Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ଘରର ମୁଖ୍ୟ ଦ୍ୱାରରେ ଜଳ ସିଞ୍ଚିବାର ଉଚିତ ବିଧି । ଘରେ କେବେ ହେବନି କୌଣସି ଜିନିଷର ଅଭାବ ।

ସେୟାର୍ କରନ୍ତୁ

ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚିବାର ଅତି ସହଜ ଉପାୟ ରହିଛି । ସେହି ଉପାୟ ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ଅଳ୍ପ ଗଙ୍ଗା ଜଳ ଏବଂ ବାକି ଶୁଦ୍ଧ ଜଳ ଭରି ରୋଷେଇ ଘରେ ରଖି ଦିଅନ୍ତୁ । କିମ୍ବା ଆପଣ କେବଳ ଶୁଦ୍ଧ ଜଳ ଦ୍ୱାରା ଏହି ଉପାୟ କରି ପାରିବେ । ସକାଳୁ ଉଠି ସେହି ପାଣିକୁ ଘରର ମୁଖ୍ୟ ଦ୍ୱାରରେ ସିଞ୍ଚି ଦିଅନ୍ତୁ ।

ଏଥିପାଇଁ ଆପଣଙ୍କୁ ସ୍ନାନ କରିବାର କୌଣସି ଆବଶ୍ୟକତା ନାହିଁ । କହି ରଖିବୁ ଯେ ସକାଳୁ ଘରର ମୁଖ୍ୟଦ୍ୱାରରେ ଏହି ଜଳ ସିଞ୍ଚିବା ଦ୍ୱାରା ଘରୁ ଏବଂ ଆପଣଙ୍କ ଜୀବନରୁ ସମସ୍ତ ନକରାତ୍ମକତା ମଧ୍ୟ ଦୂର ହୋଇଯିବ । ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ଯେପରିକି ବ୍ୟବସାୟ ଜନିତ କିମ୍ବା ଆର୍ଥିକ ସମସ୍ୟା ରହିଛି ତାହା ମଧ୍ୟ ଦୂର ହୋଇଯିବ ।

କହିରଖିବୁ ଯେ ସକାଳୁ ଉଠି ସର୍ବପ୍ରଥମେ ବିନା ସ୍ନାନରେ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚି ଦେବା ଉଚିତ ଏବଂ ତାପରେ ହିଁ ଝାଡୁ କିମ୍ବା ପୋଛା ମାରିବା ଉଚିତ । ଏହାବ୍ୟତୀତ ଜଳ ସିଞ୍ଚିବା ସମୟରେ ମାତା ଲକ୍ଷ୍ମୀଙ୍କୁ ନିଶ୍ଚୟ ପ୍ରାର୍ଥନା କରନ୍ତୁ ଏବଂ ନିଜର ପିତୃ ପୁରୁଷଙ୍କୁ ମଧ୍ୟ ପ୍ରାର୍ଥନା କରନ୍ତୁ ।

କାରଣ ଘରର ମୁଖ୍ୟଦ୍ୱାରରେ ପିତୃ ପୁରୁଷଙ୍କ ବାସ ହୋଇଥାଏ ଏବଂ ସକାଳ ସମୟରେ ମାତା ଲକ୍ଷ୍ମୀ ମଧ୍ୟ ଘର ଘର ଭ୍ରମଣ କରନ୍ତି । ସକାଳୁ ଉଠି ଏହି ଉପାୟ କରିବା ପୂର୍ବରୁ , ପ୍ରଥମେ ବିଛଣାରେ ବସି ହାତ ଯୋଡ଼ି ପଞ୍ଚ ଦେବତା ଯଥା ମାତା ଦୁର୍ଗା , ଭଗବାନ ବିଷ୍ଣୁ , ଭଗବାନ ଶିବ , ଭଗବାନ ଗଣେଶ ଏବଂ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରନ୍ତୁ । ଏହାପରେ ଇଷ୍ଟ ଦେବଙ୍କୁ ଏବଂ ଭୂମି ମାତାଙ୍କୁ ଆରାଧନା କରି ଡାହାଣ ଗୋଡ଼ ପ୍ରଥମେ ଭୂମିରେ ରଖି ଓହ୍ଲାନ୍ତୁ ।

ଏହାପରେ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚି ଅନ୍ୟାନ୍ୟ କାର୍ଯ୍ୟ କରନ୍ତୁ । ଯଦି ଆପଣ କୌଣସି ସିଙ୍ଗଲ ରୁମରେ ରହୁଛନ୍ତି ତେବେ ତାହାର ମୁଖ୍ୟଦ୍ୱାରରେ ଆପଣ ଏହି ଉପାୟ କରି ପାରିବେ । ଏହାବ୍ୟତୀତ ଦୀପ ଦାନ ମଧ୍ୟ ସେହି ସ୍ଥାନରେ କରି ପାରିବେ । ଯଦି ଆପଣଙ୍କର ଋତୁସ୍ରାବ ଅଛି ତେବେ ଆପଣ ଦୀପ ଦାନ କରି ପାରିବେ ନାହିଁ କିନ୍ତୁ ଆପଣ ଜଳ ସିଞ୍ଚନ କରି ପାରିବେ । ମନ୍ଦିରରେ ଜଳ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଜଳ ଏପରି ଏକ ଜିନିଷ ଅଟେ ଯେଉଁଥିରେ ସବୁ ପ୍ରକାରର ଶକ୍ତି ନିହିତ ଥାଏ । ଆପଣ ଯାହାବି ପ୍ରାର୍ଥନା ଭଗବାନଙ୍କ ସାମ୍ନାରେ କରିବେ ତାହା ସବୁ ସେହି ଜଳରେ ସମାହିତ ହୋଇଯିବ ।

ତେଣୁ ପୂଜା କରିବା ପୂର୍ବରୁ ଘରର ମନ୍ଦିରରେ ଏକ ଲୋଟା ଜଳ ରଖନ୍ତୁ ଏବଂ ତାପରେ ଦୀପ ଦାନ କରି ଦିଅନ୍ତୁ । ତେବେ ସେହି ଜଳକୁ ଆଗାମୀ ଦିନ ପୂଜା ଘରକୁ ଯାଇ ତାହାକୁ ଆଣି ଘରର ସବୁ ରୁମରେ ସିଞ୍ଚନ କରିବା ଦ୍ୱାରା ସବୁ ଘରର ବାତାବରଣ ପବିତ୍ର ହୋଇଯିବ କାରଣ ସେହି ଜଳ ସକାରାତ୍ମକ ଶକ୍ତିରେ ଭରି ରହିଥାଏ ।

ଏହାଦ୍ବାରା ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ । ଯଦି ଘରେ କେହି ରିଗାକ୍ରାନ୍ତ ବ୍ୟକ୍ତି ଥିବେ ତାଙ୍କୁ ଏହି ଜଳ ପିଇବାକୁ ଦେଇ ପାରିବେ । ଏହାଦ୍ବାରା ଅନେକ ବଡ଼ ବଡ଼ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାକୁ ଘରର ସବୁ ସଦସ୍ୟ ପିଇଲେ ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ସକାରାତ୍ମକ ହୋଇଯାଏ । ପରିବାରରୁ କଳହ କ୍ଳେଶ ସବୁ ଦୂର ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *