Excuse Me Odisha

ଯାହା କହିବୁ ସତ କହିବୁ

ଯଦି ମହିଳାଙ୍କର ଦାନ୍ତ ମଝିରେ ଫାଙ୍କ ଥାଏ ତେବେ ତାହାର ଅର୍ଥ କଣ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ପ୍ରାଚୀନ ସାମୁଦ୍ରିକ ଶାସ୍ତ୍ର ଅତ୍ୟନ୍ତ କଠିନ ହୋଇଥାଏ ଯାହାକୁ ଆଜି ସୁଦ୍ଧା ବି କେହି ଭଲ ଭାବରେ ବୁଝି ପାରି ନାହାଁନ୍ତି । ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟର ଜନ୍ମ ଠାରୁ ଶରୀରର ଗଠନ ଏବଂ ଏହାର ବିଭିନ୍ନ ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରାଯାଇଛି । ସମୟ ଅନୁଯାୟୀ କିଭଳି ଶରୀରରେ ଅନେକ ପରିବର୍ତ୍ତନ ନଜର ଆସିଥାଏ ଏବଂ କଣ ଲକ୍ଷଣ ଦେଖା ଯାଇଥାଏ ତାହା ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି । ମଣିଷ ଶରୀରର ଭିନ୍ନ ଭିନ୍ନ ଗଠନ ଶୈଳୀ ସେହି ମନୁଷ୍ୟର ବ୍ୟକ୍ତିତ୍ୱ ସ୍ଵଭାବ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ । ଆଜି ଆମେ ଆପଣଙ୍କୁ ମହିଳା ଏବଂ ପୁରୁଷଙ୍କ ଶରୀରର ଗଠନ ଦ୍ୱାରା ଜଡ଼ିତ ସଙ୍କେତ ଏବଂ ଭବିଷ୍ୟତ କିଭଳି ରହିବ ସେହି ବିଷୟରେ କହିବୁ ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଛାତିର ମଝି ଭାବରେ କଳାଜାଇ ଥିଲେ ଏବଂ ତାହା ଅତ୍ୟନ୍ତ ସ୍ପଷ୍ଟ ଦେଖା ଯାଉଥିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି ବ୍ୟକ୍ତି ପରିବାରରେ ଏବଂ ସମାଜରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରନ୍ତି । ନିଜର ପରିଶ୍ରମ ଦ୍ୱାରା ଏମାନେ ବ୍ୟବସାୟ କିମ୍ବା ଅନ୍ୟ କାମରେ ସଫଳତା ପ୍ରାପ୍ତ କରନ୍ତି । ଏମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିଥାଏ ।

ଯେଉଁ ସ୍ତ୍ରୀ ଲୋକଙ୍କ ଛାତିର ମଧ୍ୟ ଭାଗରେ କଳାଜାଇ ରହିଥାଏ ସେମାନଙ୍କୁ ସଜବାଜ ହେବା ଅତ୍ୟନ୍ତ ପସନ୍ଦ ଥାଏ ଏବଂ ସେମାନଙ୍କ ମଧ୍ୟରେ କୌଣସିନା କୌଣସି ପ୍ରତିଭା ନିଶ୍ଚୟ ରହିଥାଏ । ବିବାହ ପରେ ଏମାନଙ୍କୁ ସଫଳତା ମିଳିଥାଏ ଏବଂ ସେମାନଙ୍କ ଜୀବନସାଥୀ ସବୁ କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରନ୍ତି ।

ନାକରେ କଳାଜାଇ ଥିବା ଲୋକ ହସ ମଜା କରିବାକୁ ଭଲ ପାଆନ୍ତି କିନ୍ତୁ ଏମାନଙ୍କୁ କ୍ରୋଧ ଅଧିକ ଆସିଥାଏ ଏବଂ ଏମାନେ କାହା ପ୍ରତି ନିଜ ମନରେ ଦ୍ଵେଷ ଭାବ ରଖନ୍ତି ନାହିଁ । ଏମାନେ ସ୍ୱାଭିମାନି ହୋଇଥାନ୍ତି ଏବଂ ନିଜ କାମ ଉପରେ ଭରସା ରଖନ୍ତି । ଏମାନଙ୍କୁ ୩୦ ବର୍ଷ ପରେ ସଫଳତା ମିଳିଥାଏ । ଏଭଳି ମହିଳା ଖୁବ ଭଲ ସ୍ୱଭାବର ହୋଇଥାନ୍ତି ଏବଂ ପରିବାରରେ ସମ୍ମାନ ମିଳିଥାଏ ।

ଏମାନଙ୍କ ବାଣୀ ଅତ୍ୟନ୍ତ ମଧୁର ହୋଇଥାଏ ଯେଉଁ କାରଣରୁ ଏମାନଙ୍କ ପ୍ରତି କେହିବି ଆକର୍ଷିତ ହୋଇ ଯାଆନ୍ତି । ଯେଉଁ ବ୍ୟକ୍ତି ମାନେ ହାତ ମୁଠା ବନ୍ଦ କଲେ କଳାଜାଇ ମଧ୍ୟ ପାପୁଲିରେ ବନ୍ଦ ହୋଇଯାଏ ସେମାନେ ଛୋଟ ବୟସରୁ ହିଁ ନିଜ ପ୍ରତିଭା ଦ୍ୱାରା ସଫଳ ହୋଇଥାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ କରିଥାନ୍ତି ।

ଏହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଖୁବ କମ ଖର୍ଚ୍ଚ କରିଥାନ୍ତି । ଏମାନେ ନିଜ ସ୍ୱାମୀ ପ୍ରତି ଅତ୍ୟନ୍ତ ସଚୋଟ ହୋଇଥାନ୍ତି ଏବଂ ନିଜର ପ୍ରତିଭା ଦ୍ୱାରା ଅନେକ ଧନ ଅର୍ଜନ କରିଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଦାନ୍ତ ମଝିରେ ଫାଙ୍କା ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଭଳି ମହିଳା ଜୀବନରେ ଅନେକ ସଫଳତା ହାସଲ କରଥାନ୍ତି ।

ଏମାନଙ୍କ ପାଖରେ ଧନ ସମ୍ପତ୍ତିର କୌଣସି ଅଭାବ ରହେନାହିଁ । ମାତ୍ର ଯଦି ସବୁ ଦାନ୍ତ ମଧ୍ୟରେ ଫାଙ୍କା ଥାଏ ତେବେ ତାହା ଅଶୁଭ ହୋଇଥାଏ । ଆଗ ଦୁଇ ଦାନ୍ତ ମଧ୍ୟରେ ଫାଙ୍କା ଥିବା ମହିଳା ବହୁତ ଜଲଦି ଅନ୍ୟର ଭରସା ଭାଙ୍ଗି ଦିଅନ୍ତି । ହାତ ପାପୁଲିରେ ସ ଚିହ୍ନ ଥିଲେ ବ୍ୟକ୍ତି ଲିଡର ହେବାର କ୍ଷମତା ରଖିଥାଏ । ଏମାନେ ନିଜ ଜୀବନରେ ଅତ୍ୟନ୍ତ ମାନ ସମ୍ମାନ ଏବଂ କୀର୍ତ୍ତି ହାସଲ କରିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *