Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ମଙ୍ଗଳବାର କରି ଦିଅନ୍ତୁ ଏହି ସାଧାରଣ ତୋଟକା । ଖୋଲିଯିବ ଭାଗ୍ୟ ଏବଂ ଶ୍ରୀହନୁମାନ ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ଶ୍ରୀହନୁମାନ ଏହି ପୃଥିବୀ ପୃଷ୍ଠରେ ଏକମାତ୍ର ଦେବତା ଅଟନ୍ତି ଯିଏକି ସ୍ୱଶରୀରରେ ବିଦ୍ୟମାନ ଅଛନ୍ତି । ଶ୍ରୀହନୁମାନଙ୍କ ପୂଜା ପାଇଁ ଏବଂ କୃପା ପାଇବା ପାଇଁ ମଙ୍ଗଳବାର ଦିନଟି ମହତ୍ତ୍ୱପୂର୍ଣ୍ଣ ଅଟେ । ତେଣୁ ଏହି ଦିନ ହନୁମାନ ମନ୍ଦିରକୁ ଯାଇ ପୂଜା କରିବା ସମୟରେ କିମ୍ବା ହନୁମାନ ମନ୍ଦିରକୁ କେବଳ ଗଲେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ଏହିଦିନ ହନୁମାନଙ୍କ କୃପା ପାଇବା ପାଇଁ ଉପଯୁକ୍ତ ହୋଇଥାଏ ଏବଂ ଏହିଦିନ କିଛି ବିଶେଷ ପ୍ରୟୋଗ କଲେ ତାହା ଫଳପ୍ରଦ ମଧ୍ୟ ହୋଇଥାଏ । ଶ୍ରୀହନୁମାନ ମହାଦେବଙ୍କର ଏକ ତମ ଅବତାର ଅଟନ୍ତି । ତେଣୁ ଶ୍ରୀହନୁମାନ ମହାଦେବଙ୍କ ଭଳି ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ତେବେ କୌଣସି ପ୍ରକାରର ସମସ୍ୟା ଜୀବନରେ ଥିଲେ ତାହା ଶ୍ରୀହନୁମାନଙ୍କ କୃପା ଦ୍ୱାରା ନିଶ୍ଚିତ ଦୂର ହୋଇଯିବ ।

ଶାସ୍ତ୍ର ଅନୁଯାୟୀ ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ ଆପଣଙ୍କୁ ପାଞ୍ଚଟି ମଙ୍ଗଳବାର କରିବାର ଆବଶ୍ୟକତା ରହିଛି । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ବିଶେଷ କରି ଶ୍ରୀହନୁମାନଙ୍କ ଆରାଧନା ପାଇଁ ମଙ୍ଗଳବାର ଏବଂ ଶନିବାର ବିଶେଷ ଅଟେ । ତେଣୁ ଏହି ଦିନ ଚୋଲା ଚଢ଼ାଇବାର ବିଧାନ ରହିଛି । ଏହାଦ୍ବାରା ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଶ୍ରୀହନୁମାନଙ୍କ ବିଶେଷ କୃପା ପାଇବା ପାଇଁ ପାଞ୍ଚଟି ମଙ୍ଗଳବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ନାଲି ବସ୍ତ୍ର ପିନ୍ଧି ଆଖପାଖ କୌଣସି ମନ୍ଦିରକୁ ଯାଇ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତୁ ।

ମଙ୍ଗଳବାର କିମ୍ବା ଶନିବାର ଦିନ ଚୋଲା ଅର୍ଥ ସିନ୍ଦୁର ଏବଂ ଚମେଲି ତେଲର ପ୍ରଲେପ ଚଢ଼ାଇ ଦିଅନ୍ତୁ । ଏହାଦ୍ବାରା ଶ୍ରୀହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଆପଣ ଏଥିରେ ଗାଈ ଘିଅ ମଧ୍ୟ ବ୍ୟବହାର କରି ପାରିବେ । ସିନ୍ଦୁର ଏବଂ ଚମେଲି ତେଲକୁ ଭଲ ଭାବରେ ମିଶାଇ ଶ୍ରୀହନୁମାନଙ୍କୁ ଲେପ ଲଗାନ୍ତୁ । ଏହାଦ୍ବାରା ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ଦୁଃଖ କଷ୍ଟ ଦୂର କରନ୍ତି ।

ଶ୍ରୀହନୁମାନଙ୍କ ଚେହେରାରେ ସିନ୍ଦୁର ଲଗାଯାଏ ନାହିଁ ଏବଂ ସ୍ତ୍ରୀ ଲୋକ ମାନେ ମଧ୍ୟ ଶ୍ରୀହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । କାରଣ ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । ଆଖିରେ ମଧ୍ୟ ସିନ୍ଦୁର ଲଗାଇବା ଉଚିତ ନୁହେଁ । ତେବେ ଏହି ଉପାୟ ଅତ୍ୟନ୍ତ ଶ୍ରଦ୍ଧା ଭାବରେ କରନ୍ତୁ ।ଲେପ କରିବା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ କିମ୍ବା ଶ୍ରୀରାମଚନ୍ଦ୍ର ନାମ ଜପ କରନ୍ତୁ ।

ଏହାପରେ ଶ୍ରୀହନୁମାନଙ୍କୁ ପାନ , ସୁପାରି , ପାନ ବିଡ଼ା ଏହାପରେ ଶ୍ରୀହନୁମାନଙ୍କୁ ନାଲି ବସ୍ତ୍ର ଅର୍ପିତ କରନ୍ତୁ ଏବଂ ଏକୁଟିଆ ବସି ହନୁମାନ ଚାଳିଶା ପାଠ କରନ୍ତୁ । ଏହାବ୍ୟତୀତ ଆପଣ ସୁନ୍ଦରକାଣ୍ଡର ପାଠ କରିବା ଦ୍ୱାରା ମନସ୍କାମନା ବହୁତ ଜଲଦି ପୂରଣ ହୋଇଥାଏ । ଶ୍ରୀହନୁମାନଙ୍କୁ ଆପଣ ଗୁଡ଼ ଚଣା , ବୁନ୍ଦୀ ଲଡୁ କିମ୍ବା ବେସନ ଲଡୁ ମଧ୍ୟ ଅର୍ପିତ କରି ପାରିବେ ।

ମାତ୍ର ଭୋଗରେ ତୁଳସୀ ପତ୍ର ନିଶ୍ଚିତ ଅର୍ପିତ ହେବା ଆବଶ୍ୟକ । ତୁଳସୀ ପତ୍ର ଦ୍ୱାରା ଶ୍ରୀହନୁମାନ ବହୁତ ଜଲଦି ତୃପ୍ତ ହୋଇଥାନ୍ତି । ଶ୍ରୀହନୁମାନଙ୍କୁ ତୁଳସୀ ପତ୍ର ଅର୍ପିତ କରୁଥିବା ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯାଏ । ସନ୍ଧ୍ୟା ସମୟରେ ଚମେଲି ତେଲ କିମ୍ବା ଘିଅ ଦୀପ ପ୍ରଜ୍ଜ୍ଵଳିତ କରିବା ଦ୍ୱାରା ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *