Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଏହି ଚାରୋଟି ପକ୍ଷୀ ଆସି ବସିଲେ ମିଳିଥାଏ ଶୁଭ ଏବଂ ଅଶୁଭ ସଙ୍କେତ । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ସାଧରଣତଃ ପ୍ରକୃତି ମନୁଷ୍ୟ ଜୀବନ ସହିତ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଏବଂ ଅନେକ ସମୟରେ ପ୍ରକୃତି ମନୁଷ୍ୟକୁ ଅନେକ କିଛି ସଙ୍କେତ ଦେଇଥାଏ । ସେହିଭଳି ଘରକୁ କିଛି ବିଶେଷ ପ୍ରକାରର ପକ୍ଷୀ ଆସିଲେ କେଉଁ ସଙ୍କେତ ମିଳିଥାଏ ସେହି ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କ ଜୀବନର ଦୁର୍ଭାଗ୍ୟ ମଧ୍ୟ ଦୂରେଇ ଯିବ ।

୧ . ପାରା:-

ପାରା ସାଧରଣତଃ ସବୁଠି ଦେଖା ଯାଇଥାଏ । ଶାସ୍ତ୍ରରେ ପାରାକୁ ପ୍ରେମ ପ୍ରତୀକ କୁହାଯାଇଛି । କିନ୍ତୁ ଅଧିକାଂଶ ଲୋକେ ପାରାକୁ ପସନ୍ଦ ନକରିନାର କାରଣ ହେଉଛି ଅପରିଷ୍କାର । କିନ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ପାରା ଆସିଲେ ଶୁଭ ମାନା ଯାଇଛି । ପାରା ଘର ଦ୍ୱାରରେ ବସିଲେ ଧନ ପ୍ରାପ୍ତି ହୋଇଥାଏ । ମାତ୍ର ପାରା ବସା ବନାଇବା ଅଶୁଭ ହୋଇଥାଏ । ଶାସ୍ତ୍ରରେ ପାରାକୁ ଅନ୍ନ ଦେଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୨ . ମୟୁର:-

ମୟୁର ଏକ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ପକ୍ଷୀ ଅଟେ ଏବଂ ତାହା ମାତା ଲକ୍ଷ୍ମୀଙ୍କ ବାହାନ ଅଟେ । ମୟୁର ଭଗବାନ କାର୍ତ୍ତିକଙ୍କର ମଧ୍ୟ ବାହାନ ହୋଇଥାଏ ଏବଂ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ନିଜ ନିଜ ମଥାରେ ମୟୁର ପର ଖସିଥାନ୍ତି । ମୟୁର ଆସି ଘରେ ବସିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ଏବଂ ଘରର ଉନ୍ନତି ହୋଇଥାଏ । ସେହି ଘରର ଶତ୍ରୁଙ୍କ ନାଶ ହେବା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ବଢ଼ିଥାଏ । ଆପଣ କୌଣସି କାମ ପାଇଁ ବାହାରକୁ ଯିବା ସମୟରେ ମୟୁର ଦେଖିଲେ କାର୍ଯ୍ୟରେ ନିହାତି ସଫଳ ମିଳିଥାଏ । କିନ୍ତୁ ମୟୁରକୁ ମାରିବା ଦ୍ୱାରା ଘୋର ପାପ ହୋଇଥାଏ ।

୩ . ବାଇ ଚଢ଼େଇ:-

ଯଦି ଘରକୁ ବାଇ ଚଢ଼େଇ ଆସି ବସେ କିମ୍ବା ବସା ବନାଏ ତେବେ ଘରକୁ ଧନର ଆଗମନ ହୋଇଥାଏ । ବାଇ ଚଢ଼େଇ ମନୁଷ୍ୟର ମୁଣ୍ଡରେ ବିଟ କଲେ ତାହା ଶୁଭ ହୋଇଥାଏ । ଯଦି ବାଇ ଚଢ଼େଇ ଆପଣଙ୍କ ଘରକୁ ବିନା ଭୟରେ ଆସି ବସୁଛି ତେବେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ଉପସ୍ଥିତି ରହିଛି ।

୪ . ପେଚା:-

କିଛି ଲୋକ ପେଚାକୁ ଶୁଭ ମାନନ୍ତି । ଆଉ କିଛି ଲୋକ ଅଶୁଭ ମାନନ୍ତି । ପେଚା ଏକ ନିଶାଚର ପକ୍ଷୀ ଅଟେ ଯାହାକି ରାତିରେ ଜାଗ୍ରତ ରହିଥାଏ ଏବଂ ଦିନରେ ଶୋଇଥାଏ । ପେଚାର ଆଖି ଏବଂ ମୁହଁ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ପେଚା ନିଜ ବେକକୁ ଚାରି ଦିଗକୁ ବୁଲାଇ ପାରେ । ମାତ୍ର ଭୟଙ୍କର ଶବ୍ଦ କାରଣରୁ ଲୋକେ ଏହାକୁ ଅଶୁଭ ମାନିଥାନ୍ତି । ପୁରାଣରେ ବର୍ଣ୍ଣିତ କାହାଣୀ ଅନୁଯାୟୀ ମାତା ଲକ୍ଷ୍ମୀ ପ୍ରଥମ ଥର ପୃଥିବୀ ପୃଷ୍ଠକୁ ଆସି କେବଳ ପେଚାକୁ ହିଁ ଦେଖିବାକୁ ପାଇଥିଲେ । କାରଣ ସେତେବେଳେ ସାରା ପୃଥିବୀରେ ସବୁ ଜୀବଜନ୍ତୁ ନିଦ୍ରାରେ ଥିଲେ । ତେଣୁ ସେହି ଦିନଠାରୁ ପେଚା ମାତା ଲକ୍ଷ୍ମୀଙ୍କ ବାହାନ ଅଟେ ।

ପଶ୍ଚିମବଙ୍ଗ , ଓଡ଼ିଶା ଇତ୍ୟାଦି ରାଜ୍ୟରେ ମାତା ଲକ୍ଷ୍ମୀଙ୍କ ବାହାନା ଆକାରରେ ପେଚାକୁ ମଧ୍ୟ ପୂଜା କରାଯାଏ । ଏଭଳି ମାନା ଯାଏ ଯେ ଗର୍ଭବତୀ ମହିଳା ପେଚା ଦେଖିଲେ ତାହା ଶୁଭ ହୋଇଥାଏ । ଯଦି ମହିଳା ଜଣକ ତାକୁ ଛୁଇଁ ଦିଏ ତେବେ ହେବାକୁ ଥିବା ପେଚା ସୌଭାଗ୍ୟଶାଳୀ ହୋଇଥାଏ । ପେଚା ଯଦି କୌଣସି ଗମ୍ଭୀର ରୋଗୀକୁ ଛୁଇଁ ଚାଲିଯାଏ ତେବେ ତାର ରୋଗ ମଧ୍ୟ ଠିକ ହୋଇଯାଏ । କୌଣସି କାର୍ଯ୍ୟ ପାଇଁ ଯାଉଥିଲେ ପେଚା ଦେଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ କାମରେ ସଫଳତା ମିଳିଥାଏ । ସକାଳୁ ସକାଳୁ ପେଚା ଦେଖିଲେ ଏବଂ ତାର ଶବ୍ଦ ଶୁଭିଲେ ଘରକୁ ଧନର ଆଗମନ ହୋଇଥାଏ । ପେଚା ଡାହାଣ ପାର୍ଶ୍ଵକୁ ଚାହିଁ ରାବିଲେ ତାହା ଅଶୁଭ ହୋଇଥାଏ ମାତ୍ର ବାମ ପାର୍ଶ୍ୱକୁ ଚାହିଁ ରାବିଲେ ତାହା ଶୁଭ ହୋଇଥାଏ । ଯଦି କୌଣସି ଘର ଉପରେ ପେଚା ଲଗାତାର ବସି ରାବିଥାଏ ତେବେ ସେହି ଘର ବହୁତ ଜଲଦି ବର୍ବାଦ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *