Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୧୬ ବଡ଼ ଶୁକ୍ରବାର !! ନିଜ ପର୍ସରେ ରଖି ଦିଅନ୍ତୁ ୯ ଟି ମଧ୍ୟରୁ କୌଣସି ଗୋଟିଏ ଜିନିଷ । ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ଦୁନିଆରେ ଏପରି କୌଣସି ମଣିଷ ନାହିଁ ଯାହାକୁ ଧନର ଲାଳସା ନଥିବ । କାରଣ ମନୁଷ୍ୟ ବଞ୍ଚିବା ପାଇଁ କିଛି ଅତ୍ୟାବଶ୍ୟକ ଜିନିଷ ଆବଶ୍ୟକ କରିଥାଏ । ପୁଣି କିଛି ଅତ୍ୟାବଶ୍ୟକ ଜିନିଷ ପାଇଁ ଟଙ୍କା ନିହାତି ଆବଶ୍ୟକ । କିନ୍ତୁ ଏଥିପାଇଁ ମନୁଷ୍ୟକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ତାପରେ ଯାଇ ପକେଟକୁ ଟଙ୍କା ଆସିଥାଏ । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅନେକ ପରିଶ୍ରମ କରିବା ପରେବି ଆୟ କରି ପାରନ୍ତି ନାହିଁ । ପୁଣି କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ରୋଜଗାର ତ କରନ୍ତି କିନ୍ତୁ ଅଧିକ ସମୟ ଧନ ସଞ୍ଚିତ ହୋଇ ରହି ପାରେନାହିଁ କିମ୍ବା ଅଧିକ ଖର୍ଚ୍ଚ ହୋଇଥାଏ । କିନ୍ତୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ୯ ଟି ଏପରି ଜିନିଷ ବିଷୟରେ କହିବୁ , ଯେଉଁଥି ମଧ୍ୟରୁ କୌଣସି ଗୋଟିଏବି ଯଦି ଆପଣ ନିଜ ପର୍ସରେ ରଖି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ ।

୧ . ଟଙ୍କା ରଖୁଥିବା ପର୍ସରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କର ବସିଥିବା ମୁଦ୍ରାର ଫୋଟ ରଖନ୍ତି ତେବେ ଆପଣଙ୍କୁ କେବେ ଧନର ଅଭାବ ହେବ ନାହିଁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

୨ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶ୍ୱତ୍ଥ ପତ୍ରକୁ ଏହାକୁ ଅଭିମନ୍ତ୍ରିତ କରି ପର୍ସରେ କେବେ ଖାଲି ହୁଏନାହିଁ ଏବଂ ଆର୍ଥିକ ଲାଭ ହୋଇଥାଏ । ଏମିତିରେ ପୂଜନୀୟ ମାନା ଯାଉଥିବା ଅଶ୍ୱତ୍ଥ ଗଛକୁ ପୂଜା କରିବାର ବିଧାନ ରହିଛି ।

୩ . ଗୋଟିଏ ନାଲି କାଗଜରେ ନିଜ ମନସ୍କାମନା ଲେଖି ତାହାକୁ ଏକ ରେଶମୀ ସୂତାରେ ବାନ୍ଧି ନିଜ ପର୍ସରେ ରଖିବା ଦ୍ୱାରା ମଧ୍ୟ ଅର୍ଥ ଲାଭ ହୋଇଥାଏ ପର୍ସ କେବେ ଖାଲି ମଧ୍ୟ ହୋଇ ନଥାଏ ।

୪ . ଅନ୍ନ ଏବଂ ଧନ ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ପର୍ସରେ ଏକ ଚିମୁଟା ଚାଉଳ ରଖିଲେ ଧନର ଅଭାବ ହୁଏନାହିଁ ।

୫ . ପର୍ସରେ କାଚ ଟୁକୁଡ଼ା , ଛୋଟ ଛୁରୀ , ଗୋମତି ଚକ୍ର , କଉଡ଼ି କିମ୍ବା ରୂପାର ମୁଦ୍ରା ରଖିଲେ ମଧ୍ୟ ଧନପ୍ରାପ୍ତି ହୋଇଥାଏ ।

୬ . ପର୍ସରେ ରୁଦ୍ରାକ୍ଷ ରଖିଲେ ଦାରିଦ୍ର୍ୟତା ଦୂର ହୋଇଥାଏ ।

୭ . ଗୁରୁଜନଙ୍କ ଠାରୁ ମିଳିଥିବା ଟଙ୍କାକୁ ଆଶୀର୍ବାଦ ସ୍ୱରୂପ ହଳଦୀ ଲଗାଇ ରଖିଲେ ପର୍ସ କେବେବି ଖାଲି ହୋଇ ନଥାଏ ।

୮ . ପର୍ସରେ ଟଙ୍କା ରଖିବା ସମୟରେ ତାହାକୁ ମୋଡ଼ି ମକଚି ରଖନ୍ତୁ ନାହିଁ । ନଚେତ ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ପର୍ସରେ ଏଣୁତେଣୁ ଜିନିଷ ରଖିବା ମଧ୍ୟ ଉଚିତ ନୁହେଁ ।

ମନୁଷ୍ୟର ଶୁଭ ଏବଂ ଅଶୁଭ ସମୟ ଏବଂ ସୁଖ ସୌହାର୍ଦ୍ଦ ସାଧରଣତଃ ଶୁକ୍ର ଗ୍ରହ କାରଣରୁ ହୋଇଥାଏ । ତେଣୁ ଶୁଭ ସମୟକୁ ଜାଣି ପାରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଯାହାଦ୍ୱାରା ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ । ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ଅଳେଇଚକୁ ନେଇ ଏକ ଗ୍ଲାସ ପାଣିରେ ଅଳେଇଚ ଦୁଇ ତିନୋଟି ଅଳେଇଚ ପକାଇ ତାହାକୁ ଫୁଟାଇ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତୁ । ତାହାକୁ ବୋତଲରେ ରଖି ପ୍ରତ୍ୟେକ ଦିନ ସ୍ନାନ ପାଣିରେ ଅଳ୍ପ ଅଳ୍ପ ମିଶାଇ ସ୍ନାନ କରି ପାରିବେ । ଏହି ପାଣିରେ ସ୍ନାନ କଲେ ପବିତ୍ରତା ବଢ଼ିବା ସହିତ ଭାଗ୍ୟ ଉଦୟ ହୋଇଥାଏ । ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଲେ ଦୁଇ ଦାନା ନେଇ ଅଶ୍ୱତ୍ଥ ଗଛ ମୂଳରେ ରଖି ପ୍ରାର୍ଥନା କରି ପଛକୁ ନବୁଲି ଚାଲି ଆସନ୍ତୁ ।

ବିବାହ ଜନିତ ସମସ୍ୟା ଥିଲେ ଶୁକ୍ରବାର ଦିନ ୨ଟି କଞ୍ଚା ଅଳେଇଚ କିଛି ମିଠା ବସ୍ତୁ ଏବଂ ଏକ ଘିଅ ଦୀପ ନେଇ ଜଳାଶୟ ନିକଟକୁ ଯାଇ ମିଠା ବସ୍ତୁ ଏବଂ ଅଳେଇଚ ଅର୍ପିତ କରି ଦୀପ ଜାଳି ଦିଅନ୍ତୁ ଏବଂ ସବୁ ଜିନିଷକୁ ଜଳରେ ପ୍ରବାହିତ କରି ଦିଅନ୍ତୁ । ସ୍ୱାମୀ ସ୍ତ୍ରୀ ବିବାଦ ଥିଲେ ଭଗବାନ ବିଷ୍ଣୁଙ୍କ ନାମ ନେଇ ଶୁକ୍ରବାର ଦିନ ତିନୋଟି କଞ୍ଚା ଅଳେଇଚ ଶରୀରରେ ସ୍ପର୍ଶ କରାଇ ଏକ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ପେଶୀ ଖାଦ୍ୟରେ ପକାଇ ନିଜ ସ୍ୱାମୀକୁ ଖାଇବାକୁ ଦିଅନ୍ତୁ । ବାହାରକୁ ଯିବାର ଥିଲେ ଡାହାଣ ହାତରେ ଅଳେଇଚ ନେଇ ଶ୍ରୀଙ୍ଗ କହି ଗୋଟିଏ ଖାଇ ଆଉ ଗୋଟିଏକୁ ପକେଟରେ ରଖି ଦିଅନ୍ତୁ । ଏହାଦ୍ବାରା କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *