Excuse Me Odisha

ଯାହା କହିବୁ ସତ କହିବୁ

ମଧୁମେହ ରୋଗରୁ ମୁକ୍ତି ପାଇବା ପାଇଁ ଏହି ପତ୍ର ସେବନ କରନ୍ତୁ। ଜାଣନ୍ତୁ କଣ ସେହି ପତ୍ର ଏବଂ ଏହାକୁ କିପରି ବ୍ୟବହାର କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ସାଧାରଣତଃ ପିଜୁଳି ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ।କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି, ପିଜୁଳି ସ୍ଵାଦିଷ୍ଟ ହେବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ପିଜୁଳିରେ ଭିଟାମିନ-A, C ଏବଂ ପଟାସିୟମ ତଥା ଫାଇବାରର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ।

ପିଜୁଳି ସେବନ କଲେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇ ଯାଇଥାଏ।ପିଜୁଳି ଗଛର ଅନେକ ଔଷଧୀୟ ଗୁଣ ଅଛି। ଆସନ୍ତୁ ପିଜୁଳି ଗଛକୁ ବ୍ୟବହାର କରି ଆମେ କଣ ଲାଭ ପାଇ ପାରିବା, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପିଜୁଳି ଗଛର ଫଳ, ପତ୍ର, ଡାଳକୁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ। ଆଜିକାଲି କ୍ୟାନସର ଭଳି ଭୟଙ୍କର ରୋଗ ସାଧାରଣ ହୋଇ ଗଲାଣି। ଲୋକମାନଙ୍କର ଜୀବନଶୈଳୀ ବିଗିଡି ଯାଇଥିବାରୁ ଏଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

କିନ୍ତୁ ଖୁସିର କଥା ଏହିକି ଯେ ଯେଉଁ ଲୋକମାନେ ନିୟମିତ ପିଜୁଳିର ସେବନ କରୁଛନ୍ତି, ସେମାନେ ଏହି ରୋଗରୁ ବଞ୍ଚିତ ରହିବେ।ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଏକ ଗମ୍ଭୀର ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିର ସେବନ କରିବା ନିହାତି ଜରୁରୀ ଅଟେ।

ପିଜୁଳି ଗଛର ଫଳ ସହିତ ପତ୍ର ମଧ୍ୟ ମଣିଷ ଶରୀର ପାଇଁ ବହୁତ ଲାଭଦାୟକ ଓ ଜରୁରୀ ଅଟେ।ଏହି ପତ୍ରରେ ଅନେକ ଭିଟାମିନ ରହିଥାଏ, ତେଣୁ ଏହା ମୁହଁର ଦାଗ ଠାରୁ ଆରମ୍ଭ କରି ଅନେକ ରୋଗକୁ ଭଲ କରି ଦେଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିବ୍ୟାକ୍ଟେରିଆ, ଏବଂ ଆଣ୍ଟିଇମ୍ପ୍ଲାମେଣ୍ଟୋରୀ ଗୁଣ ରହିଥାଏ। ତେଣୁ ଏହି ପତ୍ରକୁ ସେବନ କରିବା ଦ୍ଵାରା ମଧୁମେହ ଭଳି ମାରାତ୍ମକ ରୋଗ ମଧ୍ୟ ଦୂର ହୋଇ ଯାଇଥାଏ।

ଆପଣ ଏହି ପିଜୁଳି ପତ୍ରକୁ ଚାହା ଭାବରେ ମଧ୍ୟ ସେବନ କରି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କ ତ୍ଵଚା ଏବଂ ଚୁଟି ସୁସ୍ଥ ରହିବ। କିଛି ଲୋକେ ଅଳ୍ପ ବୟସରୁ ଦୁର୍ବଳ ହୋଇ ଯାଇଥାନ୍ତି ଏବଂ ସେମାନଙ୍କର ରକ୍ତହୀନତା ଭଳି ସମସ୍ୟା ମଧ୍ୟ ଦେଖାଦିଏ।ତେଣୁ ଏଭଳି ପରିସ୍ଥିତିରେ ନିଶ୍ଚିତ ଭାବରେ ଆପଣଙ୍କୁ ପିଜୁଳି ସେବନ କରିବା ଉଚିତ୍। ପିଜୁଳିକୁ ଏକ ପୁଷ୍ଟିକର ଖାଦ୍ୟ ରୂପରେ ଗ୍ରହଣ କରାଯାଇଥାଏ।

ଯଦି ଆପଣ ପିଜୁଳି ପତ୍ରକୁ ଖରାରେ ଶୁଖାଇ ଏହାକୁ ଗୁଣ୍ଡ କରି କ୍ଷୀରରେ ମିଶାଇ ସେବନ କରନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଖ ନିଦ୍ରା ହେବ। ପିଲାମାନଙ୍କୁ ଥଣ୍ଡାକାଶ ଭଳି ସମସ୍ୟା ରହୁଥିଲେ, ସେମାନଙ୍କୁ ପିଜୁଳି ପତ୍ରର ରସ ଦିଅନ୍ତୁ। ଦେଖିବେ ନିଶ୍ଚିତ ଭାବରେ ସେମାନଙ୍କର ଖୁବ୍ ଶୀଘ୍ର ଥଣ୍ଡା ଛାଡ଼ି ଯିବ।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *