Excuse Me Odisha

ଯାହା କହିବୁ ସତ କହିବୁ

ଦାରିଦ୍ର୍ୟତା ଦୂର କରିବାକୁ ଚାହୁଁଛନ୍ତି କି ? ତେବେ ସୋମବାର ଦିନ ଶିବଲିଙ୍ଗରେ ଚୁପଚାପ ଅର୍ପିତ କରନ୍ତୁ ଏହି ଗୋଟିଏ ଅତ୍ୟନ୍ତ ଖାସ ଜିନିଷ ।

ସେୟାର୍ କରନ୍ତୁ

ସୋମବାର ଦିନଟି ଅତ୍ୟନ୍ତ ଖାସ ହୋଇଥାଏ କାରଣ ଏହିଦିନ ଲୋକେ ମହାଦେବଙ୍କ ପୂଜା କରନ୍ତି ଏବଂ ବ୍ରତ ରଖନ୍ତି । ମାତ୍ର ଏହିଦିନ ପୂଜା ଏବଂ ବ୍ରତରେ କିଛି ନିୟମ ମାନିବାର ମଧ୍ୟ ଆବଶ୍ୟକତା ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ସବୁ ଦେବଦେବୀଙ୍କ ନିମିତ୍ତ ବ୍ରତ ରଖି ପ୍ରସନ୍ନ କରିବାର ଭିନ୍ନ ଭିନ୍ନ ବାର ରହିଛି । ଯେଉଁଦିନ ମନୁଷ୍ୟ ନିଷ୍ଠାର ସହିତ ବିନା ଅନ୍ନ ସେବନରେ ଭଗବାନଙ୍କ ନିମନ୍ତେ ବ୍ରତ ରଖିଥାଏ । ହିନ୍ଦୁ ଧର୍ମରେ ସୋମବାର ଦିନଟି ମହାଦେବଙ୍କୁ ସମର୍ପିତ ଅଟେ ଏବଂ ଏହି ବ୍ରତ ସବୁଠାରୁ ଅଧିକ ଲୋକେ ରଖନ୍ତି । କାରଣ ମହାଦେବ ବହୁତ ଜଲଦି ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ।

ମାତ୍ର ମହାଦେବଙ୍କ ନିମିତ୍ତ ବ୍ରତ ରଖିବା ପୂର୍ବରୁ କିଛି ବିଶେଷ ନିୟମ ଯଦି ମନୁଷ୍ୟ ଅମାନ୍ୟ କରେ ତେବେ ମହାଦେବଙ୍କ କୋପର ସାମ୍ନା କରିବାକୁ ପଡ଼ିଥାଏ । ଯଦି ଆପଣ ସୋମବାର ବ୍ରତ ରଖୁଛନ୍ତି ତେବେ ଅନ୍ନ ଏବଂ ଲୁଣ ସେବନ କରନ୍ତୁ ନାହିଁ । ଫଳାହାର କରି ପାରିବେ ମାତ୍ର ଲୁଣ ଖାଇବାକୁ ଚାହୁଁଥିଲେ ଅଳ୍ପ ସିନ୍ଧା ଲୁଣର ସେବନ କରି ପାରିବେ । ସ୍ୱାମୀ ସ୍ତ୍ରୀ ଏହିଦିନ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ପାଳନ କରି ସମ୍ବନ୍ଧ ବନାଇବା ଆଦୋୖ ଉଚିତ ନୁହେଁ । ଯଦି ଆପଣ ସୋମବାର ଦିନ ନିଜ ଠାରୁ ବଡ଼ କୌଣସି ବ୍ୟକ୍ତିଙ୍କର ଅପମାନ କରନ୍ତି ତେବେ ମହାଦେବ ଆପଣଙ୍କ ଉପବାସ ଗ୍ରହଣ କରିବେ ନାହିଁ । ଏହିଭଳି ସୋମବାର ଦିନ କୌଣସି ପ୍ରକାରର ହିଂସାରେ ପଡ଼ିବା ଉଚିତ ନୁହେଁ ।

ଏହିଦିନ କୌଣସି ନିରୀହ ପଶୁକୁ ମାରିବା ଦ୍ୱାରା ଆପଣ ହିଂସାର ଶିକାର ହୁଅନ୍ତି । ବ୍ରତର ପୂର୍ବ ଦିନ ରାତିରୁ ହିଁ ତାମସିକ ଭୋଜନ ସମ୍ପୂର୍ଣ୍ଣ ଛାଡ଼ିଦେବା ଉଚିତ । ଆପଣ ପୁରା ବ୍ରତରେ ସାତ୍ଵିକ ଭୋଜନ କରିବା ଶ୍ରେୟସ୍କର ଅଟେ । ଉପବାସ ଦିନ କାହାରି ମନରେ କଷ୍ଟ ଦିଅନ୍ତୁ ନାହିଁ କିମ୍ବା କାହାରି କୌଣସି କ୍ଷତି କରନ୍ତୁ ନାହିଁ । ଏହିଦିନ ସନ୍ଧ୍ୟା ସମୟରେ ମହାଦେବଙ୍କ ଆରତୀ କରି ଧୂପ ଦୀପ ନିଶ୍ଚୟ ଜଳାନ୍ତୁ । ମହାଦେବଙ୍କୁ ଧୁତୁରା , ବେଲପତ୍ର ଏବଂ ପଞ୍ଚାମୃତ ଅତ୍ୟନ୍ତ ପସନ୍ଦ ଅଟେ । ଆପଣ ସୋମବାର ଦିନ ଏହି ସବୁ ଜିନିଷ ଚଢ଼ାଇ ପାରିବେ । କହିରଖିବୁ ଯେ ମହାଦେବଙ୍କ ଆରତୀ କିମ୍ବା ପୂଜା ସମୟରେ ତାଳି ବଜାଇବା ବର୍ଜିତ ଅଟେ ।

କାରଣ ଭଗବାନ ଆରତୀ ସମୟରେ ଗଭୀର ଧ୍ୟାନରେ ନିମଗ୍ନ ରହନ୍ତି । ତେଣୁ ତାଳି ବଜାଇବା ଦ୍ୱାରା ମହାଦେବ କ୍ରୋଧିତ ହୋଇ ପାରନ୍ତି । କାମଧେନୁ ମଧ୍ୟ ମହାଦେବଙ୍କ ତପସ୍ୟା ଭଙ୍ଗ କରିଥିବାରୁ ତାଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଥିଲା । ତେଣୁ ମହାଦେବଙ୍କ ପୂଜା ନିମନ୍ତେ ଗଲେ ଚୁପଚାପ ଶାନ୍ତିର ସହିତ ପୂଜା କରନ୍ତୁ । ତେଣୁ ଏଭଳି କୁହାଯାଏ ଯେ ମହାଦେବଙ୍କ ପାଖରେ ତିନି ଥର ତାଳି ବଜାଇବା ଉଚିତ ନୁହେଁ ନଚେତ ଏହା ମହାଦେବଙ୍କ ଧ୍ୟାନ ଭଙ୍ଗ କରିପାରେ । ଏହାଦ୍ବାରା ମହାଦେବ ମଧ୍ୟ କ୍ରୋଧିତ ହେବେ । ମହାଦେବଙ୍କ ପୂଜା ସମୟରେ ମହାଦେବଙ୍କ ପରିବାରର ଅନ୍ୟ ଦେବଦେବୀ ମଧ୍ୟ ଉପସ୍ଥିତ ରହନ୍ତି । ତେଣୁ ପୂଜା ସମୟରେ କେବଳ ଘଣ୍ଟି ଏବଂ ଶଙ୍ଖ ହିଁ ବଜାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *