Excuse Me Odisha

ଯାହା କହିବୁ ସତ କହିବୁ

ବେଡ଼ରୁମରେ ସ୍ୱାମୀ ସ୍ତ୍ରୀ ଏପରି ଶୋଇବା ଉଚିତ ନୁହେଁ। ପରିବାର ହୋଇଯାଇଥାଏ ବର୍ବାଦ।

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଆମେ ଯେଉଁ ସ୍ଥିତିରେ ସୋଇଥାଉ ତାର ଆମର ଦିନଚର୍ଯ୍ୟ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ। ଯଦି ଆପଣ ରାତିରେ ସମ୍ପୂର୍ଣ ଭାବେ ଆନନ୍ଦ ଏବଂ ସୁଖ ଦାୟକ ନିଦ ନେଇଥିବେ ତ ଆପଣ ପୁରା ଦିନ ସତେଜ ଅନୁଭବ କରିବେ ତଥା ଆପଣଙ୍କ ଶରୀରେ ଚଞ୍ଚଳତା ବନି ରହିବ। ଏହାର ବିପରୀତ ଯଦି ଆପଣ କୌଣସି କାରଣରୁ ରାତିରେ ଭଲ ଭାବରେ ଶୋଇନଥିବେ ଅଥବା ପୁରା ରାତି ପାସ ନେଉଟୁ ଥିବେ ତ ଆପଣଙ୍କର ପରବର୍ତୀ ଦିନ ତନାବ ଏବଂ ଅଳସୁଆ ଅନୁଭବ ହେବ। ଆପଣଙ୍କର କୌଣସି କାମରେ ମନ ଲାଗିବ ନାହିଁ। ଏହାର କାରଣ ଏହା ଅଟେ ଯଦି ଆମକୁ ନିଦ ଆସୁନାହିଁ ତ ଏହାର କାରଣ ଆମେ ଯେଉଁ ସ୍ଥିତିରେ ଶୋଇଥାଉ ତାହା ଭୁଲ ଅଟେ। ତେବେ ଆସନ୍ତୁ ଜାଣିବା ଆମକୁ ପଲଙ୍କ ଉପରେ କେଉଁ ପ୍ରକାରରେ ଶୋଇବା ଉଚିତ।

ପ୍ରଥମ କଥା। ଯଦି କୌଣସି ବ୍ୟକ୍ତି ଦକ୍ଷିଣ ଦିଗକୁ ଗୋଡ଼ ଏବଂ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥାଏ ତ ଏହା ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଉଭୟ ଦୃଷ୍ଟିରୁ ଭୁଲ ମାନାଯାଏ। ଆଧ୍ୟାତ୍ମିକ କାରଣ ଏହା ଅଟେ କି ଦକ୍ଷିଣ ଦିଗକୁ ପ୍ରାଚୀନ ଧର୍ମ ଗ୍ରନ୍ଥରେ ଯମରାଜଙ୍କ ସ୍ଥାନ ମାନାଯାଇଛି। ଯଦି କୌଣସି ବ୍ୟକ୍ତି ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇ ଥାଏ ତ ତାକୁ ଏମିତି ଅନୁଭବ ହୋଇଥାଏ ଯେମିତି ସେ ଯମ ଲୋକକୁ ଯାଉଛି। ଏହା ସହିତ ଏମିତି ଶୋଇଲେ ଅଧିକ ଖରାପ ସ୍ୱପ୍ନ ବି ଆସିଥାଏ। ବୈଜ୍ଞାନିକ କାରଣ ଏହା ଅଟେ ଉତ୍ତର ଦିଗରୁ ଧ୍ରୁବ ଲଗାତାର ଚମକଦାର ଉର୍ଜା ପ୍ରବାହିତ ହୋଇଥାଏ। ଆଉ ଧରତୀର ସବୁ ନିର୍ଜୀବ ଏବଂ ସଜୀବ ଵସ୍ତୁ ଏହି ଉର୍ଜାର ନିୟନ୍ତ୍ରଣରେ ଆସିଥାନ୍ତି।

ଏଥିପାଇଁ ଯେଉଁ ବ୍ୟକ୍ତି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥାଏ ତାର ମସ୍ତିଷ୍କରେ ଏହି ଚୁମ୍ବକୀୟ ଧାରା ପ୍ରବେଶ କରିଥାଏ ଆଉ ସେହି ବ୍ୟକ୍ତିର ସମ୍ପୂର୍ଣ୍ଣ ଉର୍ଜାକୁ ବାହାର କରି ନେଇଯାଇଥାଏ। ଏଥିପାଇଁ ଉତ୍ତରକୁ ମୁଣ୍ଡ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଭଲ ନିଦ ଆସିନଥାଏ ପରବର୍ତ୍ତୀ ଦିନରେ ସ୍ୱଭାବରେ ପରିବର୍ତ୍ତନ ଆସିଥାଏ। ଯେମିତିକି ଚିଡିଚିଡା ପଣ ଆଳସୁଆ କ୍ରୋଧ ଇତ୍ୟାଦି। ଏହା ଦ୍ବାରା ଶରୀରର ରକ୍ତ ସଂଚାଳନ ଉପରେ ବି ପ୍ରଭାବ ପଡିଥାଏ। ଉଚ୍ଚ ରକ୍ତ ଚାପ କିମ୍ଵା ନିମ୍ନ ରକ୍ତ ଚାପରେ ଶିକାର ହୋଇଯାନ୍ତି। ଏଥିପାଇଁ ଯଦି ସୁଖଦାୟକ ନିଦ ସହିତ ଭଲ ଦିନ ବ୍ୟତୀତ କରିବାକୁ ଚାହୁଁଛନ୍ତି ତ ଶୋଇବାର ଅନୁଚିତ ସ୍ଥିତିକୁ ତ୍ୟାଗ କରିଦିଅନ୍ତୁ ଆଉ ଠିକ ସ୍ଥିତି ବାଛନ୍ତୁ।

ଶୋଇବାର ଠିକ ସ୍ଥିତି ଉତ୍ତର ଆଡ଼କୁ ଗୋଡ଼ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ଏହାର ଦୁଇଟି କାରଣ ଅଛି। ଗୋଟେ ଆଧ୍ୟାତ୍ମିକ ଏବଂ ଅନ୍ୟଟି ବୈଜ୍ଞାନିକ। ଆଧ୍ୟାତ୍ମିକ କାରଣ ଏହା ଅଟେ କି ଯଦି କୌଣସି ବ୍ୟକ୍ତି ଉତ୍ତର ଦିଗକୁ ଗୋଡ଼ କରି ଶୋଇଥାଏ ତ ତାକୁ ଏମିତି ଲାଗିଥାଏ କି ଉତ୍ତର ଦିଗର ସ୍ୱାମୀ କୁବେରଙ୍କର ସରଣରେ ଯାଉଛି। ଯାହା ତାକୁ ଆର୍ଥିକ ସମ୍ପର୍ଣ୍ଣତା ପ୍ରାପ୍ତ ହେବ। ବୈଜ୍ଞାନିକ କାରଣ ଏହା ଅଟେ ଯଦି କୌଣସି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ କରି ଶୋଇ ଥାଏ ତ ଉତ୍ତର ଦିଗରୁ ପ୍ରବାହିତ ଚୁମ୍ବକୀୟ ଧାରା ପାଦରେ ପ୍ରବେଶ କରି ପୁରା ଶରୀରର ଉର୍ଜାକୁ ଏକତ୍ରିତ କରିଥାଏ। ଏପରି ସ୍ଥିତିରେ ଶୋଉଥିବା ବ୍ୟକ୍ତି ପୁରା ଦିନ ସତେଜର ଅନୁଭବ କରିବ।

ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ବି ଉତ୍ତମ ମାନାଯାଇଛି। କିନ୍ତୁ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ମାନାଯାଏ ନାହିଁ। ଯେଉଁ ବ୍ୟକ୍ତି ପଶ୍ଚିମକୁ ମୁଣ୍ଡ କରି ଶୋଇଥାଏ ତାକୁ ରୋଗ ତଥା ସନ୍ତାନ କଷ୍ଟ ଭଳି ଦୁଃଖର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ଶୋଇବା ସମୟରେ ଏସବୁ କଥାର ବିଶେଷ ରୂପରେ ଧ୍ୟାନ ଦେବା ଉଚିତ।

ଅଗ୍ନି କୋଣରେ କେବେବି ଶୟନ କକ୍ଷ ନିର୍ମାଣ କରିବା ଉଚିତ ନୁହେଁ। ସୁନ୍ଦର ଚିତ୍ର ଆଉ ଫୋଟକୁ କକ୍ଷର ଉତ୍ତର କିମ୍ବା ପୁରା କାନ୍ଥରେ ଲଗେଇବା ଉଚିତ।

ଶୟନ କକ୍ଷରେ ପୁର୍ବଜଙ୍କ ଫୋଟ ଯୁଦ୍ଧର ଦୃଶ୍ୟ ହିଂସ୍ର ପଶୁ ପକ୍ଷୀଙ୍କ ଚିତ୍ର ରଖିବା ଉଚିତ ନୁହେଁ। ଏହା ଅଶୁଭ ଫଳ ଦେଇଥାଏ।

ଶୟନ କକ୍ଷର ବାହାର କାନ୍ଥରେ ଦର୍ପଣ ଲଗେଇବା ଉଚିତ ଏହା ନକରାତ୍ମକ ଉର୍ଜାର ନିବାରଣ କରିଥାଏ। ଏହି ଦର୍ପଣକୁ ଲାଲ କନାରେ ବାନ୍ଧି ଟାଙ୍ଗିବା ଉଚିତ।

ଶୟନ କକ୍ଷରେ ଆଲମାରୀ ସୁଟକେସ ଇତ୍ୟାଦି ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥ ସାଇଟକୁ ରଖିବା ଉଚିତ।

ଶୟନ କକ୍ଷରେ ଘଡି ପୂର୍ବ କିମ୍ବା ପଶ୍ଚିମ ଦିଗରେ ଲଗାନ୍ତୁ। ଘଡି ଟାଙ୍ଗିବା ପାଇଁ ଉତ୍ତର ଦିଗକୁ ବି ଶ୍ରେଷ୍ଠ ମାନାଯାଏ।

ଶୟନ କକ୍ଷରେ ପଲଙ୍କକୁ ସର୍ବଦା କାନ୍ଥରୁ ଟିକେ ଦୂରେଇ ରଖିବା ଉଚିତ।

ଶୟନ କକ୍ଷରେ ପଲଙ୍କର ବାମ ସାଇଟରେ ପାଣି ରଖି ପାରିବେ।

ଶୟନ କକ୍ଷରେ ବେଡ଼ କବାଟ ପାଖରେ ରହିବା ଉଚିତ ନୁହେଁ। ଏହା ଦ୍ବାରା ମନରେ ଅଶାନ୍ତି ବ୍ୟାକୁଳତା ବନି ରହିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀକୁ ଶୟନ କକ୍ଷରେ ରଖିବା ଉଚିତ ନୁହେଁ। ଯଦି ରଖିବା ଆବଶ୍ୟକ ତେବେ ଏମିତି ରଖନ୍ତୁ ନାହିଁ। ଦକ୍ଷିଣ ଦିଗରେ ରଖିବା ଉଚିତ। ଆଲମାରୀ ଖୋଲିଲେ ଆଲମାରୀର ମୁହଁ ଉତ୍ତର ଦିଗକୁ ଖୋଲିବ।

ଶୟନ କକ୍ଷର କବାଟ ଉତ୍ତର ପୂର୍ବ କିମ୍ବା ପଶ୍ଚିମ ସାଇଟକୁ ରଖିବା ଉଚିତ।

ଶୟନ କକ୍ଷର ପଲଙ୍କ ଉପରେ କୌଣସି ମଇଳା ବସ୍ତୁ ରଖିବା ଉଚିତ ନୁହେଁ। ଏହା ଦ୍ବାରା ବ୍ୟକ୍ତିର ଜୀବନ ଉପରେ କରଜର ଭାର ବଢିଥାଏ।

ଶୟନ କକ୍ଷରେ ଶୋଇବା ସମୟରେ ଯେପରି ରଶ୍ମି ଡାହାଣ ସାଇଟରୁ ଉପରେ ପଡୁନଥିବ ବାମ ସାଇଟରୁ ରଶ୍ମି ଆସିବା ଦରକାର।

ଶୟନ କକ୍ଷରେ ବିଦ୍ୟୁତ ସାମଗ୍ରୀ ଜିନିଷ ସର୍ବଦା ଅଗ୍ନି କୋଣରେ ରଖିବା ଉଚିତ।

ନବ ବିବାହିତ ପତି ପତ୍ନୀଙ୍କ କକ୍ଷ ବାୟୁ କୋଣରେ ରଖିବା ଉଚିତ। ଏହା ତାଙ୍କ ପାଇଁ ଶୁଭ ହୋଇଥାଏ। ଏହା ଦ୍ବାରା ତାଙ୍କ ଭିତରେ ପ୍ରେମ ବୃଦ୍ଧି ହୋଇଥାଏ।

ଯଦି ଘରେ କୌଣସି ବିବାହ ଯୋଗ୍ୟ ଯୁବତୀ ଘରେ ଥିବେ ଆଉ କୌଣସି କାରଣରୁ ବିବାହ ହୋଇପାରୁନଥିବ ତ ସେହି ଯୁବତୀର ଶୟନ କକ୍ଷ ଘରର ବାୟୁ କୋଣ ଅର୍ଥାତ ଉତ୍ତର-ପଶ୍ଚିମରେ ବନେଇବା ଉଚିତ। ଏହା ଦ୍ବାରା ତାଙ୍କ ଜୀବନରେ ବିବାହକୁ ନେଇ ଆସୁଥିବା ସବୁ ସମସ୍ୟା ଦୂର ହୋଇଯିବ। ଆଉ ତାକୁ ଯୋଗ୍ୟ ବର ପାତ୍ର ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *