Excuse Me Odisha

ଯାହା କହିବୁ ସତ କହିବୁ

ପିତା ନିଜ ଝିଅ ଘରର ଅନ୍ନ ନଖାଇବାର କାରଣ ହୋଇଥାଏ କିଛି ଏଭଳି ।

ସେୟାର୍ କରନ୍ତୁ

ଶାସ୍ତ୍ର ଅନୁଯାୟୀ ଝିଅ ବିବାହ କରି ନଥିଲେ ଅର୍ଥାତ କୁଆଁରୀ ବେଳେ ବାପା ସହିତ ଗୋଟିଏ ଥାଳିରେ ଭୋଜନ କଲେ ବାପାର କାଳକୁ ହରଣ କରିଥାଏ । କିନ୍ତୁ ବିବାହ ପରେ ଝିଅ ନିଜ ପିତାଙ୍କ ସହିତ ଗୋଟିଏ ଥାଳିରେ ଭୋଜନ କରିବା ଉଚିତ ନୁହେଁ । କାରଣ ଗୋତ୍ର ବଦଳି ଯାଏ । ଯାହା କରିବା ନିରର୍ଥକ ହୋଇଥାଏ । ଝିଅ ଘରର ଅନ୍ନ ଏବଂ ଜଳ ବାପା ମା’ ଗ୍ରହଣ କରିବା ଉଚିତ ନୁହେଁ । ଏହାର କାରଣ ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । କରିରଖିବୁ ଯେ ବାପା ମା ବିବାହରେ ନିଜ କନ୍ୟା ଦାନ କରଥାନ୍ତି । ତେଣୁ ବିବାହ ପରେ ଝିଅ ଉପରେ ବାପା ମା’ଙ୍କର କୌଣସି ଅଧିକାର ରହେନାହିଁ ।

ତେଣୁ ଯେତେ ପର୍ଯ୍ୟନ୍ତ ଝିଅର କୌଣସି ସନ୍ତାନ ନହୋଇଛି ସେତେ ପର୍ଯ୍ୟନ୍ତ ବାପା ମା’ ନିଜ ଝିଅ ଘରର ଅନ୍ନ ଜଳ ଆଦୋୖ ଗ୍ରହଣ କରିବା ଉଚିତ ନୁହେଁ । ଝିଅର ସନ୍ତାନ ଜନ୍ମ ହେବା ପରେ ଅନ୍ନ ଜଳ ଗ୍ରହଣ କରିବାରେ କୌଣସି ଅସୁବିଧା ନଥାଏ । କାରଣ ସନ୍ତାନ ଜନ୍ମ ପରେ ଝିଅର ସ୍ୱାମୀ ପିତୃ ଋଣରୁ ମୁକ୍ତ ପାଇଯାଏ ତେଣୁ ଝିଅ ଉପରେ ବାପା ମା’ ର ପୁଣି ଅଧିକାର ଆସିଯାଏ । ସେଥିପାଇଁ ହିଁ ଅଜା ଆଈକୁ ନିଜ ଝିଅର ପୁତ୍ର ଅର୍ଥାତ ତାଙ୍କ ନାତି ପିଣ୍ଡ ଦାନ କରି ପାରିବାର ବିଧାନ ରହିଛି । ଝିଅ ଜନ୍ମ ହେଲେ ମଧ୍ୟ ଝିଅ ଉପରେ ପିତା ମାତାଙ୍କ ଅଧିକାର ପୁଣିଥରେ ଆସିଯାଏ ।

ନିଜ ଝିଅକୁ ନେଇ ବାପା ମାଙ୍କର ଅନେକ ଇଚ୍ଛା ରହିଥାଏ ଯେ ଯେତେବେଳେ ସେମାନଙ୍କ ଝିଅ ବିବାହ କରି ନିଜ ଶାଶୁ ଘରକୁ ଯିବ ସେ ନିଜ ପରିବାରରେ ଯେମିତି ଖୁସିରେ ରହୁ । ଝିଅକୁ ବିଦା କରିବା ସମୟରେ ଲଙ୍କା ଦେଇ ବିଦା କରିବା ଉଚିତ ନୁହେଁ । ନଚେତ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବିଦାୟୀ ବେଳେ ଫଳ କିମ୍ବା ଅନ୍ୟ ଜିନିଷ ଦେଇ ପାରିବେ । ଚୁଲା ଦେବା ଉଚିତ ନୁହେଁ । ଏହାଦ୍ବାରା ପରିବାରରେ ବିବାଦ ସୃଷ୍ଟି ହୋଇଥାଏ । ବିଦାୟୀ ବେଳେ ଲୁଣ ଦେଲେ ଝିଅ ନୂଆ ସମ୍ପର୍କକୁ ଭଲ ଭାବରେ ଗ୍ରହଣ କରିପାରେ ନାହିଁ ।

ଝିଅର ବିଦାୟୀ ବେଳେ ଖଟା ଅର୍ଥାତ ଆଚାର ଭୁଲରେବି ଦିଅନ୍ତୁ ନାହିଁ । ଯାହାଦ୍ୱାରା ସମ୍ପର୍କରେ ସମସ୍ୟା ଆସିଥାଏ । ଏହାବ୍ୟତୀତ ଛାଙ୍କୁଣୀ ଦିଅନ୍ତୁ ନାହିଁ । ଧଣିଆ ମଧ୍ୟ ବିଦାୟୀ ସମୟରେ ଦେବା ଉଚିତ ନୁହେଁ କାରଣ ମାତା ଲକ୍ଷ୍ମୀଙ୍କ ସହିତ ଏହାର ସିଧାସଳଖ ସମ୍ପର୍କ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *