Excuse Me Odisha

ଯାହା କହିବୁ ସତ କହିବୁ

କେବଳ ମାତ୍ର ଗୋଟିଏ ମଙ୍ଗଳବାର ନିୟମର ସହିତ କରି ଦିଅନ୍ତୁ ଏହି ତୋଟକା , ଶ୍ରୀହନୁମାନ ହେବେ ପ୍ରସନ୍ନ ଏବଂ ଖୋଲିଯିବ ଭାଗ୍ୟ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ସବୁ ଦେବତାଙ୍କ ମଧ୍ୟରେ କେବଳ ଶ୍ରୀହନୁମାନ ହିଁ ପୃଥିବୀରେ ସ୍ଵଶରୀରରେ ବାସ କରନ୍ତି ଏବଂ ଆଜିବି ଶ୍ରୀହନୁମାନ ସବୁଠି ଉପସ୍ଥିତ ଅଛନ୍ତି । ଶ୍ରୀହନୁମାନ ମହାଦେବଙ୍କ ୧୧ତମ ଅବତାର ଅଟନ୍ତି ତେଣୁ ମହାଦେବଙ୍କ ଭଳି ହନୁମାନ ମଧ୍ୟ ନିଜ ଭକ୍ତର ପ୍ରାର୍ଥନା ଦ୍ୱାରା ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ।

ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ସମର୍ପିତ ଅଟେ । ତେଣୁ ଏହିଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ଏହାବ୍ୟତୀତ ଜୀବନରେ କୌଣସିବି ସମସ୍ୟା ଥିଲେ ଶ୍ରୀହନୁମାନଙ୍କ ନିମନ୍ତେ କିଛି ଖାସ ସହଜ ଉପାୟ କଲେ ସବୁ ସମସ୍ୟା ଦୂର ହୋଇଥାଏ । ଆଜି ଆମେ କିଛି ଖାସ ତୋଟକା ବିଷୟରେ କହିବୁ ଯାହାକୁ ମଙ୍ଗଳବାର କରିଲେ ଆପଣଙ୍କ ଭାଗ୍ୟ ବଦଳି ଯିବ ।

ପ୍ରଥମ ଉପାୟ ଅନୁଯାୟୀ ଯଦି ଆପଣ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତି ତେବେ ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଅନୁଯାୟୀ ଆପଣ ସକାଳୁ ଜଲଦି ଉଠି ସ୍ନାନ କରି ନାଲି ବସ୍ତ୍ର , ହଳଦିଆ କିମ୍ବା କେଶର ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

ଏହାପରେ ପାଖ କୌଣସି ମନ୍ଦିରରେ ସିନ୍ଦୁରି ହନୁମାନ ଥିଲେ ସେହି ମନ୍ଦିରକୁ ଯାଇ ପୂଜା କରନ୍ତୁ । ପ୍ରଥମେ ହନୁମାନଙ୍କୁ ଅଭିଷେକ କରାଇ ଏକ କପଡ଼ାରେ ପୋଛି ଦିଅନ୍ତୁ ଏବଂ ଏକ କଟୋରିରେ ହଳଦିଆ ସିନ୍ଦୁରରେ ଚେମେଲି ତେଲ କିମ୍ବା ଘିଅ ମିଶାଇ ହନୁମାନଙ୍କୁ ଲେପ ଦିଅନ୍ତୁ । କିନ୍ତୁ ମହିଳା ମାନେ ଶ୍ରୀହନୁମାନଙ୍କୁ ସ୍ପର୍ଶ କରିବା ବର୍ଜିତ ଅଟେ ।

ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । କେବଳ ପୁରୁଷ ମାନେ ହିଁ ଏହି ପୂଜା କରିପାରିବେ । ହନୁମାନଙ୍କ ଆଖି ଏବଂ ମୁହଁ ଛାଡ଼ି ପାଦରୁ ମସ୍ତକ ପର୍ଯ୍ୟନ୍ତ ସିନ୍ଦୁର ଲଗାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ଦେବେ ଏହି ସମୟରେ ମନରେ ନିଷ୍ଠା ଏବଂ ପବିତ୍ରତା ରଖି ହନୁମାନ ଚାଳିଶା ପାଠ ଜାରି ରଖନ୍ତୁ ଏବଂ ପରେ ଶ୍ରୀରାମଚନ୍ଦ୍ରଙ୍କ ନାମ ମଧ୍ୟ ଜପ କରନ୍ତୁ । ପରେ ହନୁମାନଙ୍କୁ ପାନ , ପାନ ବିଡ଼ା ଏବଂ ସୁପାରି ଅର୍ପିତ କରନ୍ତୁ । ଆପଣ ଶ୍ରୀହନୁମାନଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କରି ପାରିବେ । ଏହାପରେ ଶ୍ରୀହନୁମାନଙ୍କ ସାମ୍ନାରେ ବସି ସୁନ୍ଦରକାଣ୍ଡ ପାଠ କରି ପାରିବେ । ଏହାଦ୍ବାରା ଜୀବନର କୌଣସିବି ସମସ୍ୟା ଦୂର ହୋଇଯିବ ।

ମଙ୍ଗଳବାର ହନୁମାନଙ୍କୁ ପୂଜା ସମୟରେ ସୁନ୍ଦରକାଣ୍ଡ ପାଠ କଲେ ଏବଂ ହନୁମାନଙ୍କୁ ଭୋଗରେ ମୋତି ଲଡୁ କିମ୍ବା ହନୁମାନଙ୍କ ପ୍ରିୟ ଜିନିଷ ଅର୍ପିତ କଲେ ହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । କିନ୍ତୁ ଏହି ସମୟରେ ଶ୍ରୀହନୁମାନଙ୍କୁ ତାଙ୍କର ପ୍ରିୟ ତୁଳସୀ ଦଳ ଅର୍ପିତ କଲେ ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଶ୍ରୀହନୁମାନଙ୍କ ପ୍ରିୟ ଜିନିଷ ଅଟେ ।

ଏହାଦ୍ବାରା ଆପଣଙ୍କ ମନସ୍କାମନା ମଧ୍ୟ ବହୁତ ଜଲଦି ପୂରଣ ହୋଇଯିବ ଏବଂ ସୁଖ ସମୃଦ୍ଧିର ଆଗମନ ମଧ୍ୟ ହେବ । ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ସମୟରେ ଶୁଦ୍ଧ ଘିଅ କିମ୍ବା ଚମେଲି ତେଲ ଦୀପ ଅର୍ପିତ କରିବା ସହିତ ସ୍ୱରୂପ କିଛି ଟଙ୍କା ମଧ୍ୟ ରଖି ଦିଅନ୍ତୁ । ଶେଷରେ କର୍ପୂର ଲବଙ୍ଗ ଦେଇ ଆରତୀ କରନ୍ତୁ । ଶ୍ରୀହନୁମାନଙ୍କ ପ୍ରତିମାରୁ ଅଳ୍ପ ସିନ୍ଦୁର ନେଇ ନିଜ ମସ୍ତକରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *