Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ବାସ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ । ପୁରା ଦିନ କଟିବ ଭଲରେ ଏବଂ ଭଗବାନ ଶିବ ମଧ୍ୟ ହେବେ ପ୍ରସନ୍ନ । 

ସେୟାର୍ କରନ୍ତୁ

ଅନେକ ସମୟରେ ମନୁଷ୍ୟ ଜୀବନରେ ହଠାତ କିଛି ସମସ୍ୟା ଦେଖା ଦେଇଥାଏ , ଯେଉଁ କାରଣରୁ ମନୁଷ୍ୟ ନିଜ ଘରେ ମଧ୍ୟ ଅଶାନ୍ତିରେ ରହିଥାଏ ଏବଂ ଅଣନିଶ୍ୱାସୀ ହୋଇଯାଏ । ହଠାତ କିଛି କାମ ବିଗିଡ଼ିବାରେ ଆରମ୍ଭ କରିଥାଏ । ସାଧରଣତଃ ଏଭଳି ହେବାର କାରଣ ମଧ୍ୟ ଅନେକ ରହିଛି । ତେବେ ସକାଳୁ ଉଠିବା ମାତ୍ରେ ଯଦି ଆପଣ ଦୁଇଟି ଶବ୍ଦ କହି ଦିଅନ୍ତି ତେବେ ଆପଣଙ୍କର ବିନା ବ୍ରତ ଉପାସନାରେ ମଧ୍ୟ ସବୁ ମନସ୍କାମନା ପୂରଣ ହେବା ସହିତ ଜୀବନର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଭଗବାନ ଶିବ ନିଜ ଭକ୍ତର ସାମାନ୍ୟ ପୂଜା ଅର୍ଚ୍ଚନା ଦ୍ୱାରା ମଧ୍ୟ ପ୍ରସନ୍ନ ହୋଇ ଯାଆନ୍ତି ।

ତେଣୁ ଆଜି ଆମେ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ କେଉଁ ଦୁଇଟି ଶବ୍ଦ କହିବା ଉଚିତ ସେହି ବିଷୟରେ କହିବୁ । ଭଗବାନ ଶିବଙ୍କୁ ପୂଜା କରିବା ସହିତ ମାତା ପାର୍ବତୀଙ୍କୁ ମଧ୍ୟ ପୂଜା କରିବା ଉଚିତ । କାରଣ ମାତା ପାର୍ବତୀ ମହାଦେବଙ୍କ ଅର୍ଦ୍ଧାଙ୍ଗିନୀ ଅଟନ୍ତି । ଯଦି ଆପଣ ବିଦ୍ୟାର୍ଥୀ କିମ୍ବା ଘରର କୌଣସିବି ବ୍ୟକ୍ତି ଏହି ଉପାୟ କରି ପାରିବେ ଯାହାଦ୍ୱାରା ମାନସିକ ବିକାଶରେ ସାହାଯ୍ୟ କରିବ ଏବଂ ଜୀବନର ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ । ତେବେ କେବଳ ଏହି ଉପାୟ ପାଇଁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଏହାପରେ କେବଳ ଦୁଇଟି ଶବ୍ଦ କହିବାର ଅଛି ।

ତେବେ କହିରଖିବୁ କି ଯଦି ଏହି ଶବ୍ଦକୁ ଘରର ମହିଳା କିମ୍ବା ନବବିବାହିତା କହନ୍ତି ତେବେ ଘରେ ଉତ୍ତମ ସନ୍ତାନ ଜନ୍ମ ହେବ । ଏହାଦ୍ବାରା ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ । ଏହିଭଳି ବୟସ୍କ ଲୋକ ମାନେ ନିଜର ଆୟୁଷ ବୃଦ୍ଧି କରିବା ପାଇଁ , ବ୍ୟାବସାୟୀ ଲୋକ ନିଜର ବ୍ୟବସାୟ ବୃଦ୍ଧି ପାଇଁ କିମ୍ବା କୌଣସିବି ବ୍ୟକ୍ତି ନିଜର ଉତ୍ତମ ଜୀବନ ପାଇଁ ଏହି ଉପାୟକୁ କରି ପାରିବେ । ଏହାବ୍ୟତୀତ କେହି ନିଜର ଇଚ୍ଛା ପୂର୍ତ୍ତି ପାଇଁ ଏହି ଉପାୟ କରି ପାରିବେ । ଏହାଦ୍ବାରା ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ସକାଳୁ ଉଠି କେବଳ ଦେବତାନଙ୍କର ଧ୍ୟାନ କରିବା ଉଚିତ ।

ନିଜ ଦିନର ପ୍ରାରମ୍ଭ ଦେବତା ମାନଙ୍କ ପୂଜା ପାଠରୁ ହିଁ ଆରମ୍ଭ କରିବା ଉଚିତ । ସକାଳୁ ଉଠି ନିଜର ଦୁଇ ହାତକୁ ଯୋଡ଼ି ” ଓଁ ଜୁଙ୍ଗ ସ୍ୱାହା ” ଏହି ମନ୍ତ୍ରର ଜପ କରନ୍ତୁ । ଏହା ମହା ମୃତ୍ୟଞ୍ଜୟ ମନ୍ତ୍ର ଅଟେ । ଏହାବ୍ୟତୀତ ନିଜର ଦୁଇ ହାତ ଯୋଡ଼ି ଅନ୍ୟ ଏକ ମନ୍ତ୍ର ଅର୍ଥାତ ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳେତୁ ଗୋବିନ୍ଦ , ପ୍ରଭାତେ କରଦର୍ଶନମ । ” ଏହାର ଅର୍ଥ କରର ଅଗ୍ରରେ ମାତା ଲକ୍ଷ୍ମୀ , ମଧ୍ୟରେ ମାତା ସରସ୍ୱତୀ ଏବଂ ମୂଳରେ ବିଷ୍ଣୁ ବିରାଜିତ ଅଛନ୍ତି । ତେଣୁ କରର ଦର୍ଶନ କରି ଦିନର ପ୍ରାରମ୍ଭ କରିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *