Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୩ , ମହା ଗୁରୁ ପୂର୍ଣ୍ଣିମା । ତୁଳସୀରେ ଶ୍ରଦ୍ଧା ପୂର୍ବକ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଅଳ୍ପ ଦିନ ମଧ୍ୟରେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ରରେ ତୁଳସୀର ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ପୁଣି ଏହି ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛ କେବଳ ଭାରତରେ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ନିଜର ମହତ୍ତ୍ୱ ବିସ୍ତାର କରିଛି । ଏହି ଗଛରେ ଭଗବାନ ବିଷ୍ଣୁଙ୍କ ଉପସ୍ଥିତି ମଧ୍ୟ ରହିଥାଏ । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ଅର୍ପିତ କରିବା ନିତାନ୍ତ ଜରୁରୀ ଅଟେ । ମାତ୍ର ତୁଳସୀ ଗଛରେ ଚୁନି ଚଢ଼ାଇବା ଜରୁରୀ ଅଟେ ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଯାଏ । ତୁଳସୀ ଗଛରେ ନାଲି ନୁହେଁ ବରଂ ଧଳା କିମ୍ବା ନୀଳ ଚୁନି ଘୋଡ଼ାଇବା ଉଚିତ । ସମୟ ସମୟରେ ସେହି ଚୁନି କୁ ବଦଳାଇ ଦେବା ମଧ୍ୟ ଆବଶ୍ୟକ ।

ସେହିଭଳି ତୁଳସୀ ବିବାହ କରାଇଲେ ମଧ୍ୟ ମନୁଷ୍ୟ ଜୀବନରୁ ସବୁ ସମସ୍ୟା ଦୂର ହୋଇଥାଏ । ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ତୁଳସୀ ଗଛ ପାଖରେ କୌଣସି ପ୍ରକାରର ଆବର୍ଜନା ମାତା ତୁଳସୀଙ୍କ ଅପମାନ ହୋଇଥାଏ । ପୁଣି ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ , ଗଣେଶ ପ୍ରତିମା ଏବଂ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତ ନୁହେଁ , ପୋଷାକ ଶୁଖାଇବା ମଧ୍ୟ ଉଚିତ ନୁହେଁ । ଶୁଖିଲା ତୁଳସୀ ସୁଖ ସମୃଦ୍ଧି ନଷ୍ଟ ହେବାର କାରଣ ହୋଇଥାଏ । ତେଣୁ ତୁଳସୀ ଗଛ ଶୁଖିଗଲେ ତାହାକୁ ବିସର୍ଜିତ କରି ଦିଅନ୍ତୁ କିମ୍ବା ମାଟିରେ ପୋତି ଦିଅନ୍ତୁ । ଏହାବ୍ୟତୀତ ଆପଣ ତାହାକୁ ଘରେ ସାଇତି ରଖି ପାରିବେ ଏବଂ ଘରେ ହୋମ ଯଜ୍ଞ ହେଲେ ତାହାକୁ ଜାଳି ପାରିବେ ।

ମାସିକ ଧର୍ମ ତୁଳସୀରେ ଜଳ ଏବଂ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ରହିବା ଶୁଭ ଅଟେ । ଏହା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ସଙ୍କେତ ଅଟେ । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଶୁଭ ହୋଇଥାଏ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ ଏବଂ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଏବଂ ଅନ୍ୟାନ୍ୟ କଣ୍ଟା ଜାତୀୟ ଗଛ ରଖିଲେ ନକରାତ୍ମକତା ସୃଷ୍ଟି ହୋଇଥାଏ । ମାତା ଲକ୍ଷ୍ମୀ ସହିତ ବିଷ୍ଣୁଙ୍କ କୃପା ପାଇଁ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ରବିବାର ଦିନ କିମ୍ବା ଏକାଦଶୀ ଦିନ ଏବଂ ନଖରେ କେବେ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ ।

ଯେଉଁ ଘରେ ଶାଳୀଗ୍ରାମ ରହିଥାଏ ସେହିଘରେ ସକାରାତ୍ମକତା ରହିଥାଏ ଏବଂ ଘରକୁ ରୋଗ ଆସେନାହିଁ । ଏହାଦ୍ବାରା ସବୁ ପ୍ରକାରର ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ । ତୁଳସୀ ଗଛ ମୂଳରେ ଶାଲିଗ୍ରାମ ରଖି ପୂଜା କଲେ ସେହି ଘରେ ସ୍ୱୟଂ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ପୁଣି ମୃତ୍ୟୁ ପୂର୍ବରୁ ଦର୍ଶନ କଲେ ସେହି ବ୍ୟକ୍ତି ମୃତ୍ୟୁ ପରେ ବିଷ୍ଣୁଲୋକ ଯାଇଥାଏ । ଘରକୁ ଶାଲିଗ୍ରାମ ଆଣି ଠିକ ଭାବରେ ତାହାର ପୂଜା ନକଲେ ତାହାର ଓଲଟା ପ୍ରଭାବ ପଡ଼ିଥାଏ । ଘରେ କେବଳ ଗୋଟିଏ ଶାଲିଗ୍ରାମର ପୂଜା କରି ଚନ୍ଦନ ଲଗାଇ ତୁଳସୀ ପତ୍ର ଅର୍ପିତ କରନ୍ତୁ । ଶାଳୀଗ୍ରାମକୁ ପଞ୍ଚାମୃତରେ ଅଭିଷେକ କରାଇଲେ ମାତା ଲକ୍ଷ୍ମୀଙ୍କ ବାସ ସେହି ଘରେ ସର୍ବଦା ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *