Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ , ପୁରା ବର୍ଷ ଟଙ୍କା ଉପରେ କରିବେ ପ୍ରାଧାନ୍ୟ ବିସ୍ତାର ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ମହାଦେବଙ୍କୁ ସମର୍ପିତ ଅଟେ । ଏହି ମାସରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାଦେବଙ୍କର ବିଶେଷ ପୂଜା ଅର୍ଚ୍ଚନା ଏବଂ ବ୍ରତ । ତେଣୁ ଏହି ମାସରେ ମହାଦେବଙ୍କୁ ପୂଜା କରାଯାଇ ତାଙ୍କର ପ୍ରିୟ ବସ୍ତୁ ଅର୍ପିତ କରାଯାଇଥାଏ । ଏହି ମାସରେ ଲୋକେ କାଉଡ଼ି ଯାତ୍ରାରେ ମଧ୍ୟ ଯାଆନ୍ତି । ଯାହାଦ୍ୱାରା ଭଗବାନ ବହୁତ ଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି । କହିରଖିବୁ ଯେ ଏହି ଶ୍ରାବଣ ମାସରେ ଯଦି ଆପଣ କିଛି ବିଶେଷ ଜିନିଷ ଘରକୁ ନେଇ ଆସନ୍ତି ଏବେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ତେଣୁ ଆଜିକାର ଲେଖାରେ ଆମେ ସେହି ସବୁ ଜିନିଷ ବିଷୟରେ କହିବାକୁ ଯାଉଛୁ ।

୧ . ଭସ୍ମ :-

ମହାଦେବଙ୍କର ଏହି ପ୍ରିୟ ଜିନିଷ ଯଦି ଆପଣ ଶ୍ରାବଣ ମାସରେ ଶିବ ମନ୍ଦିରରୁ ଭସ୍ମ ଆଣି ପୂଜା ସ୍ଥଳରେ ରଖନ୍ତି ତେବେ ଏହାଦ୍ବାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ବଳକା ଭସ୍ମକୁ ସିନ୍ଧୁକ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଲେ ଆର୍ଥିକ ବୃଦ୍ଧି ସହିତ ମାନ ସମ୍ମାନ ବୃଦ୍ଧି ହେବ ।

୨ . ରୁଦ୍ରାକ୍ଷ :-

ରୁଦ୍ରାକ୍ଷ ଏକ ଫଳ ଅଟେ କିନ୍ତୁ ତାହାକୁ ମହାଦେବଙ୍କ ଅଂଶ ବୋଲି ମାନା ଯାଇଥାଏ । ଶ୍ରାବଣ ମାସରେ ମହାଦେବଙ୍କୁ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହାକୁ ଘରେ ରଖିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଏହାକୁ ଧାରଣ କରିବା ମଧ୍ୟ ଭଲ ହୋଇଥାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସନ୍ତୁଳନ ବଜାୟ ରହେ ।

୩ . ଗଙ୍ଗା ଜଳ :-

ଶ୍ରାବଣ ମାସରେ ଏକ ଲୋଟା ଜଳ ଚଢ଼ାଇ ଦେଲେ ହିଁ ମହାଦେବ ପ୍ରସନ୍ନ ହୁଅନ୍ତି । ମହାଦେବ ନିଜ ଜଟରେ ଗଙ୍ଗାଙ୍କୁ ଧାରଣ କରିଛନ୍ତି ତେଣୁ ଏହି ମାସରେ ମହାଦେବଙ୍କୁ ଗଙ୍ଗା ଜଳରେ ଅଭିଷେକ କରାଇଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଆର୍ଥିକ ବୃଦ୍ଧି ସହିତ ସବୁ ସମସ୍ୟାର ସମାଧାନ ହୋଇଥାଏ ।

୪ . ବେଲପତ୍ର :-

ଭଗବାନଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ । ଯଦି ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ବେଲପତ୍ର ଆଣିବା ଅସମ୍ଭବ ହେଲେ ଚାନ୍ଦିର ବେଲପତ୍ର ଆଣି ମହାଦେବଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହେବା ସହିତ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଭଗବାନ ଶିବଙ୍କ କୃପାରୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୫ . ପାରଦ ଶିବଲିଙ୍ଗ :-

ପାରଦ ଶିବଲିଙ୍ଗ ଘରେ ରଖିଲେ ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ରୋଗ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ , ଘର ପରିବାରରେ ଖୁସି ଦେଖିବାକୁ ମିଳିଥାଏ । ପାରଦ ଶିବଲିଙ୍ଗ ଘରେ ରଖିଲେ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ଏବଂ ଘରର ବ୍ୟକ୍ତିଙ୍କୁ ସ୍ୱୟଂ ମହାକାଳ ସବୁ ସମସ୍ୟାରୁ ମୁକ୍ତି କରିଥାନ୍ତି ।

୬ . ତ୍ରିଶୂଳ :-

ତ୍ରିଶୂଳ ତ୍ରିଦେବଙ୍କ ପ୍ରତୀକ ହୋଇଥାଏ । ଶ୍ରାବଣ ମାସରେ ତମ୍ବା କିମ୍ବା ଚାନ୍ଦିର ତ୍ରିଶୂଳ ଆଣି ଶିବଲିଙ୍ଗ ପାଖରେ ଅର୍ପିତ କରନ୍ତୁ । ପରେ ତାହାକୁ ନେଇ ଘରର ମନ୍ଦିରରେ କିମ୍ବା ଛାତ ଉପରେ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ ।

୭ . ଡମରୁ :-

ଭଗବାନ ଶିବଙ୍କର ଡମରୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହାର ଶବ୍ଦ ମଧ୍ୟ ନକରାତ୍ମକତା ଦୂର କରିଥାଏ । ତେଣୁ ଶ୍ରାବଣ ମାସରେ ମହାଦେବଙ୍କୁ ଡମରୁ ଅର୍ପିତ କଲେ ମହାଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ପଡ଼ିବ ।

୮ . ନାଗ :-

ଭଗବାନ ଶିବଙ୍କ ବେକରେ ନାଗ ଦେବତା ବିରାଜମାନ ହୋଇଥାନ୍ତି । ପୁଣି ହିନ୍ଦୁ ଧର୍ମରେ ନାଗ ପୂଜାର ଅତ୍ୟନ୍ତ ମହତ୍ତ୍ୱ ରହିଛି । ଶ୍ରାବଣ ମାସରେ ଚାନ୍ଦି କିମ୍ବା ତମ୍ବା ନାଗ ଘରକୁ ଆଣନ୍ତୁ ଏବଂ ଘରର ମୁଖ୍ୟଦ୍ୱାରର ଆଖପାଖରେ ରଖି ଦିଅନ୍ତୁ । ଏହାବ୍ୟତୀତ ପିତୃ ଦୋଷ ସମସ୍ୟା ଥିଲେ ଶ୍ରାବଣ ମାସ ପୂର୍ବରୁ ଏକ ନାଗ ନାଗୁଣି ଯୋଡ଼ା ଆଣି ରଖନ୍ତୁ । ଏହାଦ୍ବାରା ଆପଣଙ୍କର ପିତୃ ଦୋଷ ସହିତ ଆର୍ଥିକ ସମସ୍ୟା ଦୂରେଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *