Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଶ୍ରାବଣ ମାସ । ଭୁଲରେବି କରନ୍ତୁ ନାହିଁ ଏହି ପାଞ୍ଚଟି ଭୁଲ । ଶାସ୍ତ୍ର ଅନୁଯାୟୀ ହୋଇଥାଏ ପାପ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କ ମାସ । ଯାହାକି ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ । ତେଣୁ ଏହି କାରଣରୁ ଯେଉଁ ଭକ୍ତ ନିଷ୍ଠାର ସହିତ ଏହି ମାସରେ ଭଗବାନ ଶିବଙ୍କର ଆରାଧନା କରିଥାଏ ତା ଉପରେ ମହାଦେବଙ୍କ କୃପାଦ୍ରୁଷ୍ଟି ସର୍ବଦା ବର୍ଷିଥାଏ । ଏହାଦ୍ବାରା ସେହି ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ । । କିନ୍ତୁ ଶ୍ରାବଣ ମାସରେ ସୋମବାର ବ୍ରତ ସବୁଠାରୁ ଅଧିକ ଖାସ ହୋଇଥାଏ ।

ସବୁ ମାସ ଭଳି ଚଳିତ ବର୍ଷ ମଧ୍ୟ ସୋମବାର ବ୍ରତରେ ଅନେକ କିଛି ଶୁଭ ପରିଣାମ ହେବ । ଏହି ବର୍ଷ ଶ୍ରାବଣ ମାସ ୨୦୨୩ ଜୁଲାଇ ୪ ଠାରୁ ଆରମ୍ଭ ହେଉଛି ଏବଂ ଏଥର ମୋଟ ଆଠଟି ସୋମବାର ବ୍ରତ ରହିଛି । ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୧୦ ରେ , ଦ୍ୱିତୀୟ ଜୁଲାଇ ୧୭ ରେ , ତୃତୀୟ ୨୪ ଜୁଲାଇ , ଚତୁର୍ଥ ୩୧ ଜୁଲାଇ , ପଞ୍ଚମ ୭ ଅଗଷ୍ଟ , ଷଷ୍ଠ ଅଗଷ୍ଟ ୧୪ , ସପ୍ତମ ୨୧ ଅଗଷ୍ଟ ଏବଂ ଅଷ୍ଟମ ସୋମବାର ବ୍ରତ ଅଗଷ୍ଟ ୨୮ ରେ ରଖାଯିବ ।

ତେବେ ଚଳିତ ବର୍ଷ ଶ୍ରାବଣ ମାସ ବ୍ରତ କରିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ । ନଚେତ ଆପଣଙ୍କ ବ୍ରତର ସୁଫଳ ପ୍ରାପ୍ତ ହେବ ନାହିଁ । ଶ୍ରାବଣ ମାସରେ କିଛି ଏପରି ଭୁଲ ଅଛି ଯାହା କରିବା ଉଚିତ ନୁହେଁ ।

୧ . ଏହି ମାସରେ ବ୍ରତ ଧାରୀ ଅନ୍ୟ କାହାଠାରୁ ଧାର କରଜ କରି ଫଳ ଆଣି ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ବ୍ରତର ସୁଫଳ ରହେନାହିଁ ଏବଂ ବ୍ରତ ଭାଙ୍ଗି ଯାଏ ।

୨ . ଶ୍ରାବଣ ମାସରେ ବ୍ରତଧାରୀ ନାସପାତି ଫଳ ଖାଇବା ଉଚିତ ନୁହେଁ । ଭଗବାନ ଶିବଙ୍କୁ ମଧ୍ୟ ଏହି ଫଳ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି ।

୨ . ଶ୍ରାବଣ ମାସ ସୋମବାର ବ୍ରତରେ କ୍ଷୀର କିମ୍ବା କ୍ଷୀରରୁ ତିଆରି ଜିନିଷର ସେବନ କରିବା ଆଦୋୖ ଉଚିତ ନୁହେଁ । ଏହାକୁ ଆପଣ ମହାଦେବଙ୍କୁ ଅର୍ପିତ କରି ପାରିବେ । କିନ୍ତୁ ନିଜେ ଏହାର ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।

୩ . ଅନେକ ଦିନରୁ ରଖିଥିବା ପୁରୁଣା ଅଟା ମଧ୍ୟ ଏହି ସମୟରେ ଖାଇବା ଉଚିତ ନୁହେଁ କାରଣ ସେଥିରେ ପୋକ ଲାଗିଥାଇ ପାରେ । ଏପରି ଅଟା ଖାଇବା ଦ୍ୱାରା ଅଜ୍ଞାତରେ ମାଂସର ସେବନ ହୋଇଥାଏ । ଯାହାଦ୍ୱାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

ଭଗବାନ ଶିବଙ୍କ ନିକଟକୁ ଜୋତା ଚପଲ ନେଇ ଯିବା ଦ୍ୱାରା ମହାଦେବ ଏବଂ ଅନ୍ୟାନ୍ୟ ଦେବଦେବୀ ମଧ୍ୟ ରୁଷ୍ଟ ହୁଅନ୍ତି । ମହିଳାଙ୍କ ମାସିକ ଧର୍ମ ସମୟରେ ଘର ମନ୍ଦିରରେ କିମ୍ବା ବାହାର ମନ୍ଦିରରେ ପ୍ରବେଶ କରିବା ବର୍ଜିତ ଅଟେ । ଏହି ସମୟରେ ଶିବଲିଙ୍ଗକୁ ଛୁଇଁବା ପାପ ହୋଇଥାଏ । ଶିବଲିଙ୍ଗ ଉପରେ ଅନବରତ ଜଳଧାରା ରହିବାର କାରଣ ହେଉଛି ଶିବଲିଙ୍ଗ ସବୁବେଳେ ଶକ୍ତି ବିକିରଣ କରିଥାନ୍ତି ଏବଂ ସେହି ସ୍ଥାନରେ ସବୁବେଳେ ଗରମ ରହିଥାଏ । ଶିବଲିଙ୍ଗ ଉପରେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଜଳ ଚଢ଼ାଇବା ଉଚିତ । ଭୁଲରେବି ଶିବଲିଙ୍ଗରେ ତୁଳସୀ ଚଢାନ୍ତୁ ନାହିଁ । ନଚେତ ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

ଏହାବ୍ୟତୀତ ମହାଦେବଙ୍କୁ ସିନ୍ଦୁର ଚନ୍ଦନ ମଧ୍ୟ ଚଢ଼ା ଯାଏଁ ନାହିଁ । ଭଗବାନ ଶିବଙ୍କୁ ଭସ୍ମ ଚଢ଼ାଇ ପାରିବେ । କୌଣସି ମହିଳା କିମ୍ବା ପୁରୁଷ ମାଂସ ଭକ୍ଷଣ କରି କିମ୍ବା ଶାରୀରିକ ସମ୍ବନ୍ଧ ବନାଇ ଶିବ ମନ୍ଦିରକୁ ଯିବା ଉଚିତ ନୁହେଁ । ନଚେତ ଭଗବାନ ଶିବ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଭଗବାନ ଶିବଙ୍କ ନିକଟକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ହୋଇ ପବିତ୍ର ମନ ନେଇ ଯିବା ଉଚିତ । ଭଗବାନ ଶିବଙ୍କୁ ବେଲପତ୍ର ନିଶ୍ଚୟ ଅର୍ପିତ କରନ୍ତୁ କାରଣ ଏହା ସର୍ବଦା ଶିବଲିଙ୍ଗକୁ ଅର୍ଥାତ ଶିବଙ୍କ ମସ୍ତକକୁ ଥଣ୍ଡା ରଖିଥାଏ । ଏପରି କୁହାଯାଏ ଯେ ଯଦି ଘରର ମଝିରେ ବେଲ ଗଛ ଥାଏ ତେବେ ଘର ଧନଧାନ୍ୟରେ ଭରିଯାଏ ।

ଯେଉଁ ବ୍ୟକ୍ତି ବେଲ ଗଛକୁ ପୂଜା କରିଥାଏ ସେହି ବ୍ୟକ୍ତି ମୃତ୍ୟୁ ପରେ ଶିବଲୋକକୁ ଯାଇଥାଏ । ଚତୁର୍ଥୀ , ନବମୀ , ଚତୁର୍ଦ୍ଦଶୀ ଏବଂ ଏକାଦଶୀ ଦିନ ବେଲ ପତ୍ର ଛିଡ଼ାଇବା ଉଚିତ ନୁହେଁ । ବେଲପତ୍ର କେବେ ଅଶୁଦ୍ଧ କିମ୍ବା ବାସୀ ହୁଏନାହିଁ , ତେଣୁ ଏହାକୁ ଥରେ ବ୍ୟବହାର କରିଲେ ବି ପୁଣିଥରେ ଧୋଇ ବ୍ୟବହାର କରି ପାରିବେ । ମାତ୍ର ମନେ ରଖନ୍ତୁ ବେଲ ପତ୍ରରେ ତିନୋଟି ପତ୍ର ରହିବା ନିତାନ୍ତ ଜରୁରୀ ଅଟେ । ନଚେତ ପୂଜା କିମ୍ବା ବ୍ରତର କୌଣସି ଫଳ ରହେନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *