Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୨୪ ଶନିବାର ଦିନ ଗୋଟିଏ ଲେମ୍ବୁ ଚୁପଚାପ ପୋତି ଦିଅନ୍ତୁ ଏହି ସ୍ଥାନରେ । ହେବ ଆକସ୍ମିକ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ଅନେକ ସମୟରେ ମନୁଷ୍ୟ ଜୀବନରେ ଏଭଳି ସମସ୍ୟା ଆସିଥାଏ ଯେ ତାହା ମନୁଷ୍ୟକୁ ବର୍ବାଦ କରି ଛାଡ଼ି ଥାଏ । ଆର୍ଥିକ ସମସ୍ୟା ସହିତ ଏକାଧିକ ସମସ୍ୟା ମନୁଷ୍ୟ ଜୀବନରେ ଆସିଥାଏ । ତେଣୁ ଏହିସବୁକୁ ଶେଷ କରିବା ପାଇଁ ଆପଣ ଲେମ୍ବର କିଛି ଖାସ ପ୍ରୟୋଗ କରି ପାରିବେ । ଯାହାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ସାଧରଣତଃ ଅନେକ ପୁରା କାଳରୁ ଲେମ୍ବୁର ପ୍ରୟୋଗ ହୋଇ ଆସୁଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଲେମ୍ବୁର କିଛି ବିଶେଷ ପ୍ରୟୋଗ ବିଷୟରେ କୁହାଯାଇଛି । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଲେମ୍ବୁର ୧୦ ଟି ଉପାୟ ବିଷୟରେ କହିବୁ ।

୧ . ନଜର ସମସ୍ୟା:-

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍ଯ୍ୟ ସ୍ଥଳ ଦୋକାନ କିମ୍ୱା ବ୍ୟବସାୟରେ କାହାରି ନଜର ଲାଗି ଯାଇଛି ତେବେ ଲେମ୍ବୁ ସହିତ ଲଙ୍କା ମୁଖ୍ୟଦ୍ୱାର କିମ୍ବା ମୁଖ୍ୟ କବାଟରେ ବାନ୍ଧି ରଖନ୍ତୁ । କୁହାଯାଏ ଯେ ଲେମ୍ବୁର ଖଟା ସ୍ୱାଦ ଏବଂ ଲଙ୍କାର ତିକ୍ତ ସ୍ୱାଦ ଖରାପ ନଜର ପକାଉଥିବା ବ୍ୟକ୍ତିର ପ୍ରଭାବକୁ ନଷ୍ଟ କରିଥାଏ । ଏହାବ୍ୟତୀତ ଶରୀରର ଏକାଧିକ ରୋଗ ମଧ୍ୟ ଲେମ୍ବୁ ଦ୍ୱାରା ଠିକ ହୋଇଯାଏ ।

୨ . ନକରାତ୍ମକତା:-

ବାସ୍ତୁ ଶାସ୍ତ୍ରରେ ଘରେ ଲେମ୍ବୁ ଗଛ ଲଗାଇବାର ଲାଭ ବିଷୟରେ କୁହାଯାଇଛି । ଘରେ ଲେମ୍ବୁ ଗଛ ଲଗାଇଲେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ଏବଂ ଏହାବ୍ୟତୀତ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ କ୍ଳେଶ ମଧ୍ୟ ସୃଷ୍ଟି ହୁଏନାହିଁ । ତେଣୁ ଘରେ ଲେମ୍ବୁ ଗଛ ଲଗାଇ ଦିଅନ୍ତୁ । ତଥାପି ଯଦି ଘରେ ନକରାତ୍ମକ ଶକ୍ତି ରହିଛି ତେବେ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଡାହାଣ ସାତ ଥର ବୁଲି ସେହି ଚାରୋଟି ଲେମ୍ବୁକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଘରର କୌଣସିବି ନକରାତ୍ମକତା ଦୂର ହୋଇଯିବ ।

୩ . ସଫଳତା:-

ଯଦି ଆପଣ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳିପାରୁ ନାହିଁ କିମ୍ବା ଚାକିରୀ ମିଳି ପାରୁନାହିଁ । ତେବେ ଏକ ବିଶେଷ ଉପାୟ ଅନୁଯାୟୀ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲେମ୍ବୁ ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲେମ୍ବୁକୁ ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ।

୪ . ଛୋଟ ପିଲା କିମ୍ବା ବୟସ୍କଙ୍କ ଉପରେ ନଜର ଦୋଷ:-

ଯଦି ଆପଣଙ୍କ ଘରେ କୌଣସି ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କ ଉପରେ ନଜର ଦୋଷ ଲାଗିଥାଏ ତେବେ ଗୋଟିଏ ଲେମ୍ବୁ ନେଇ ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ ଏକ ଧାରୁଆ ଛୁରୀ ଦ୍ୱାରା ଦୁଇ ଫାଳରେ କାଟି ଦିଅନ୍ତୁ ଏବଂ ତାହାକୁ ନେଇ ଘର ବାହାରେ କୌଣସି ସ୍ଥାନରେ ପୋତି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ।

୫ . ବ୍ୟବସାୟରେ ଉନ୍ନତି:-

ଅନେକ ସମୟରେ ଏଭଳି ହୋଇଥାଏ ଯେ କାହାରି ନଜର ଦୋଷ କାରଣରୁ ବ୍ୟବସାୟରେ କ୍ଷତି ହୋଇଥାଏ । ଏଭଳି ସମସ୍ୟା ଥିଲେ ଗୋଟିଏ ଲେମ୍ବୁ ନେଇ ତାହାକୁ ଚାରି ଭାଗ କରି କାର୍ଯ୍ୟସ୍ଥଳର ଚାରି ପାର୍ଶ୍ଵରେ ଚାରୋଟି ରଖି ଦିଅନ୍ତୁ ଏବଂ ସନ୍ଧ୍ୟା ୭ ଟା ପରେ ତାହାକୁ ଭିନ୍ନ ଭିନ୍ନ ନାଲି କପଡ଼ାରେ ବାନ୍ଧି କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ବ୍ୟବସାୟରେ ଉନ୍ନତି ପୁଣିଥରେ ଆରମ୍ଭ ହୋଇଯିବ ।

୬ . ଦୃଢ଼ ଭାଗ୍ୟ:-

ଯଦି ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ ଏବଂ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ତେବେ ଗୋଟିଏ ଲେମ୍ବୁ ଆଣି ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ୧୦୮ ଥର ‘ ଓଁ ଶ୍ରୀ ହନୁମତେ ନମଃ ‘ ମନ୍ତ୍ରର ଜପ କରି ଚାରୋଟି ଲବଙ୍ଗକୁ ସେହି ଲେମ୍ବୁରେ ପୋତି ଦିଅନ୍ତୁ । ଯେଉଁ ଦିନ ଆପଣ କୌଣସି ଇଣ୍ଟରଭିଉ ପାଇଁ ଯିବେ ସେହି ଲେମ୍ବୁକୁ ନେଇ ନିଜ ବ୍ୟାଗରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣ ସଫଳତା ପାଇବେ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଦୃଢ଼ ହେବ ।

୭ . ରୋଗ ନାଶ:-

ଯଦି ଘରେ କୌଣସି ବ୍ୟକ୍ତି ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଅଛନ୍ତି ତେବେ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ ଲେମ୍ବୁ ନେଇ ତାହାକୁ ସେହି ପୀଡ଼ିତ ବ୍ୟକ୍ତିଙ୍କ ଉପର ଦେଇ ୭ ଥର ବୁଲାନ୍ତୁ ଏବଂ ତାପରେ ଏକ ଧାରୁଆ ଛୁରୀ ନେଇ ୨୧ ଥର ବୁଲାଇ ଚାରି ଭାଗ କରି କାଟି ଦିଅନ୍ତୁ । ଏହାପରେ ରାତି ୯ ରେ କୌଣସି ଉଚ୍ଚ ସ୍ଥାନକୁ ଯାଇ ଚାରି ଦିଗରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଉପରେ ନଜର ଦୋଷ ଥିଲେ ତାହା ଦୂର ହେବ ଏବଂ ରୋଗରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଭଲ ହୋଇଯିବେ ।

୮ . ସନ୍ତାନ ପ୍ରାପ୍ତି:-

ଯଦି କୌଣସି ମହିଳାଙ୍କୁ ସନ୍ତାନ ଥିଲେ ସୁଖ ପାପ୍ତ ହେଉନାହିଁ ତେବେ ଉତ୍ତରାନକ୍ଷତ୍ରରେ ଲେମ୍ବୁ ଗଛର ଚେରକୁ ଆଣି ଶୁଦ୍ଧ ଗାଈ କ୍ଷୀରରେ ମିଶାଇ ପିଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଦ୍ୱାନ ସନ୍ତାନ ପ୍ରାପ୍ତ ହେବ । କିନ୍ତୁ ଏହା କରିବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେଇ ହିଁ କରନ୍ତୁ ।

୯ . ଅକସ୍ମାତ ଧନ ପ୍ରାପ୍ତି:-

ଆପଣ କୌଣସି ବୃତ୍ତିରେ କାମ କରୁଥାନ୍ତୁ ନା କାହିଁକି ଅକସ୍ମାତ ଧନ ପ୍ରାପ୍ତି ପାଇଁ ଏହି ଉପାୟ କରି ପାରିବେ । ୪୧ ଟି ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଗୋଟିଏ ଲେଖାଏଁ ଲେମ୍ବୁ ନେଇ ଭିନ୍ନ ଭିନ୍ନ ୪୧ ଟି ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କୁ ନିଶ୍ଚୟ ଅକସ୍ମାତ ଅନେକ ଧନ ପାପ୍ତ ହେବ ।

୧୦ . ଦୁର୍ଭାଗ୍ୟକୁ ଦୂର:-

ଯଦି ଆପଣ କୌଣସି କାର୍ଯ୍ୟ ନିମନ୍ତେ ବାହନ ଯୋଗେ ବାହାରକୁ ଯାଉଛନ୍ତି ତେବେ ଏକ ଲେମ୍ବୁକୁ ଗାଡ଼ି ତଳେ ରଖି ଚପେଇ ଦିଅନ୍ତୁ ଏବଂ ତାପରେ ବାହାରକୁ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟରେ ଥିବା କୌଣସିବି ସମସ୍ୟା ଟଳି ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *