Excuse Me Odisha

ଯାହା କହିବୁ ସତ କହିବୁ

ଖୁସି ଖବର : ଆପଣଙ୍କ ନାମର ପ୍ରଥମ ଅକ୍ଷର S, R, B, M ରୁ ଆରମ୍ଭ ହେଉଛି କି ?

ସେୟାର୍ କରନ୍ତୁ

ପ୍ରତ୍ୟେକ ମନୁଷ୍ୟର ଜନ୍ମ ଅନୁଯାୟୀ ତାର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। ଏହାସହିତ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାବ, ଚରିତ୍ର ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ନିଜ ଭବିଷ୍ୟତ ବିଷୟରେ ଜାଣି ପାରିବେ। ତେବେ ଆଜି ଆମେ S, R, B, M ଅକ୍ଷର ନାମ ବିଶିଷ୍ଟ ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

S ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ଅତ୍ୟନ୍ତ ଲାଜକୁଳା ସ୍ୱଭାବର ହୋଇଥାନ୍ତି, ତେଣୁ ଏମାନେ ନିଜର ଭଲପାଇବାକୁ ପ୍ରକାଶ କରି ପାରନ୍ତି ନାହିଁ। ଏମାନେ ନିଜ ଜୀବନକୁ ଉତ୍ତମ ରୂପରେ ଉପଭୋଗ କରି ଥାଆନ୍ତି।ଏମାନଙ୍କ ଜୀବନରେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ।

R ନାମ ଥିବା ଲୋକମାନେ :-

ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର R ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଯତ୍ନଶୀଳ ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ କାର୍ଯ୍ୟ ପ୍ରତି ସର୍ବଦା ନିଷ୍ଠାପର ହୋଇଥାନ୍ତି। ଅଧିକ ଭୋଜନ କରିବାକୁ ଏମାନେ ବହୁତ ଭଲ ପାଇଥାନ୍ତି। ଏମାନେ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ। ପରିବାର ଲୋକଙ୍କ ପାଇଁ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

B ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ, ସେମାନେ ଦେଖିବାକୁ ବହୁତ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏମାନେ ନିଜର ଭାବନା କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ। ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି।ଏମାନଙ୍କ ପାଇଁ ଶୁଭ ଖବର ଏହିକି ଯେ ଏମାନେ ନିଜ ଜୀବନରେ ସବୁକିଛି ହାସଲ କରିବେ।

M ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ତୀକ୍ଷ୍ଣ ବୁଦ୍ଧିରେ ପରିପକ୍ଵ ଥାଆନ୍ତି। ଏମାନେ ସର୍ବଦା ଶିକ୍ଷା କ୍ଷେତ୍ର ପ୍ରତି ଆଗ୍ରହୀ ରହିଥାନ୍ତି। କିନ୍ତୁ ଏମାନଙ୍କ ମନ ସର୍ବଦା ବିଚଳିତ ହୋଇଥାଏ। ଏମାନଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଏହାସହିତ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *