Excuse Me Odisha

ଯାହା କହିବୁ ସତ କହିବୁ

ଉପଯୁକ୍ତ ବିଧି ପୂର୍ବକ ଘରର ମୁଖ୍ୟ ଦ୍ୱାରରେ ସିଞ୍ଚି ଦିଅନ୍ତୁ ଜଳ । ମାତା ଲକ୍ଷ୍ମୀ ଏବଂ ପିତୃ ଦେବ ହେବେ ପ୍ରସନ୍ନ ଏବଂ ରହିବନି କୌଣସି ଜିନିଷର ଅଭାବ ।

ସେୟାର୍ କରନ୍ତୁ

ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚିବାର ଉଚିତ ବିଧି ଅନୁଯାୟୀ ପୂର୍ବ ଦିନ ରାତିରେ କୌଣସିବି ପାତ୍ର କିମ୍ବା ତମ୍ବା ଲୋଟାରେ ଅଳ୍ପ ଗଙ୍ଗା ଜଳ ସହିତ ସାଧାରଣ ଜଳ କିମ୍ବା କେବଳ ସଧାରଣ ଜଳ ରଖି , ଆଗାମୀ ଦିନ ସେହି ଜଳକୁ ଘରର ମୁଖ୍ୟ ଦ୍ୱାରରେ ସିଞ୍ଚି ଦିଅନ୍ତୁ । ଏଥିପାଇଁ ସ୍ନାନ କରିବା ମଧ୍ୟ ଅତି ଜରୁରୀ ନୁହେଁ । ମୁଖ୍ୟଦ୍ୱାରରେ ପ୍ରତ୍ୟେକ ଦିନ ଜଳ ସିଞ୍ଚିବା ଦ୍ୱାରା ଏହି ଘରର ଆଖପାଖ ଏବଂ ଘର ଭିତରର ନକରାତ୍ମକତା ଦୂର ହୋଇଯାଏ । ଜୀବନରେ କୌଣସି ପ୍ରକାରର ସମସ୍ୟାରେ ପୀଡ଼ିତ ହେଉଥିଲେ କିମ୍ବା କୌଣସି ବ୍ୟବସାୟ ଜନିତ ଏବଂ ଆର୍ଥିକ ସମସ୍ୟାକୁ ସାମ୍ନା କରୁଥିଲେ ଏହି ଉପାୟ ସେହି ସମସ୍ୟାକୁ ଦୂର କରି ପାରିବ ।

ସକାଳୁ ଉଠି ସର୍ବପ୍ରଥମେ ବିନା ସ୍ନାନରେ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚି ପରେ ଝାଡୁ ପୋଛା ମାରିପାରିବେ । ମାତ୍ର ଜଳ ସିଞ୍ଚିବା ସମୟରେ ମାତା ଲକ୍ଷ୍ମୀଙ୍କୁ ନିଶ୍ଚୟ ପ୍ରାର୍ଥନା କରନ୍ତୁ ଏବଂ ତାସହିତ ପିତୃ ପୁରୁଷଙ୍କୁ ମଧ୍ୟ ସ୍ମରଣ କରିବା ଭଲ ହୋଇଥାଏ । କାରଣ ସକାଳ ସମୟରେ ମାତା ଲକ୍ଷ୍ମୀ ଏବଂ ପିତୃ ପୁରୁଷଙ୍କ ଉପସ୍ଥିତି ଘରର ମୁଖ୍ୟଦ୍ୱାରରେ ରହିଥାଏ । ମାତ୍ର ବିଛଣା ଛାଡ଼ିବା ପୂର୍ବରୁ ଏକ ଛୋଟ କାମ କରିବା ଦ୍ୱାରା ପୁରା ଦିନଟି ସକାରାତ୍ମକ ଯାଇଥାଏ । ପ୍ରଥମେ ବିଛଣାରେ ବସି ହାତ ଯୋଡ଼ି ପଞ୍ଚ ଦେବତା ଯଥା ମାତା ଦୁର୍ଗା , ଭଗବାନ ବିଷ୍ଣୁ , ଭଗବାନ ଶିବ , ଭଗବାନ ଗଣେଶ ଏବଂ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରନ୍ତୁ ।

ପରେ ଇଷ୍ଟ ଦେବଙ୍କୁ ଏବଂ ଭୂମି ମାତାଙ୍କୁ ଆରାଧନା କରି ଡାହାଣ ଗୋଡ଼ ପ୍ରଥମେ ଭୂମିରେ ରଖି ଓହ୍ଲାନ୍ତୁ । ଯଦି ଆପଣ ଗୋଟିଏ ରୁମ ଥିବା ଘରେ ରହୁଛନ୍ତି ତେବେ ତାହାର ମୁଖ୍ୟ କବାଟ ଯେଉଁଠି ରହିଥିବା ସେଠାରେ ଆପଣ ଏହି ଉପାୟ କରି ପାରିବେ । ସେହି ଦ୍ୱାରରେ ଆପଣ ଦୀପ ଦାନ ମଧ୍ୟ କରି ପାରିବେ । ମାତ୍ର ଋତୁସ୍ରାବ ସମସ୍ୟା ଥିଲେ ଦୀପ ଦାନ ବର୍ଜିତ ଅଟେ କିନ୍ତୁ ଜଳ ନିଶ୍ଚୟ ସିଞ୍ଚି ପାରିବେ । ଘରର ପୂଜଘରେ ଏକ ଲୋଟା ଜଳ ଭରି ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । କାରଣ ସେଥିରେ ସବୁ ଶକ୍ତି ନିହିତ ଥାଏ ଏବଂ ତାହା ଆପଣଙ୍କ ପ୍ରାର୍ଥନାକୁ ସହଜରେ ଏବଂ ବହୁତ ଜଲଦି ଭଗବାନଙ୍କ ନିକଟରେ ପହଞ୍ଚାଇ ଦେଇଥାଏ ।

ତେଣୁ ପୂଜା କରିବା ପୂର୍ବରୁ ଘରର ମନ୍ଦିରରେ ଏକ ଲୋଟା ଜଳ ରଖନ୍ତୁ ଏବଂ ତାପରେ ଦୀପ ଦାନ କରି ଦିଅନ୍ତୁ । ସେହି ଜଳକୁ ଆଗାମୀ ଦିନ ପୂଜା ଘରକୁ ଯାଇ ଆଣିବା ସହିତ ବିଧି ପୂର୍ବକ ସବୁ ରୁମରେ ସିଞ୍ଚନ କରିବା ଦ୍ୱାରା ସବୁ ଘରର ବାତାବରଣ ପବିତ୍ର ହୋଇଥାଏ କାରଣ ସେହି ଜଳ ସକାରାତ୍ମକ ଶକ୍ତିରେ ଭରି ରହିଥାଏ । ଏହାଦ୍ବାରା ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ । ଘରେ କେହି ରୋଗାକ୍ରାନ୍ତ ବ୍ୟକ୍ତି ଥଲେ ତାଙ୍କୁ ଏହି ଜଳ ପିଇବାକୁ ଦିଅନ୍ତୁ । ଏହାଦ୍ବାରା ଅନେକ ବଡ଼ ବଡ଼ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାକୁ ଘରର ସବୁ ସଦସ୍ୟ ପିଇଲେ ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ସକାରାତ୍ମକ ହୋଇଯାଏ ଏବଂ କଳହ କ୍ଳେଶ ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *