Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ କୌଣସିବି ସମସ୍ୟା ଥିଲେ କେବଳ ଜପ କରନ୍ତୁ ଏହି ଦୁଇ ପଦ । ଶ୍ରୀହନୁମାନ ହେବେ ପ୍ରସନ୍ନ ଏବଂ ୨୪ ଘଣ୍ଟା ମଧ୍ୟରେ ହେବ ଚମତ୍କାର ।

ସେୟାର୍ କରନ୍ତୁ

ଏହି କଳିଯୁଗରେ ମଧ୍ୟ ଶ୍ରୀହନୁମାନ ସାକ୍ଷାତ ଉପସ୍ଥିତ ଅଛନ୍ତି ଏବଂ ନିଜ ଭକ୍ତଙ୍କର ରକ୍ଷା କରୁଛନ୍ତି । ରାମାୟଣ କାଳରୁ ହିଁ ଭଗାବନ ରାମ ଏବଂ ମାତା ସୀତା ଶ୍ରୀହନୁମାନଙ୍କୁ ଚିରଞ୍ଜିବି ଆଶୀର୍ବାଦ ଦେଇ କହିଥିଲେ ଯେ ଶ୍ରୀହନୁମାନ ସବୁ ଯୁଗରେ ହିଁ ଧରାପୃଷ୍ଠରେ ରହି ଭକ୍ତଙ୍କର ରକ୍ଷା କରିବେ ।

ଶ୍ରୀହନୁମାନ ଏପରି ଜଣେ ଦେବତା ଯିଏକି ନିଜ ଭକ୍ତଙ୍କର ପ୍ରାର୍ଥନା ଦ୍ୱାରା ବହୁତ ଜଲଦି ପ୍ରସନ୍ନ ହେବା ସହିତ ଆଶୀର୍ବାଦ ଦିଅନ୍ତି । ସେଥିପାଇଁ ତ କୁହାଯାଏ ଯେ ଶ୍ରୀହନୁମାନ ମହାଦେବଙ୍କ ଅବତାର ଅଟନ୍ତି । ସ୍ବୟଂ ଭଗବାନ ରାମଚନ୍ଦ୍ର ରାବଣଙ୍କୁ ମାରିବା ପୂର୍ବରୁ ମହାଦେବଙ୍କୁ ପ୍ରାର୍ଥନା କରି ପ୍ରସନ୍ନ କରିଥିଲେ । ଯେଉଁ କାରଣରୁ ହିଁ ଏସବୁ ସମ୍ଭବ ହୋଇ ପାରିଥିଲା ।

ମଙ୍ଗଳବାର ଦିନଟି ଶ୍ରୀହନୁମାନଙ୍କୁ ସମର୍ପିତ ଅଟେ । ଏହିଦିନ କିଛି ବିଶେଷ ପୂଜା ପ୍ରୟୋଗ ଦ୍ୱାରା ଶ୍ରୀହନୁମାନ ନିଶ୍ଚୟ ପ୍ରସନ୍ନ ହୋଇ ଆଶୀର୍ବାଦ ଦିଅନ୍ତି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଦୁଇଟି ପଦ ବିଷୟରେ କହିବୁ ଯାହାକୁ ଯଦି ଆପଣ ମଙ୍ଗଳବାର ଦିନ କିମ୍ବା କୌଣସି ଦିନ ଜପ କରନ୍ତି ।

ତେବେ ଶ୍ରୀହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ , ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ସବୁପ୍ରକାରର ରୋଗ ମଧ୍ୟ ଦୂର ହୋଇଯିବ । ପ୍ରଥମ ପଦ ଏହା ଯେ ” ନାଶେ ରୋଗ ହରେ ସବ ପିରା , ଜପତ ନିରନ୍ତର ହନୁମତ ବୀରା ” । ଅର୍ଥାତ ଯଦି ଆପଣ ଏହି ପଦକୁ ୧୦୮ ଥର ଜପ କରନ୍ତି ତେବେ ଆପଣଙ୍କର କୌଣସି ପ୍ରକାରର ରୋଗ ଦୂର ହୋଇଯିବ ।

ଦ୍ୱିତୀୟ ପଦ ଏହା ଯେ ” ଜୟ ଜୟ ଜୟ ହନୁମାନ ଗୋସାଇଁ , କୃପା କରତୁ ଗୁରୁଦେବ କି ନାଈ , ଜୋ ସତ ବାର ପାଠ କର କୋଈ , ଛୁଟହି ବନ୍ଦୀ ମହାସୁଖ ହୋଈ ” । ଏହାର ଅର୍ଥ ଏହି ପଦକୁ ଯଦି ଆପଣ ବାରମ୍ବାର କିମ୍ବା ୧୦୮ ଥର ଜପ କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ମୋକ୍ଷ ପ୍ରାପ୍ତି ହେବ ।

ଏସବୁ ବ୍ୟତୀତ ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଶ୍ରୀହନୁମାନ ମନ୍ତ୍ର ବିଷୟରେ କହିବୁ ଯାହାକୁ ଯଦି ଆପଣ ଜପ କରନ୍ତି ତେବେ ଆପଣଙ୍କ ଜୀବନରେ କୌଣସି ସମସ୍ୟା ରହିବ ନାହିଁ । ଏମିତିରେ ଶ୍ରୀହନୁମାନଙ୍କ ଆରାଧନା ପାଇଁ ମଙ୍ଗଳବାର ଏବଂ ଶନିବାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ତେଣୁ ଏହିଦିନ ଆପଣ ଏହି ଗୋଟିଏ ମନ୍ତ୍ରକୁ ବାରମ୍ବାର ଜପ କରି ନିଜ ଜୀବନର କୌଣସିବି ସମସ୍ୟାକୁ ଏଡ଼ାଇ ଦେଇ ପାରିବେ ।

ଶ୍ରୀହନୁମାନ ଜଣେ ଏପରି ଦେବତା ଯିଏକି ସାମାନ୍ୟ ପ୍ରାର୍ଥନା ଦ୍ୱାରା ମଧ୍ୟ ସନ୍ତୁଷ୍ଟ ହୋଇ ଯାଆନ୍ତି । ମାତ୍ର ସେଥିରେ ନିଷ୍ଠା ଏବଂ ସମର୍ପଣ ରହିବା ଉଚିତ । ଅର୍ଥାତ ଯଦି ଆପଣ ଶ୍ରୀହନୁମାନଙ୍କୁ ପ୍ରାର୍ଥନା କରୁଛନ୍ତି ତେବେ ଭକ୍ତି ଭାବ ସହିତ ଏବଂ ନିଷ୍ଠାର ସହିତ ଏକ ଛୋଟ ମନ୍ତ୍ରକୁ ଜପ କରି ଦିଅନ୍ତୁ । ତେବେ ସେହି ମନ୍ତ୍ରଟି ହେଉଛି ଏଭଳି ” ଓଁ ଏଂ ଶ୍ରୀଙ୍ଗ ହନୁମତେ , ଶ୍ରୀରାମ ଦୂତାୟ ନମଃ ” ।

ଏହି ମନ୍ତ୍ରକୁ ଆପଣ ଚାହିଁଲେ ମଙ୍ଗଳବାର ଏବଂ ଶନିବାର ଶ୍ରୀହନୁମାନ ମନ୍ଦିରକୁ ଯାଇ ଜପ କରି ପାରିବେ । ଏହାପରେ ଶ୍ରୀହନୁମାନ ଚାଳିଶା ପାଠ କରି ପାରିବେ । ମାତ୍ର ଯଦି ତାହା ସମ୍ଭବ ନୁହେଁ ତେବେ ରାତିରେ ବିଛଣାକୁ ଶୋଇବାକୁ ଗଲେ ସେହିଠାରେ ବସି ଏହି ମନ୍ତ୍ରକୁ ୧୦୮ ଥର ଜପ କରି ଦିଅନ୍ତୁ । କେବଳ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *