ଗରମ ରହିଥାଏ । ତେଣୁ ଯଦି ଆପଣ ପ୍ରତ୍ୟେକ ଦିନ ମହାଦେବଙ୍କୁ ଜଳ ଅର୍ପଣ କରିବାକୁ ଅସମର୍ଥ ତେବେ ଘରର ମନ୍ଦିରରେ ଶିବଲିଙ୍ଗ ଆଦୋୖ ରଖନ୍ତୁ ନାହିଁ ।

ମହାଦେବଙ୍କ ନିକଟକୁ ସଂଭୋଗ କରି କିମ୍ବା ମାଂସ ସେବନ କରି ଯିବା ଉଚିତ ନୁହେଁ । ମହାଦେବଙ୍କୁ ଭୁଲରେ ବି ତୁଳସୀ ପତ୍ର ଅର୍ପିତ କରିବା ଉଚିତ ନୁହେଁ । ସେହିଭଳି ସିନ୍ଦୁର ଏବଂ ଚନ୍ଦନ ମଧ୍ୟ ମହାଦେବଙ୍କୁ ଅର୍ପିତ କରିବା ବର୍ଜିତ ଅଟେ । ପୌରାଣିକ ମାନ୍ୟତା ଅନୁଯାୟୀ ମହାଦେବଙ୍କୁ ବେଲପତ୍ର ଅର୍ପିତ କରିବା ଭଲ ହୋଇଥାଏ ଏବଂ ଏହା ମହାଦେବଙ୍କ ମସ୍ତକକୁ ଶୀତଳ ରଖିଥାଏ । କିନ୍ତୁ ଭୁଲରେବି ତିନୋଟି ପତ୍ର ନଥିବା ବେଲପତ୍ର ଭଗବାନ ଶିବଙ୍କୁ ଅର୍ପିତ କରିବା ଉଚିତ ନୁହେଁ । ବେଲପତ୍ର କେବେବି ବାସୀ ହୋଇ ନଥାଏ ତେଣୁ ବେଲପତ୍ର କୌଣସି ଦିନ ନଥିଲେ ତାହାକୁ ଧୋଇ ପୁଣିଥରେ ଶିବଲିଙ୍ଗ କିମ୍ବା ପ୍ରତିମାରେ ଅର୍ପିତ କରି ପାରିବେ । ବେଲପତ୍ର ଅର୍ପିତ କଲେ ମୃତ୍ୟୁ ପରେ ଶିବଲୋକ ପ୍ରାପ୍ତ ହୋଇଥାଏ ।

ଶ୍ରାବଣ ମାସରେ ଏହି ପାଞ୍ଚଟି ସଙ୍କେତ ମିଳିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୧ . ଘର ଦ୍ୱାରକୁ କୌଣସି ବଳଦ ଆସିବା ଶୁଭ ହୋଇଥାଏ କାରଣ ବଳଦ ମହାଦେବଙ୍କ ବାହନ ନନ୍ଦୀ ମହାରାଜଙ୍କ ବାହନ ହୋଇଥାଏ । ଯିଏକି ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ ହୋଇଥାନ୍ତି ଏବଂ ଘରକୁ ଆସିବା ଅର୍ଥ ଆପଣଙ୍କ ଘରକୁ ମହାଦେବଙ୍କର ଆଗମନ ହେବାକୁ ଯାଉଛି । ତେଣୁ ନନ୍ଦୀ ମହାରାଜଙ୍କୁ ମିଠା ଭୋଗ ନିଶ୍ଚୟ ଅର୍ପିତ କରନ୍ତୁ ।

୨ . ସ୍ୱପ୍ନରେ ଶିବଲିଙ୍ଗ ଦେଖିବା ଅର୍ଥ ଶ୍ରାବଣ ମାସରେ ମହାଦେବ ଆପଣଙ୍କ ଘରକୁ ବିରାଜିତ ହେବେ । ତେଣୁ ଏହା ଶୁଭ ସଙ୍କେତ ଅଟେ ।

୩ . ଶ୍ରାବଣ ମାସରେ ଆପଣଙ୍କ ଘର ଉପରେ ନୀଳକଣ୍ଠ ପକ୍ଷୀ ଆସି ବସିଲେ ତାକୁ ଘଉଡ଼ାଇ ଦିଅନ୍ତୁ ନାହିଁ କାରଣ ଏହି ପକ୍ଷୀ ଭଗବାନ ଶିବଙ୍କ ପ୍ରତୀକ ହୋଇଥାଏ । ଏହା ଶୁଭ ସଙ୍କେତ ଅର୍ଥାତ ମହାଦେବଙ୍କ ଆଗମନର ସଙ୍କେତ ନେଇ ଆସିଥାଏ ।

୪ . ଶ୍ରାବଣ ମାସରେ ଘରେ କଳା ସାପ ବାହାରିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଭଗବାନ ଶିବଙ୍କ ଆସିବାର ସଙ୍କେତ ଅଟେ ।

୫ . ସ୍ୱପ୍ନରେ କୌଣସି ମନ୍ଦିରରେ ନାଗ ନଗୁଣି ଯୋଡ଼ା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଘରକୁ ମହାଦେବଙ୍କର ଆସିବାର ସଙ୍କେତ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *