Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଘଡିକୁ କେବେବି ଏହି ଦିଗରେ ଲଗାନ୍ତୁ ନାହିଁ। ଏହା ଘରକୁ ଦରିଦ୍ରତା ନେଇ ଆସେ,ଜଲଦି ହଟାଇ ଦିଅନ୍ତୁ

ସେୟାର୍ କରନ୍ତୁ

ଅନୁସାରେ ଆମର ଘରେ ଥିବା ସମସ୍ତ ବସ୍ତୁରେ ସକାରାତ୍ମକ ଏବଂ ନକରାତ୍ମକ ଉଭୟ ପ୍ରକାରର ଉର୍ଜା ରହିଥାଏ। ଯଦି ଆମେ ତାହାକୁ ସଠିକ ସ୍ଥାନ ଅଥବା ସଠିକ ଦିଗରେ ରଖା ନଯାଏ ତ ଏହା ନକରାତ୍ମକ ଉର୍ଜା ସଂଚାର କଟିଥାଏ। ଯଦି ଆପଣ ଏହିସବୁକୁ ସଠିକ ସ୍ଥାନ ଏବଂ ସଠିକ ଦିଗରେ ରଖିବେ ତ ଏହା ସକରାତ୍ମକ ଉର୍ଜା ଛାଡ଼ିଥାଏ। ଯାହା ପରିବାରର ମାନସିକ ସ୍ଥିତି ପାଇଁ ଭଲ ମାନାଯାଏ। ଆଜିର ବିଜ୍ଞାନ ବି ଏହି କଥାକୁ ଭଲ ଭାବରେ ମାନିଥାଏ। ଆମ ସମସ୍ତଙ୍କ ଘରେ ସମୟ ଜାଣିବା ପାଇଁ ଘଡିର ପ୍ରୟୋଗ କରାଯାଏ।

ଘଡି ଯେଉଁ ବିତିଥିବା ସମୟ ଆଉ ଆସୁଥିବା ସମୟ ଭିତରେ ଆମକୁ ସୂଚିତ କରିଥାଏ। ଯଦି ଆମର ଜୀବନ ଉପରେ ସବୁଠାରୁ ଅଧିକ କେଉଁ ଜିନିଷ ଉପରେ ପ୍ରଭାବ ପଡିଥାଏ ତ ତାହା ହେଉଛି ସମୟ। ସମସ୍ତଙ୍କ ସମୟ ସମାନ ହୋଇନଥାଏ। ଭଲ ଏବଂ ଖରାପ ସମୟ ସମସ୍ତଙ୍କ ଜୀବନରେ ଆସିଥାଏ। ସମୟ ଚକ୍ରର ଚାଲିବା କାୟମ ରହିଥାଏ। ସମୟ କାହା ପାଇଁ ଅଟକି ରହେନାହିଁ କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ସମୟକୁ ନିଜ ଅନୁକୂଳ ବନେଇବା ପାଇଁ ଆମକୁ ସମୟ ଦର୍ଶାଉଥିବା ଜିନିଷକୁ ଉଚିତ ଦିଗରେ ଆଉ ଉଚିତ ସ୍ଥାନ ଉପରେ ରଖିବାକୁ ପଡିଥାଏ।

ବାସ୍ତୁଶାସ୍ତ୍ରରେ ଘଡି ଏବଂ କ୍ୟାଲେଣ୍ଡରର ସଠିକ ଦିଗ ଏବଂ ସ୍ଥାନ ବିଷୟରେ କୁହାଯାଇଛି। ଯଦି ଏହାକୁ ଘରେ ସଠିକ ସ୍ଥାନ ଏବଂ ଦିଗରେ ରଖନ୍ତି ତ ନିଜ ଜୀବନରେ ଏକ ଭଲ ସମୟର ଅନୁଭବ କରି ପାରିବେ। ତ ଆସନ୍ତୁ ଆଜି ଏହି ପୋଷ୍ଟରେ ଜାଣିନେବା ବାସ୍ତୁଶାସ୍ତ୍ର ଅନୁସାରେ ଘଡିର ସଠିକ ଦିଗ କଣ। ଘଡି ଏବଂ କ୍ୟାଲେଣ୍ଡରକୁ ଘରେ କେଉଁ ସ୍ଥାନ ଉପରେ ଲଗେଇବା ଶୁଭ ହୋଇଥାଏ ଆଉ କେଉଁ ଦିଗରେ ଲଗେଇବା ଅଶୁଭ ହୋଇଥାଏ।

ଘଡିର ଆକାର ବିଷୟରେ ପ୍ରଥମେ ଜାଣିବା। ବାସ୍ତୁଶାସ୍ତ୍ରରେ ଘଡି ଯଦି ଗୋଲ ଏବଂ ଅଣ୍ଡାକାର ହୋଇଥିବ ତ ତାହାକୁ ସର୍ବତମ ମାନାଯାଏ। କିନ୍ତୁ ଆଜିକାଲି ଦେଖାଯାଉଛି ବଜାରରେ ଅନେକ ପ୍ରକାର ଆକାରରେ ଘଡି ଥାଏ ଜିଏବି ଘଡି ଏବଂ ଭଗବାନଙ୍କ ଫୋଟ ଲଗାଇଥାନ୍ତି ଘଡି ସହିତ ଫୋଟ ଲଗେଇବା ଉଚିତ ନୁହେଁ। ଏହା ଦ୍ୱାରା ଆପଣଙ୍କ ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଘଡିରେ ଭଗବାନଙ୍କ ଫୋଟ କେବେବି ରହିବା ଉଚିତ ନୁହେଁ। କାହିଁକିନା ଭଗବାନଙ୍କ ଫୋଟକୁ ଧୂପ ଦୀପ ଏବଂ ପୂଜାର ଆବଶ୍ୟକତା ହୋଇଥାଏ। ଆଉ ଘଡି କେତେ ମାସ ପର୍ଯ୍ୟନ୍ତ ଧୂଳିରେ ପଡି ରହିଥାଏ। ଏହା ଦ୍ବାରା ଭଗବାନଙ୍କ ଅପମାନ ହୋଇଥାଏ। ଏଥିପାଇଁ ଏହାକୁ ଶୁଭ ମାନାଯାଏ ନାହିଁ। ଏଥିପାଇଁ ଘଡିରେ କୌଣସି ଦେବୀ ଦେବତାଙ୍କ ଫୋଟ ନରହୁ। ଆଉ ଘଡିର ଆକାର ସର୍ବଦା ଗୋଲାକାର କିମ୍ବା ଅଣ୍ଡାକର ହେବା ଉଚିତ।

ଚାରି କୋଣିଆ କୋଣରେ ଘଡିର ୪ ଟି କୋଣ ଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ନକରାତ୍ମକ ଉର୍ଜାର ସଂଚାର ହୋଇଥାଏ।

ଆମର ଜୀବନରେ ସବୁ ଭଲ ହେଉ ବୋଲି ଆମେ ଆମ ଜୀବନକୁ ସଜାଡି ଥାଉ। ନୂତନ କପଡା ନୂତନ ଆଭୂଷଣ ପିନ୍ଧି ଥାଉ ସେହି ପ୍ରକାରରେ ନିଜର ଘରର ଘଡିକୁ ସ୍ୱଚ୍ଛ ରଖିବା ଉଚିତ। ସମୟ ସମୟରେ ଘଡିରେ ଥିବା ଧୂଳି ଏବଂ ଜାଲକୁ ସଫା କରିବା ଉଚିତ। ଏହା ଦ୍ୱାରା ଆପଣଙ୍କ ଭାଗ୍ୟ କେବେବି ଖରାପ ହୋଇନଥାଏ।

ଅନେକ ଲୋକଙ୍କର ଏହି ଅଭ୍ୟାସ ଥାଏ କି ପୁରୁଣା ଘଡିକୁ ସଜାଡି ଚଲେଇ ଥାନ୍ତି। ନୂଆ ଘଡି ଆସିଲେ ପୁରୁଣା ଘଡିକୁ ଆଉ ଅନ୍ୟ କେଉଁଠି ଲଗେଇ ଦିଅନ୍ତି। ଦୟାକରି ଏମିତି କରନ୍ତୁ ନାହିଁ। ପୁରୁଣା ଭଙ୍ଗା ଧୁଳିଆ ଘଡି ଆଉ ବନ୍ଦ ପଡିଥିବା ଘଡିକୁ କେବେବି ଭୁଲରେ ବି ରଖନ୍ତୁ ନାହିଁ। ବନ୍ଦ ପଡିଥିବା ଘଡିକୁ ଘରେ ରଖିଲେ ବ୍ୟକ୍ତିର ଜୀବନରେ ନୂଆ ଅଵସର ଆସେନାହିଁ ଆଉ ନିଜର କାର୍ଯ୍ୟରେ ସଫଳତା ପ୍ରାପ୍ତି କରି ପାରିନଥାଏ।

ଘଡିର ସଠିକ ଦିଗ। ଘଡିକୁ କେବେବି ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗ ଯମ ଲୋକଙ୍କ ମାନାଯାଏ। କାଳର ଅନ୍ତିମ ଚକ୍ର ଏହିଠାରୁ ଆରମ୍ଭ ହୋଇଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିଗକୁ ଅଶୁଭ ମାନାଯାଏ। ଘରର ଘଡିକୁ ଉତ୍ତର ପୂର୍ବ ଏବଂ ପଶ୍ଚିମ ଦିଗରେ ଲଗେଇବା ଉଚିତ। ଘଡିକୁ କେବେବି ମୁଖ୍ୟ ଦ୍ୱାର ଘରର କବାଟ କିମ୍ବା ଯିବା ଆସିବା କରାଯାଉଥିବା କୌଣସି ବି କବାଟ ଉପରେ କେବେବି ଲଗାନ୍ତୁ ନାହିଁ।

ଏହା ଦ୍ବାରା ସମୟର ପ୍ରଭାବ ଆପଣଙ୍କ ଯିବା ଆସିବା ଏବଂ ଦିନଚର୍ଯ୍ୟ ପ୍ରତି ପଡିଥାଏ। ଘଡିକୁ ସର୍ବଦା କାନ୍ଥରେ ଲଗାନ୍ତୁ। ଯାହା ଦ୍ୱାରା ଆପଣ ସମୟକୁ ନିଜ ସାମ୍ନାରେ ଦେଖିପାରିବେ। ଘଡି ସମୟର ପ୍ରତୀକ ଅଟେ। ଏବଂ କ୍ୟାଲେଣ୍ଡରବି ତା ସହିତ ଜଡ଼ିତ ତାରିଖର ବି ଲେଖା ଯୋଖା କହିଥାଏ। କ୍ୟାଲେଣ୍ଡରକୁ ପୂର୍ବ ଏବଂ ଉତ୍ତର ଦିଗରେ କେବେବି ଲଗେଇବା ଉଚିତ ନୁହେଁ। ଏହାକୁ ବାସ୍ତୁଶାସ୍ତ୍ରରେ ଅଶୁଭ ମାନାଯାଏ। ଘରେ ନୂଆ କ୍ୟାଲେଣ୍ଡର ସହିତ ପୁରୁଣା କ୍ୟାଲେଣ୍ଡର କେବେବି ରଖନ୍ତୁ ନାହିଁ।

କ୍ୟାଲେଣ୍ଡର ଏବଂ ଘଡି ଦୁଇଟି ଯାକ ଆସୁଥିବା ସମୟର ସୂଚକ ଅଟେ। ଯିଏ ଆମକୁ ଆଗକୁ ବଢିବାର ପ୍ରେରଣା ଦେଇଥାଏ। ତାକୁ ସମୟ ଅନୁସାରେ ଲଗେଇବା ଉଚିତ। ଖାସ କରି ଘଡିକୁ କେବେବି ସମୟର ପଛରେ ରଖନ୍ତୁ ନାହିଁ ଆପଣ ୫ ରୁ ୧୦ ମିନିଟ ଆଗେଇ ରଖନ୍ତୁ। ଏହା ଦ୍ବାରା ଆପଣଙ୍କୁ କେବେବି ସମୟର କାଳ ଚକ୍ରର ଦୁଷ୍ଟ ପରିଣାମ ପ୍ରାପ୍ତ ହେବ ନାହିଁ।

କ୍ୟାଲେଣ୍ଡରକୁ କେବେବି ଶୋଇବା ଘରେ ରଖନ୍ତୁ ନାହିଁ କି ମୁଖ୍ୟ ଦ୍ୱାରରେ ବି ଟାଙ୍ଗିବେ ନାହିଁ। ଏହା ଦ୍ୱାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *