Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୪ ରୁ ଅଗଷ୍ଟ ୩୧ ପବିତ୍ର ଶ୍ରାବଣ ମାସ । ଭୁଲରେ ବି କରନ୍ତୁ ନାହିଁ ଏହି କାମ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଅନେକ ମହତ୍ତ୍ୱ ରହିଛି । କାରଣ ଏହି ମାସରେ ମହାଦେବଙ୍କ ନିମନ୍ତେ ବ୍ରତ ରଖିବାର ବିଧାନ ରହିଛି । ଏଭଳି କୁହାଯାଏ ଯେ ଯଦି ମନୁଷ୍ୟ ଶ୍ରାବଣ ମାସରେ ମହାଦେବଙ୍କର ସାମାନ୍ୟ ପୂଜା ନିଷ୍ଠାର ସହିତ ବି କରେ ତେବେ ତାକୁ ମହାଦେବ ଆଶୀର୍ବାଦ ଦିଅନ୍ତି ଏବଂ ସେହି ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ । କିନ୍ତୁ ଶ୍ରାବଣ ମାସରେ ମହାଦେବଙ୍କ ପୂଜା କରିବା ଏବଂ ବ୍ରତ ରଖିବାରେ ଅନେକ ନିୟମ ରହିଛି । ଏହାବ୍ୟତୀତ ଏହି ବ୍ରତ ସମୟରେ କଣ ଖାଇବା ଉଚିତ ଏବଂ ଉଚିତ ନୁହେଁ , କଣ ଭଗବାନଙ୍କୁ ଅର୍ପିତ କରିବା ଉଚିତ ଏବଂ ଉଚିତ ନୁହେଁ ଇତ୍ୟାଦି ଏବଂ ଏହାବ୍ୟତୀତ କେଉଁ ସବୁ ନିୟମ ରହିଛି ସେହି ବିଷୟରେ କହିବୁ ।

କହି ରଖିବୁ ଯେ ଯେହେତୁ ଶ୍ରାବଣ ମାସଟି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିବାର ମାସ ଅଟେ , ତେଣୁ ଯଦି ଆପଣଙ୍କର ବିବାହ ସମ୍ବନ୍ଧୀୟ , ସନ୍ତାନ ସମ୍ବନ୍ଧୀୟ କିମ୍ବା ଅର୍ଥ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ମଧ୍ୟ ତାହା ମହାଦେବଙ୍କ କୃପାରୁ ଦୂର ହୋଇପାରିବ । କିନ୍ତୁ ଏଥିପାଇଁ ପ୍ରତ୍ୟେକ ଦିନ ମହାଦେବ ଏବଂ ପାର୍ବତୀଙ୍କୁ ଆରାଧନା କରନ୍ତୁ ।

ଶ୍ରାବଣ ମାସ ବ୍ରତ କରିଥିଲେ ତାମସିକ ଭୋଜନ ବର୍ଜିତ କରି ଶୁଦ୍ଧ ସାତ୍ଵିକ ଭୋଜନ ଗ୍ରହଣ କରନ୍ତୁ । ତାମସିକ ଭୋଜନ ମଧ୍ୟରେ ପିଆଜ , ରସୁଣ , ମଦ , ମାଂସ , ମୂଳା , ବାଇଗଣ ଇତ୍ୟାଦି ଭୋଜନ ଠାରୁ ଦୂରେଇ ରୁହନ୍ତୁ । ବ୍ରତ ରଖୁଥିଲେ ଗୋଟିଏ ସମୟ କିମ୍ବା ଦୁଇ ସମୟ ଭୋଜନ କରି ବ୍ରତ ପାଳନ କରି ପାରିବେ । ଦିନରେ ଫଳାହାର କରି ପାରିବେ ।

ଶ୍ରାବଣ ମାସ ବ୍ରତ ରଖିଥିଲେ କ୍ରୋଧକୁ ସମ୍ପୂର୍ଣ୍ଣ ଦୂର କରି ଦିଅନ୍ତୁ । କାହା ପ୍ରତି ଈର୍ଷା ଭାବ ମଧ୍ୟ ରଖନ୍ତୁ ନାହିଁ । ମହାଦେବଙ୍କ ନିମନ୍ତେ ବ୍ରତ ରଖିଥିବା ବ୍ୟକ୍ତି କିମ୍ବା ନରଖିଥିବା ବ୍ୟକ୍ତି ମଧ୍ୟ ସକାଳୁ ଶୀଘ୍ର ଉଠି ଅତିକମରେ ଘରେ ମହାଦେବଙ୍କୁ ପୂଜା କରିବା ଉଚିତ । ଏହିଦିନ ମହାଦେବଙ୍କ ପ୍ରିୟ ଜିନିଷ ଅର୍ପିତ କରିବା ଦ୍ୱାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ।

ଏହି ସମୟରେ ମହାଦେବଙ୍କ ପ୍ରିୟ ଜିନିଷ ଖୁବ ସହଜରେ ଉପଲବ୍ଧ ହୋଇଯାଏ । ଯେମିତିକି ଭାଙ୍ଗ , ଧୁତୁରା , ବେଲପତ୍ର , ପଞ୍ଚାମୃତ , କଞ୍ଚା କ୍ଷୀର ଇତ୍ୟାଦି । କହିରଖିବୁ ଯେ ମହାଦେବଙ୍କର ପଞ୍ଚାମୃତରେ ଅଭିଷେକ କରାଇବା ପୂର୍ବରୁ ଏବଂ ପରେ ସାଧାରଣ ଜଳରେ ପ୍ରଥମେ ଅଭିଷେକ କରାନ୍ତୁ । ଏହାପରେ ମହାଦେବଙ୍କର ପ୍ରିୟ ଜିନିଷ ଗୁଡ଼ିକ ଅର୍ପିତ କରି ପାରିବେ ।

ଭଗବାନ ଶିବଙ୍କୁ ଧଳା ଫୁଲ , ଏବଂ ଏହି ସମୟରେ ଉପଲବ୍ଧ କୌଣସି ଫଳ ମଧ୍ୟ ଅର୍ପିତ କରି ପାରିବେ । ପ୍ରତ୍ୟେକ ଦିନ ଶିବ ମନ୍ଦିର ଯାଇ ମହାଦେବଙ୍କୁ ପୂଜା ନିଶ୍ଚୟ କରନ୍ତୁ । ନଚେତ ସମ୍ଭବ ନହେଲେ ଘରେ ମଧ୍ୟ ପୂଜା କରି ପାରିବେ । ଆପଣ ଛୋଟ ଆଙ୍ଗୁଠି ଆକାରର ଶିବଲିଙ୍ଗ ରଖି ପାରିବେ କିମ୍ବା ଶିବ ପରିବାର ଫୋଟ ରଖି ମଧ୍ୟ ପୂଜା କରି ପାରିବେ ।

ଆପଣ ଚାହିଁଲେ ମାଟିର ଶିବଲିଙ୍ଗ ବନାଇ ପାରିବେ । କହିରଖିବୁ ଯେ ଶିବଙ୍କୁ ହଳଦୀ , ସିନ୍ଦୁର , କେତକୀ ଫୁଲ ଏବଂ ତୁଳସୀ ଅର୍ପିତ କରନ୍ତୁ ନାହିଁ । ଏହି ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ପୂଜା କଲେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଆପଣ ପୁରୁଷ ହୋଇଥିଲେ ଧଳା ରଙ୍ଗର ବସ୍ତ୍ର ଧାରଣ କରି ପାରିବେ । ମାତ୍ର ସ୍ତ୍ରୀ ଲୋକ ମାନେ ଧଳା କିମ୍ବା କଳା ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *