Excuse Me Odisha

ଯାହା କହିବୁ ସତ କହିବୁ

ନିମ ମଞ୍ଜିରେ ଲୁଚି ରହିଛି ଧନୀ ହେବାର ରହସ୍ୟ । ଘରେ ଥିଲେ ଜାଣି ନିଅନ୍ତୁ ଏହାର ଏକାଧିକ ଫାଇଦା ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯେଉଁ ଗଛ ପ୍ରାୟ ଆମ ଚତୁଃପାର୍ଶ୍ଵରେ ଉପଲବ୍ଧ ଥାଏ ଏବଂ ତାହା ମନୁଷ୍ୟର ଏକାଧିକ ରୋଗ ସମସ୍ୟା ସହିତ ବାସ୍ତୁ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ନିମ ଗଛ କୌଣସି ସାଧାରଣ ଗଛ ନୁହେଁ ଏବଂ ଏହାର ଔଷଧୀୟ ଗୁଣ କାରଣରୁ ଏକାଧିକ ରୋଗରୁ ମୁକ୍ତି ମିଳିଥାଏ ଏବଂ ଆର୍ଥିକ ସମୃଦ୍ଧି ପାଇଁ ଏହାର କିଛି ଉପାୟକୁ ଆପଣେଇ ହେବ ।

ବନସ୍ପତି ଶାସ୍ତ୍ର ଅନୁଯାୟୀ ସେଥିରେ ନିମ ଗଛର ଲାଭକାରୀ ଗୁଣ ବିଷୟରେ ବର୍ଣ୍ଣିତ ହୋଇଛି । ନିମ ଗଛରେ ଭରପୁର ଔଷଧୀୟ ଗୁଣ ରହିଛି ଯାହାକି ସବୁ ପ୍ରକାରର ସଂକ୍ରମଣ ଠାରୁ ମୁକ୍ତି ଦେଇଥାଏ ଏବଂଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ନିମ ଗଛ ମାତା ଦୁର୍ଗାଙ୍କ ସ୍ୱରୂପ ହୋଇଥାଏ । ନବରାତ୍ରୀରେ ମାତାଙ୍କଙ୍କ ପୂଜା ସମୟରେ ନିମ ପତ୍ରର ବ୍ୟବହାର କରାଯାଏ ।

ଏହି ନିମ ପତ୍ର ଦୁର୍ଗା ମାତାଙ୍କ ଚରଣରେ ଅର୍ପିତ କରାଯାଏ । ନିମ ପାଣି ଆଧ୍ୟାତ୍ମିକ ଏବଂ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ଅଟେ । ନିମ ଗଛ ଘରର ଆଖପାଖରେ ଲଗାଇଲେ ତାହା ଘରୁ ସଂକ୍ରମଣ ରୋଗରୁ ମୁକ୍ତ କରିଥାଏ । ନିମ ଗଛର ପତ୍ର , ଚେର , ବକଳ ଏବଂ ଫଳ ସବୁ ଜିନିଷର ଭିନ୍ନ ଭିନ୍ନ ପ୍ରୟୋଗ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ନିମ ଗଛକୁ ଶନି ଗ୍ରହ ସହିତ ଯୋଡ଼ା ଯିବା ସହିତ ରାହୁ କେତୁ ଦୋଷ ଦୂର କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ । ନିମ ଗଛ ମୂଳରେ ବସି ପ୍ରାର୍ଥନା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ । ମା ଶୀତଳା ଏବଂ ମା ଦୁର୍ଗାଙ୍କ ପୂଜାରେ ବ୍ୟବହୃତ ହୋଇଥାଏ । ଯଜ୍ଞରେ ନିମକୁ ବ୍ୟବହାର କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ ।

ନିମ ଗଛର ମାଳା କରି ପିନ୍ଧିଲେ ଶନିଙ୍କ ସାଢ଼େସାତୀରୁ ମୁକ୍ତି ମିଳିଥାଏ । ଏହି ମାଳାକୁ ଧାରଣ କରିବା ପୂର୍ବରୁ ଶନିଙ୍କ ମନ୍ତ୍ର ୧୦୮ ଥର ଜପ କରି ଧୂପ ଦୀପ ଦ୍ୱାରା ଶୁଦ୍ଧ କରିବା ପରେ ବେକରେ ଧାରଣ କରନ୍ତୁ । ଏକ ଗୁପ୍ତ ପ୍ରୟୋଗ ଅନୁଯାୟୀ ଏକ ଚଉଡ଼ା ନିମ କାଠ ନେଇ ସେଥିରେ ଶ୍ରୀଯନ୍ତ୍ର ଆଙ୍କି ଦିଅନ୍ତୁ । ତାପରେ ଏହାକୁ ନିଜ ଘରେ ସ୍ଥାପିତ କରିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏଭଳି ଘରକୁ ମାତା ଲକ୍ଷ୍ମୀ କେବେ ପରିତ୍ୟାଗ କରନ୍ତି ନାହିଁ । ଶ୍ରୀଯନ୍ତ୍ରକୁ ଏକ ନାଲି କପଡ଼ାରେ ନିଜ ଘରର ପୂଜା ଘରେ ସ୍ଥାପିତ କରି ଦିଅନ୍ତୁ । ଏହାକୁ ପ୍ରତ୍ୟେକ ଦିନ ଦର୍ଶନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସେହି ଘରକୁ କେବେ ତ୍ୟାଗ କରନ୍ତି ନାହିଁ ।

ଘର ବାହାରେ ଏହି ଗଛ ଲଗାଇଲେ ୫୦୦ ଫିଟ ଦୂର ପର୍ଯ୍ୟନ୍ତ ସକାରାତ୍ମକ ଶକ୍ତି ରହିଥାଏ ଏବଂ କୌଣସି ନକରାତ୍ମକତା ଆସେନାହିଁ । କୌଣସି ବ୍ୟକ୍ତିର ରାହୁ ସମସ୍ୟା ଥିଲେ ସ୍ନାନ ପାଣିରେ ନିମ ପତ୍ର ପକାଇ ସ୍ନାନ କଲେ ରାହୁ ସମସ୍ୟା ଦୂର ହୋଇଥାଏ । ଗୁପ୍ତ ଉପାୟ ଅନୁଯାୟୀ ସୋମବାର ଦିନ କୌଣସିବି ଦେବଦେବୀଙ୍କ ମନ୍ଦିର ପାଖରେ ଏକ ନିମ ଗଛ ଲଗାଇ ଦିଅନ୍ତୁ । ଯେଉଁ ବ୍ୟକ୍ତି ଏହି ଗଛ ଲଗାଇ ଥାଏ ସେହି ବ୍ୟକ୍ତି ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଥାଏ ।

ସେହି ଗଛ ଯେତେ ବିସ୍ତୃତ ହେବ ଆପଣଙ୍କ ଆଧ୍ୟାତ୍ମିକ ଉନ୍ନତି ସେତେ ଅଧିକ ହେବ , ଆର୍ଥିକ ଉନ୍ନତି ହେବ , ଆପଣ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ନିମ ଗଛ ଯୋଡ଼ା ସଂଖ୍ୟାରେ ଲଗାଇଲେ ତାହା ଅଧିକ ଫଳପ୍ରଦ ହୋଇଥାଏ । ଏପରି ମାନ୍ୟତା ରହିଛି ଯେ ନିମ ଗଛ ମୂଳରେ କ୍ଷୀର ଢ଼ାଳିଲେ ଘରୁ କଳହ ଦୂର ହେବା ସହିତ ରାହୁ କେତୁ ଦୋଷ ଏବଂ ବାସ୍ତୁ ମଧ୍ୟ ଦୃଢ଼ ହୋଇଥାଏ । ନିମ ଗଛର ପତ୍ରର ଧୂଆଁ ଦେଖାଇଲେ ଦାରିଦ୍ର୍ୟତା ଏବଂ ନାନା ପ୍ରକାରର ଦୋଷ ମଧ୍ୟ ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *