Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଆର୍ଥିକ ସମସ୍ୟା ଥିଲେ ଅଳ୍ପ ଗୁଡ଼କୁ ନେଇ କରି ଦିଅନ୍ତୁ ଏହି ଛୋଟ ଉପାୟ ।

ସେୟାର୍ କରନ୍ତୁ

ଘରେ ରଖାଯାଉଥିବା ପ୍ରତ୍ୟେକ ଜିନିଷ ମନୁଷ୍ୟର ଭାଗ୍ୟ ବଦଳାଇବାର ଏକ କାରକ ହୋଇଥାଏ । ତାହା ମଧ୍ୟରୁ ଗୋଟିଏ ହେଉଛି ଗୁଡ଼ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜୀବନରେ ଘଟୁଥିବା କିଛି ସମସ୍ୟା ଗୁଡ଼ର କିଛି ଉପାୟ କରିବା ଦ୍ୱାରା ଦୂର ହୋଇଥାଏ । ଏହାଦ୍ବାରା ଘର ଧନଧାନ୍ୟରେ ମଧ୍ୟ ଭରିଯାଏ । ରବିବାର ଦିନଟି ଭଗବାନ ସୂର୍ଯ୍ୟ ଦେବଙ୍କୁ ସମର୍ପିତ ହୋଇଥାଏ ।

ଏହାବ୍ୟତୀତ ସବୁ ଗ୍ରହର ଚଳନ ସୂର୍ଯ୍ୟଦେବଙ୍କ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ତେଣୁ କେବଳ ସୂର୍ଯ୍ୟ ଦେବଙ୍କ ପୂଜା କରିବା ଦ୍ୱାରା ମଧ୍ୟ ନବ ଗ୍ରହର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସାଧରଣତଃ ହିନ୍ଦୁ ଧର୍ମ ଏବଂ ଆମ ପୂର୍ବ ପୁରୁଷଙ୍କ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ଦେବଙ୍କୁ ଜଳ ତର୍ପଣ କରିବା ଦ୍ୱାରା ସୂର୍ଯ୍ୟଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଅନେକ ସମୟରେ ମନୁଷ୍ୟ ଜୀବନରେ ହଠାତ ସମସ୍ୟା ଆସିଥାଏ ଏବଂ ଉନ୍ନତି ଅଟକିଯାଏ । ଏହି ସମସ୍ୟା ସାଧରଣତଃ ମଙ୍ଗଳ ଦୋଷ କାରଣରୁ ହୋଇଥାଏ କିମ୍ବା ସୂର୍ଯ୍ୟ ଦୋଷ ଏବଂ ଚନ୍ଦ୍ର ଦୋଷ କାରଣରୁ ମଧ୍ୟ ହୋଇପାରେ । ତେବେ ଏହିସବୁ ସମସ୍ୟା ପାଇଁ କେବଳ ଗୋଟିଏ ଉପାୟ ଯଦି ଆପଣ ୧୧ ଟି ରବିବାର ପର୍ଯ୍ୟନ୍ତ କରି ଦିଅନ୍ତି ତେବେ ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ । ତେବେ ରବିବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରି ଧଳା ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ତମ୍ବା ଲୋଟାରେ ଶୁଦ୍ଧ ଜଳ ନେଇ ସେଥିରେ ତିନି ଚାରି ବୁନ୍ଦା ଗଙ୍ଗା ଜଳ ମିଶାଇ ୨୧ ଟି ଚାଉଳ ଦାନା ଏବଂ ଅଳ୍ପ ସିନ୍ଦୁର ଏବଂ ଛୋଟ ଗୁଡ଼ ଟେଳା ପକାଇ ଦିଅନ୍ତୁ ।

ସେହି ପାଣିକୁ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରିବା ସମୟରେ ଜଳର ଧାର ଦେଇ ସୂର୍ଯ୍ୟଙ୍କୁ ଦେଖନ୍ତୁ ଏବଂ ” ଓଁ ସୂର୍ଯ୍ୟାୟ ନମଃ ” ମନ୍ତ୍ରର ଜପ କରନ୍ତୁ । ଏହି ଉପାୟ ୧୧ ଟି ରବିବାର ପର୍ଯ୍ୟନ୍ତ କଲେ ଜୀବନରେ କୌଣସିବି ଦୋଷ ମଙ୍ଗଳ ଦୋଷ କିମ୍ବା ଶନି ଦୋଷ ତାହା ଦୂର ହୋଇଯିବ ।

ଯଦି ଆପଣଙ୍କର ଚାକିରୀ ହେଉନାହିଁ ତେଣେ ୧୧ ଟି ରବିବାର ପର୍ଯ୍ୟନ୍ତ ସକାଳୁ ଉଠି ସ୍ନାନ କରି ସାଧାରଣ ଜଳ ଭଗବାନ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରି ଦିଅନ୍ତୁ ଏବଂ ଏହାପରେ ୧୦୦ ଗ୍ରାମ କିମ୍ବା ୫୦୦ ଗ୍ରାମ ନିଜ ସାମ୍ୟର୍ଥ ଅନୁଯାୟୀ କୌଣସି ମନ୍ଦିରକୁ ଯାଇ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ଆପଣ କୌଣସିବି ଛୋଟ ବଡ଼ କାମ କରୁଛନ୍ତି ଏବଂ ସେଥିରେ ବାଧା ଆସୁଛି ତେବେ ଘରୁ ବାହାରକୁ ଯିବା ସମୟରେ ଗୁଡ଼ ଏବଂ ପାଣି ନେଇ ଯାଆନ୍ତୁ । ଅର୍ଥାତ ଏକ ନାଲି କପଡ଼ାରେ ଗୁଡ଼ ଖଣ୍ଡକୁ ବାନ୍ଧି ଡାହାଣ ପଟ ପକେଟରେ ରଖିବା ପରେ ଘରୁ ବାହାରକୁ ଯାଆନ୍ତୁ । ନଚେତ ଆପଣ ନିଜ ବ୍ୟାଗରେ ମଧ୍ୟ ରଖି ପାରିବେ ।

ଏପରି କରିବା ଦ୍ୱାରା ଆପଣଙ୍କ ଉପରକୁ ଆସିବାକୁ ଯାଉଥିବା ବାଧାକୁ ଗୁଡ଼ ଶୋଷି ନେଇଥାଏ । ଏହାଦ୍ବାରା ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ଯଦି ଦୁର୍ଭାଗ୍ୟ ଆପଣଙ୍କୁ ଘେରି ରହିଛି ତେବେ ପାଞ୍ଚଟି ରବିବାର ଏହି ଉପାୟକୁ କରି ନିଅନ୍ତୁ । ଏହି ଉପାୟ ଅନୁଯାୟୀ ପ୍ରତ୍ୟେକ ରବିବାର ଏଗାରଟି ରୋଟି ବନାଇ ସେଥିରେ ଗୁଡ଼ ଖଣ୍ଡ ରଖି କୌଣସି ଗାଈକୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳି ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *