Excuse Me Odisha

ଯାହା କହିବୁ ସତ କହିବୁ

ଶନିଦେବଙ୍କ କୃପା ପ୍ରାପ୍ତ ହେଲେ ମିଳିଥାଏ ଏହି ଦଶଟି ସଙ୍କେତ । ଯଦି ଶନିବାର ଦିନ ଆପଣଙ୍କ ଜୋତା ଚପଲ ଚୋରି ହେଲେ ମିଳିଥାଏ ଏହି ସଙ୍କେତ ।

ସେୟାର୍ କରନ୍ତୁ

ଶନିଦେବଙ୍କ ପୂଜା ନିମିତ୍ତ ଶନିବାରଟି ଅତ୍ୟନ୍ତ ଉପଯୁକ୍ତ ହୋଇଥାଏ ଏବଂ ନବ ଗ୍ରହ ମଧ୍ୟରେ ଶନିକୁ ଅତ୍ୟଧିକ କ୍ରୁର ମାନା ଯାଇଥାଏ । ଶନିଦେବ ଭଲ ଲୋକଙ୍କ ପାଇଁ ସର୍ବଦା ଆଶୀର୍ବାଦ ହୋଇଥାନ୍ତି ଏବଂ ଖରାପ ଲୋକଙ୍କ ପାଇଁ ଦଣ୍ଡ ହୋଇଥାନ୍ତି । ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଏହାବ୍ୟତୀତ ଶନିଦେଵ ଧନ ସମ୍ପତ୍ତି ଏବଂ ନ୍ୟାୟ ମଧ୍ୟ ଦେଇଥାନ୍ତି ।

ଶନି ଦଶା ଆସିଲେ ଜୀବନରେ ଅନେକ ଉନ୍ନତି ଅବନତି ଦେଖା ଯାଇଥାଏ । ଯାହାଦ୍ୱାରା ଅନେକ ସମୟରେ ଜୀବନ ବର୍ବାଦ ମଧ୍ୟ ହୋଇଯାଏ । ମାତ୍ର କିଛି ବ୍ୟକ୍ତିଙ୍କ ପାଇଁ ଶନିଦେବ ଅତ୍ୟନ୍ତ ଶୁଭ ହୋଇଥାନ୍ତି । ଶନିଦେନ ମନୁଷ୍ୟର ଭଲ ଏବଂ ଖରାପ କାମ ଆଧାରରେ ଦଣ୍ଡ ଦେଇଥାନ୍ତି । ଆଜିକାର ଲେଖାରେ ଆମେ କହିବୁ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପା ହୋଇଥାଏ ସେମାନଙ୍କୁ କେଉଁ ସଙ୍କେତ ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କ ଉପରେ ଶନିଦେବଙ୍କ କୃପା ସର୍ବଦା ବଜାୟ ରହିଥାଏ । ତେଣୁ ଜୀବନରେ କୌଣସି ସମସ୍ୟା ଚାଲିଥିଲେ ଶନି ମନ୍ଦିର ଯାଇ ଶନିଦେବଙ୍କୁ ପ୍ରାର୍ଥନା ନିଶ୍ଚୟ କରନ୍ତୁ । ସାଧରଣତଃ ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ଆଶୀର୍ବାଦ ରହିଥାଏ ସେହି ବ୍ୟକ୍ତିଙ୍କ ଶରୀର ପତଳା ହୋଇଥାଏ ।

ସେହି ବ୍ୟକ୍ତି ସର୍ବଦା ଅନୁଶାସନରେ ବଞ୍ଚି ଥାଏ ଏବଂ ଧୀରେ ଧୀରେ ଆଧ୍ୟାତ୍ମିକତା ଦିଗରେ ଢ଼ଳିଥାଏ । ଏଭଳି ଲୋକ ପ୍ରାରମ୍ଭରେ ଦେବଦେବୀଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ମାତ୍ର ଧୀରେ ଧୀରେ ଦେବଦେବୀଙ୍କ ପ୍ରତି ବିଶ୍ଵାସ ବଢ଼ିଥାଏ ଏବଂ ଏମାନେ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହୁଅନ୍ତି । ଏଭଳି ଲୋକଙ୍କୁ ଖୁବ କମ ବୟସରୁ ହାଡ଼ ଗଣ୍ଠିରେ ସମସ୍ୟା ଅନୁଭୂତ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ ସେମାନେ ଅତି ବଡ଼ ସମସ୍ୟାରୁ ମୁକ୍ତି ପାଇବାକୁ ସକ୍ଷମ ହୁଅନ୍ତି । ଯେତେ ବଡ଼ ସମସ୍ୟା ହେଲେବି ସୁଦ୍ଧା ସମାଧାନ ହୋଇଯାଏ । ଏଭଳି ବ୍ୟକ୍ତି କାହାରି ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ । ଖୁବ ପରିଶ୍ରମ କରି ଏମାନେ ଖୁବ ଉଚ୍ଚରେ ପହଞ୍ଚି ଯାଆନ୍ତି । ଶନିଦେବଙ୍କ କୃପା ଥିଲେ ବ୍ୟକ୍ତି ନିଜକୁ ସର୍ବଦା ଉନ୍ନତ ଭାବରେ ପ୍ରତିସ୍ଥାପିତ କରିବାକୁ ଚେଷ୍ଟା କରିଥାଏ ।

ଯଦି ଆପଣ କାହା ସହିତ ଜଡ଼ିତ ହୋଇ ଯାଆନ୍ତି ତେବେ ତାହା ଅଭ୍ୟାସ ପାଲଟି ଯାଏ । ଏହି ବ୍ୟକ୍ତି ମାନେ ମିଛ କହୁଥିବା ଏବଂ ବେଇମାନ ବ୍ୟକ୍ତିଙ୍କୁ ଘୃଣା କରନ୍ତି । ଏହି ବ୍ୟକ୍ତି ମାନେ ନିଜର ସବୁ କାମକୁ ଅନୁଶାସନର ସହିତ କରିବା ଉପରେ ବିଶ୍ୱାସ ରଖନ୍ତି । କାମରେ ସଫଳତା ନମିଳିବା ପର୍ଯ୍ୟନ୍ତ ପ୍ରୟାସ କରନ୍ତି । ଯାହାଦ୍ୱାରା ଶନିଦେବ ଶେଷରେ ପ୍ରସନ୍ନ ହୋଇ ଫଳ ନିଶ୍ଚୟ ଦିଅନ୍ତି ।

ଏଭଳି ସଙ୍କେତ ଥିଲେ ଶନିଦେବଙ୍କ କୃପା ଥିବା ବୁଝି ଯାଆନ୍ତୁ । ମାତ୍ର ଶନିଦେବଙ୍କୁ ପ୍ରସନ୍ନ କରିବାକୁ କିଛି ଉପାୟ ନିଶ୍ଚୟ କରନ୍ତୁ । ଶନିଦେବଙ୍କ ନିମନ୍ତେ ସୋରିଷ ତେଲରେ ଦାନ କରନ୍ତୁ । ଶନିଦେବଙ୍କ କୃପା ନିମନ୍ତେ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ସୋରିଷ ତେଲ ଦୀପ ନିହାତି ଜଳାନ୍ତୁ । ଶନିବାର ଦିନ ଯାଇ କଳା ବସ୍ତ୍ର ନିହାତି ଦାନ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *