Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ ଶ୍ରାବଣ ମାସ ବ୍ରତର ସବୁ ନିୟମ । ଜାଣନ୍ତୁ କିଭଳି କରି ପାରିବେ ନିଜର ସବୁ ମନସ୍କାମନା ପୂରଣ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଶ୍ରାବଣ ମାସ ପାଖେଇ ଆସୁଛି ଏବଂ ତାସହିତ ମହାଦେବଙ୍କ ମାସ ମଧ୍ୟ ଆସୁଛି । ଶ୍ରାବଣ ମାସ ମହାଦେବଙ୍କୁ ସମର୍ପିତ ଅଟେ । କୁହାଯାଏ ଯେ ଶ୍ରାବଣ ମାସରେ ମହାଦେବ ପୃଥିବୀ ପୃଷ୍ଠରେ ଉପସ୍ଥିତ ରହନ୍ତି ଏବଂ ନିଜ ଭକ୍ତଙ୍କ ଠାରୁ ପୂଜା ପାଇବା ପାଇଁ ବ୍ୟଗ୍ର ରହନ୍ତି । ଆଜି ଆମେ ଚଳିତ ବର୍ଷ ଶ୍ରାବଣ ମାସ କେବେ କେଉଁ ଦିନ ଏବଂ ଅନ୍ୟାନ୍ୟ ମହତ୍ତ୍ୱ ବିଷୟରେ କହିବୁ । ତେବେ ଚଳିତ ବର୍ଷ ଜୁଲାଇ ୪ ମଙ୍ଗଳବାର ଦିନ ଶ୍ରାବଣ ମାସର ଆରମ୍ଭ ହେବ । କହିରଖିବୁ ଯେ ଚଳିତ ବର୍ଷ ଚାରୋଟି ନୁହେଁ ବରଂ ୮ ଟି ସୋମବାର ବ୍ରତ ପାଳିତ ହେବ । ଯେଉଁଥିରୁ ଚାରୋଟି ସୋମବାର ବ୍ରତ ଏବଂ ଅନ୍ୟ ଚାରୋଟି ଅଧି ସୋମବାର ବ୍ରତ ।

ପ୍ରଥମ ସୋମବାର ବ୍ରତ ୧୦ ଜୁଲାଇ , ଦ୍ୱିତୀୟ ୧୭ ଜୁଲାଇ , ତୃତୀୟ ୨୪ ଜୁଲାଇ , ଚତୁର୍ଥ ୩୧ ଜୁଲାଇ , ପଞ୍ଚମ ୭ ଅଗଷ୍ଟ , ଷଷ୍ଠ ୧୪ ଅଗଷ୍ଟ , ସପ୍ତମ ୨୧ ଅଗଷ୍ଟ ଏବଂ ଅଷ୍ଟମ ସୋମବାର ବ୍ରତ ୨୮ ଅଗଷ୍ଟରେ ରଖାଯିବ । ତେଣୁ ଏଥର ଶ୍ରାବଣ ମାସ ସମ୍ପୂର୍ଣ୍ଣ ୨ ମାସ ଏବଂ ଯୋଗ ମଧ୍ୟ ଭଲ ରହିଛି ଯାହାକି ମହାଦେବଙ୍କ ଭକ୍ତଙ୍କ ସୁଲଭ ପାଇଁ ଅତ୍ୟନ୍ତ ଶୁଭ ଖବର ଅଟେ । ଏହାପରେ ଅଗଷ୍ଟ ୩୦ ରେ ରକ୍ଷା ବନ୍ଧନ ପାଳିତ ହେବ । ତେଣୁ ଏହି ଶ୍ରାବଣ ମାସରେ ବ୍ରତ ଧାରୀ କିଛି କଥା ବର୍ତ୍ତମାନ ଯତ୍ନବାନ ହେବା ଉଚିତ ନଚେତ ବ୍ରତର ଲାଭ ରହିବ ନାହିଁ ।

୧ . ଏହି ମାସରେ ବ୍ରତ ଧାରୀ ଅନ୍ୟ କାହାଠାରୁ ଧାର କରଜ କରି ଫଳ ଆଣି ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ବ୍ରତର ସୁଫଳ ରହେନାହିଁ ଏବଂ ବ୍ରତ ଭାଙ୍ଗି ଯାଏ ।

୨ . ଶ୍ରାବଣ ମାସରେ ବ୍ରତଧାରୀ ନାସପାତି ଫଳ ଖାଇବା ଉଚିତ ନୁହେଁ । ଆପଣ ଚାହିଁଲେ ଏହି ଫଳ ଅନ୍ୟ ଦିନରେ ଖାଇ ପାରିବେ । କିନ୍ତୁ ଭୁଲରେବି ବ୍ରତ ଦିନ କିମ୍ୱା ଭଗବାନ ଶିବଙ୍କୁ ମଧ୍ୟ ଏହି ଫଳ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି

୨ . ଶ୍ରାବଣ ମାସ ସୋମବାର ବ୍ରତରେ କ୍ଷୀର କିମ୍ବା କ୍ଷୀରରୁ ତିଆରି ଜିନିଷର ସେବନ କରିବା ଆଦୋୖ ଉଚିତ ନୁହେଁ । ଏହାକୁ ଆପଣ ମହାଦେବଙ୍କୁ ଅର୍ପିତ କରି ପାରିବେ । କିନ୍ତୁ ନିଜେ ଏହାର ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ମହାଦେବ ମଧ୍ୟ ରୁଷ୍ଠ ହୁଅନ୍ତି ।

୩ . ଅନେକ ଦିନରୁ ରଖିଥିବା ପୁରୁଣା ଅଟା ମଧ୍ୟ ଏହି ସମୟରେ ଖାଇବା ଉଚିତ ନୁହେଁ । କାରଣ ଏହି ସମୟରେ ସେଥିରେ ପୋକ ଲାଗିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏପରି ଅଟା ଖାଇବା ଦ୍ୱାରା ଆପଣଙ୍କ ଅଜ୍ଞାତରେ ମାଂସର ସେବନ ହୋଇଥାଏ । ଯାହାଦ୍ୱାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି ଏବଂ ବ୍ରତ ମଧ୍ୟ ଭାଙ୍ଗିଯାଏ ।

ଭଗବାନ ଶିବଙ୍କ ନିକଟକୁ ଜୋତା ଚପଲ ନେଇ ଯିବା ଉଚିତ ନୁହେଁ । କାରଣ ଚମଡ଼ା ଚପଲ ଦ୍ୱାରା ଦେବତା ରୁଷ୍ଟ ହୁଅନ୍ତି । ମହିଳାଙ୍କୁ ମାସିକ ଧର୍ମ ହୋଇଥିଲେ ଭୁଲରେବି ବାହାର କିମ୍ବା ଘର ମନ୍ଦିରରେ ପ୍ରବେଶ କରିବା ଉଚିତ ନୁହେଁ । ଏପରି ସମୟରେ ଶିବଲିଙ୍ଗକୁ ଛୁଇଁବା ମଧ୍ୟ ଘୋର ପାପ ମାନା ଯାଇଥାଏ ।

ଶିବଲିଙ୍ଗ ଉପରେ ଜଳଧାରା ସବୁବେଳେ ରହିବା ଉଚିତ କାରଣ ଶିବଲିଙ୍ଗ ସବୁବେଳେ ଶକ୍ତି ବିକିରଣ କରିଥାନ୍ତି ଏବଂ ସେହି ସ୍ଥାନରେ ସବୁବେଳେ ଗରମ ରହିଥାଏ । କହିରଖିବୁ ଯେ ଶିବଲିଙ୍ଗ ଉପରେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଜଳ ଚଢ଼ାଇବା ଉଚିତ । ଭୁଲରେବି ଶିବଲିଙ୍ଗରେ ତୁଳସୀ ଚଢାନ୍ତୁ ନାହିଁ । ନଚେତ ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

କୌଣସି ମହିଳା କିମ୍ବା ପୁରୁଷ ମାଂସ ଭକ୍ଷଣ କରି କିମ୍ବା ଶାରୀରିକ ସମ୍ବନ୍ଧ ବନାଇ ଶିବ ମନ୍ଦିରକୁ ଯିବା ଉଚିତ ନୁହେଁ । ନଚେତ ଭଗବାନ ଶିବ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଭଗବାନ ଶିବଙ୍କ ନିକଟକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ହୋଇ ପବିତ୍ର ମନ ନେଇ ଯିବା ଉଚିତ । ଭଗବାନ ଶିବଙ୍କୁ ବେଲପତ୍ର ନିଶ୍ଚୟ ଅର୍ପିତ କରନ୍ତୁ କାରଣ ଏହା ସର୍ବଦା ଶିବଲିଙ୍ଗକୁ ଅର୍ଥାତ ଶିବଙ୍କ ମସ୍ତକକୁ ଥଣ୍ଡା ରଖିଥାଏ । ଏପରି କୁହାଯାଏ ଯେ ଯଦି ଘରର ମଝିରେ ବେଲ ଗଛ ଥାଏ ତେବେ ଘର ଧନଧାନ୍ୟରେ ଭରିଯାଏ ।

ଯେଉଁ ବ୍ୟକ୍ତି ବେଲ ଗଛକୁ ପୂଜା କରିଥାଏ ସେହି ବ୍ୟକ୍ତି ମୃତ୍ୟୁ ପରେ ଶିବଲୋକକୁ ଯାଇଥାଏ । ଚତୁର୍ଥୀ , ନବମୀ , ଚତୁର୍ଦ୍ଦଶୀ ଏବଂ ଏକାଦଶୀ ଦିନ ବେଲ ପତ୍ର ଛିଡ଼ାଇବା ଉଚିତ ନୁହେଁ । ବେଲପତ୍ର କେବେ ଅଶୁଦ୍ଧ କିମ୍ବା ବାସୀ ହୁଏନାହିଁ । ତେଣୁ ଏହାକୁ ଥରେ ବ୍ୟବହାର କରିଲେ ବି ସୁଦ୍ଧା ପୁଣିଥରେ ତାହାକୁ ଧୋଇ ବ୍ୟବହାର କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *