Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଶ୍ରାବଣ ମାସରେ ଏହି ଖାସ ନିୟମ ଅନୁଯାୟୀ କରନ୍ତୁ ବ୍ରତ ଏବଂ ଜାଣି ନିଅନ୍ତୁ କିଛି ଖାସ ନିୟମ । ନଚେତ ଭଗବାନ ଶିବ ହୋଇ ପାରନ୍ତି କ୍ରୋଧିତ ।

ସେୟାର୍ କରନ୍ତୁ

ପ୍ରେମର ମାସ କୁହାଯାଉଥିବା ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ , ମହାଦେବଙ୍କ ଭକ୍ତଙ୍କ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମାସରେ ଭକ୍ତଙ୍କର ନିଷ୍ଠା ରହିଲେ ମହାଦେବ ବହୁତ ଜଲଦି ପ୍ରସନ୍ନ ହୋଇ ଆଶୀର୍ବାଦ ଦିଅନ୍ତି । ଯାହାଦ୍ୱାରା ଭକ୍ତଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ 3 ରୁ ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ରହିବ । ଏହି ମାସରେ ସୋମବାର ଶିବ ପୂଜା ସହିତ ଉପବାସ ଅତ୍ୟନ୍ତ ମହତ୍ତ୍ୱ ପ୍ରତିପାଦନ କରିଥାଏ । ଏଥର ଶୁଭ ସଂଯୋଗ ସମ୍ପୂର୍ଣ୍ଣ ୧୯ ବର୍ଷ ପରେ ଆସୁଛି ଯାହାକି ଅତ୍ୟନ୍ତ ଶୁଭ ଅଟେ । ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ରେ ସୋମବାର ବ୍ରତ ନିଶ୍ଚୟ ରଖନ୍ତୁ ।

ଶ୍ରାବଣ ମାସରେ ମହାଦେବଙ୍କ ନିମନ୍ତେ ବ୍ରତ ରଖୁଥିବା ବ୍ରତଧାରୀ ମାନେ କିଛି ନିୟମ ମାନିବା ନିତାନ୍ତ ଜରୁରୀ ଅଟେ । ଏହି ମାସରେ ବ୍ରତଧାରୀ କାହାଠାରୁ ଧାର ନେଇ ଫଳମୂଳ କିଣି ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି ଏବଂ ବ୍ରତର ଶୁଭ ସୁଫଳ ମିଳେନାହିଁ । ବ୍ରତଧାରୀ କରଜ , କାହାରି ବିଷୟରେ ଖରାପ କହିବା କିମ୍ବା ମିଛ କହିବା ଉଚିତ ନୁହେଁ ।

ବ୍ରତଧାରୀ ମାନେ ଶ୍ରାବଣ ମାସରେ ନାସପାତି ଖାଇବା ଉଚିତ ନୁହେଁ କିମ୍ବା ମହାଦେବଙ୍କୁ ମଧ୍ୟ ଅର୍ପିତ କରିବା ଉଚିତ ନୁହେଁ । ମହାଦେବଙ୍କର ସବୁ ଅନୁଷ୍ଠାନରୁ ଏହି ଫଳ ବର୍ଜିତ ଅଟେ । ଏହାବ୍ୟତୀତ ପୁରୁଣା ଅଟାରେ ଏହି ସମୟରେ ପୋକ ଲାଗିପାରେ ଯାହାକୁ ଯଦି ଆପଣ ସେବନ କରନ୍ତି ତାହା ଜୀବ ହତ୍ୟା ହୋଇପାରେ ଏବଂ ଏହାକୁ ସେବନ କଲେ ପାପ ଲାଗିଥାଏ ।

ମହାଦେବଙ୍କ ସୁଲଭ ପାଖରେ ଏଭଳି ଜିନିଷ ଆଦୋୖ ରଖନ୍ତୁ ନାହିଁ ।

୧ . ମହାଦେବଙ୍କ ପୂଜା ହେଉଥିବା ସ୍ଥାନକୁ ଜୋତା ଚପଲ ନେଇ ଯିବା ଉଚିତ ନୁହେଁ ।

୨ . ମାସିକ ଧର୍ମ ସମୟରେ ମହିଳା ମାନେ ପୂଜା ପାଇଁ ଘରର ମନ୍ଦିର କିମ୍ବା ବାହାରେ ମନ୍ଦିରରେ ମଧ୍ୟ ପ୍ରବେଶ କରିବା ବର୍ଜିତ ଅଟେ । ଏହି ସମୟରେ ତୁଳସୀରେ ଜଳ ଅର୍ପିତ କରିବା ମଧ୍ୟ ବର୍ଜିତ ଅଟେ ।

୩ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶିବଲିଙ୍ଗରୁ। ସବୁବେଳେ ଶକ୍ତି ସଞ୍ଚାର ହେଉଥିବାରୁ ସବୁବେଳେ ଜଳ ଧାରା ବୋହିବା ଉଚିତ । ତେଣୁ ପ୍ରତ୍ୟେକ ଦିନ ଜଳ ଅର୍ପିତ କରିବା ଜରୁରୀ ଅଟେ ।

୪ . ତୁଳସୀ ପାଖରେ ମହାଦେବ ପ୍ରତିମା ରଖାଯାଏ ନାହିଁ । ନଚେତ ଘରକୁ ସମସ୍ୟା ଆସିଥାଏ । ମହାଦେବ ଏବଂ ତୁଳସୀ ମଧ୍ୟରେ ଦୁରତ୍ୱ ରହିବା ଉଚିତ ।

୫ . ମାଂସ ଭୋଜନ କରିଥିବା ଏବଂ ସଂଭୋଗ କରିଥିବା ବ୍ୟକ୍ତି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ଉଚିତ ନୁହେଁ । ଶାସ୍ତ୍ରରେ ଏହା ଘୋର ପାପ ମାନା ଯାଇଛି । ଈଶ୍ୱରଙ୍କ ପାଖକୁ ସ୍ନାନ କରି ମନକୁ ପବିତ୍ର କରି ଯିବା ଉଚିତ ।

ମହାଦେବଙ୍କୁ ଏପରି ବେଲପତ୍ର ଚଢାନ୍ତୁ ନାହିଁ ।

ଶାସ୍ତ୍ର ଅନୁଯାୟୀ ମହାଦେବଙ୍କ ମଥାରେ ବେଲପତ୍ର ରଖିଲେ ମହାଦେବଙ୍କ ମସ୍ତକ ସବୁବେଳେ ଥଣ୍ଡା ରହିଥାଏ । ଏହାଦ୍ବାରା ଶ୍ରୀହନୁମାନ ମଧ୍ୟ ପ୍ରସନ୍ନ ହୁଅନ୍ତି । ବେଲ ଗଛ ଘରର ପୂର୍ବଦିଗରେ ଲଗା ଯାଇଥିଲେ ଘରେ ଧନଧାନ୍ୟର ଅଭାବ ହୁଏନାହିଁ । ଯେଉଁ ବ୍ୟକ୍ତି ବେଲଗଛକୁ ପୂଜା କରିଥାଏ ଏହି ବ୍ୟକ୍ତିକୁ ମୃତ୍ୟୁ ପରେ ଶିବଲୋକ ପ୍ରାପ୍ତ ହୋଇଥାଏ । ଚତୁର୍ଥ , ନବମୀ ,ଅମାବାସ୍ୟା ଇତ୍ୟାଦି କେତେକ ଦିନରେ ବେଲପତ୍ର ଚଢ଼ାଇବା ଆଦୋୖ ଉଚିତ ନୁହେଁ । ଏହି ଦିନରେ ପୂଜା ଥିଲେ ତାହାର ପୂର୍ବ ଦିନ ବେଲ ପତ୍ର ଛିଡ଼ାଇ ରଖି ଦିଅନ୍ତୁ । ବେଲପତ୍ର କେବେ ବାସୀ ହୋଇ ନଥାଏ । ତେଣୁ ବେଲପତ୍ର ନଥିଲେ ପୂର୍ବରୁ ବ୍ୟବହାର ହୋଇଥିବା ବେଲପତ୍ର ଧୋଇ ପୁଣିଥରେ ପୂଜାରେ ବ୍ୟବହାର କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *