Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ପାଞ୍ଚଟି ଭୁଲ । ନଚେତ ହୋଇଥାଏ ଘୋର ପାପ ।

ସେୟାର୍ କରନ୍ତୁ

ଶ୍ରାବଣ ମାସଟି ସମ୍ପୂର୍ଣ୍ଣ ଭାବରେ ମହାଦେବଙ୍କୁ ସମର୍ପିତ ଅଟେ । ତେଣୁ ଏହି ମାସରେ ମହାଦେବଙ୍କୁ ଭକ୍ତ ମାନେ ବହୁତ ସହଜରେ କେବଳ ଏକ ଲୋଟା ଜଳ କିମ୍ବା ଶ୍ରାବଣ ମାସ ବ୍ରତ କରି ପ୍ରସନ୍ନ କରି ପାରିବେ । ମାତ୍ର ଏହି ଶ୍ରାବଣ ମାସରେ କିଛି ଏଭଳି କାମ ରହିଛି ଏବଂ କିଛି ଏଭଳି ଭୋଜନ ରହିଛି ଯାହା ମନୁଷ୍ୟ ପାଇଁ ବର୍ଜିତ ଅଟେ । ଆଜି ଆମେ ଏହି ଲେଖାରେ ଆପଣଙ୍କୁ କହିବୁ ଯେ ଏହି ଶ୍ରାବଣ ମାସ ବ୍ରତ କରିବାର ବିଧି ଅନୁଯାୟୀ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ଏହି ଶ୍ରାବଣ ମାସରେ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ଆରାଧନା କଲେ ଅଧିକ ଲାଭ ହୋଇଥାଏ । ଏହି ମାସରେ ଲୋକେ ଶୀଘ୍ର ବିବାହ ପାଇଁ ବ୍ରତ ରଖନ୍ତି , କିମ୍ବା ସନ୍ତାନ ପ୍ରାପ୍ତି ନିମିତ୍ତ ବ୍ରତ ରଖନ୍ତି । କାରଣ ଏହି ମାସଟି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିବାର ସର୍ବଶ୍ରେଷ୍ଠ ମାସ ଅଟେ।

ଏହିମାସରେ ବ୍ୟକ୍ତି ତାମସିକ ଭୋଜନ କରିବା ଉଚିତ ନୁହେଁ । ମଦ , ମାଂସ , ପିଆଜ ଏବଂ ରସୁଣ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଏହାବ୍ୟତୀତ ମୂଳା , ମସୁର ଡାଲି ଏବଂ ବାଇଗଣ ଖାଇବା ଉଚିତ ନୁହେଁ ଏବଂ ସାତ୍ଵିକ ଭୋଜନ କରିବା ଉଚିତ । ଯଦି ଆପଣ ମାସ ସାରା ବ୍ରତ ରଖୁଛନ୍ତି ତେବେ ଆପଣ ନିଜ ଅନୁଯାୟୀ ଦିନରେ ଥରେ କିମ୍ବା ଦୁଇଥର ଭୋଜନ କରି ପାରିବେ କିନ୍ତୁ ତାମସିକ ଭୋଜନ କରିବା ଉଚିତ ନୁହେଁ । ଆପଣ ନିଜ ଶାରୀରିକ କ୍ଷମତା ଅନୁଯାୟୀ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସମାନ ସମୟରେ ହିଁ ଭୋଜନ କରନ୍ତୁ । ଦିନରେ ଆପଣ ଫଳ ଖାଇ ପାରିବେ । ମାତ୍ର ଏହି ମାସରେ କ୍ଷୀର ସେବନକୁ ତ୍ୟାଗ କରନ୍ତୁ । କାରଣ ମାସ ସାରା ମହାଦେବଙ୍କୁ କ୍ଷୀରରେ ଅଭିଷେକ କରାଯିବ ।

ଘରେ ଯେପରି କୌଣସି ପ୍ରକାରର ବାଦ ବିବାଦ , କ୍ଳେଶ କିମ୍ବା ଅଶାନ୍ତି ଦେଖା ନଦିଏ । ନିଜର କ୍ରୋଧକୁ ତ୍ୟାଗ କରନ୍ତୁ । ଯଦି ଆପଣ ନିଜର କୌଣସି ଦୁର୍ଗୁଣ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଏହି ମାସରେ ମହାଦେବଙ୍କ ଅଭିଷେକ କରି ନିଜର ଦୁର୍ଗୁଣ ଛାଡ଼ିବାକୁ ନିୟମ ନେଇ ପାରିବେ । ବ୍ରତ ରଖୁଥିଲେ କିମ୍ବା ନରଖିଲେ ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସକାଳୁ ବ୍ରହ୍ମ ମୁହୁର୍ତ୍ତରେ ଉଠି ସ୍ନାନ କରି ଘରର ସକାଳ ପୂଜା ପରେ ମହାଦେବଙ୍କ ଅରାଧାନ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ଅଭିଷେକ କରନ୍ତୁ । ମହାଦେବଙ୍କୁ ଜଳ କିମ୍ବା ପଞ୍ଚାମୃତ ତିଆରି କରି ମହାଦେବଙ୍କ ଅଭିଷେକ କରି ପାରିବେ । କିନ୍ତୁ ପଞ୍ଚାମୃତରେ ଅଭିଷେକ କରିବା ପୂର୍ବରୁ ଏବଂ ପରେ ସାଧରଣ ଜଳରେ ଅଭିଷେକ କରିବା ଉଚିତ ।

ଅଭିଷେକ ପରେ ମହାଦେବଙ୍କର ପ୍ରିୟ ଜିନିଷ ଯେପରିକି ଚାଉଳ , ବେଲପତ୍ର , ଧୁତୁରା , ଭାଙ୍ଗ ଏବଂ ଧଳା ଫୁଲ ଏବଂ ଅନ୍ୟାନ୍ୟ ଧଳା ବସ୍ତୁ ଅର୍ପଣ କରନ୍ତୁ । ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଭୁଲରେ ବି ସିନ୍ଦୁର , ହଳଦୀ , ତୁଳସୀ ଆଦୋୖ ଅର୍ପିତ କରନ୍ତୁ ନାହିଁ । ପୂଜା ସମୟରେ ଶଙ୍ଖ ଦ୍ୱାରା ଜଳ ଅର୍ପିତ କରିବା ଉଚିତ ନୁହେଁ କିମ୍ବା ଶଙ୍ଖ ବଜାଇବା ମଧ୍ୟ ଉଚିତ ନୁହେଁ । ଶ୍ରାବଣ ମାସରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ । ପୂଜା ସମୟରେ ପୁରୁଷ ମାନେ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ଏବଂ ମହିଳା ମାନେ ଧଳା ରଙ୍ଗକୁ ଛାଡ଼ି ଅନ୍ୟାନ୍ୟ ରଙ୍ଗ ବେରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଯଦି ବ୍ରତ ରଖିବା ମଝିରେ ମହିଳାଙ୍କୁ ମାସିକ ଧର୍ମ ହୁଏ ତେବେ ସବୁ ନିୟମ ଅନୁଯାୟୀ ବ୍ରତ ପାଳନ କରି ପାରିବେ ମାତ୍ର ଏହି ସମୟରେ ମହାଦେବଙ୍କ ପୂଜା କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *