Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୫ ସୋମବାର ୧୦୮ ଚାଉଳ ଦାନା ଏବଂ ଦୁଇଟି ଲବଙ୍ଗ ସହିତ କରି ଦିଅନ୍ତୁ ଏହି ମହାଉପାୟ । ପ୍ରସନ୍ନ ହେବେ ମହାଦେବ ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯାହାଦ୍ୱାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ମହାଦେବ ଯେତେ ଜଲଦି ପ୍ରସନ୍ନ ହୁଅନ୍ତି ସେତେ ଦୃଢ଼ ପରୀକ୍ଷା ମଧ୍ୟ ନିଅନ୍ତି । ଏହାର ଏକ ଉଦାହରଣ ମଧ୍ୟ ଶାସ୍ତ୍ରରେ ରାବଣର କାହାଣୀ ବର୍ଣ୍ଣିତ ହୋଇଛି । ତେଣୁ ସଂଘର୍ଷ ସମୟରେ ମହାଦେବଙ୍କୁ ଉପାସନା କରିବା ଉଚିତ । କିନ୍ତୁ ଏଥିରେ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ସମର୍ପଣ ରହିବା ଉଚିତ ନଚେତ ଯେତେ ସୋମବାର ବ୍ରତ କଲେ ବି ସୁଦ୍ଧା ତାହାର କୌଣସି ଲାଭ ହେବ ନାହିଁ । ଆଉ ଏକ କାହାଣୀ ଅନୁଯାୟୀ ଦ୍ରୌପଦୀର ଚିର ହରଣ ସମୟରେ ସେ ଭୀଷ୍ମ ପିତାମହଙ୍କୁ ଗୁହାରି କରୁଥିଲେ । ଶେଷରେ ଯେତେବେଳେ ସାହାଯ୍ୟ ମାଗି ଥକିଗଲେ ସେତେବେଳେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୁହାରି କଲେ ।

ଏହାପରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ବଞ୍ଚାଇ ଥିଲେ । ଏଥିରେ ଦ୍ରୌପଦୀ ପଚାରିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ପୂର୍ବରୁ କାହିଁକି ତାଙ୍କୁ ବଞ୍ଚାଇବାକୁ ଆସି ନଥିଲେ । ଏଥିରେ ଶ୍ରୀକୃଷ୍ଣ କହିଥିଲେ ଯେ ଯେତେ ପର୍ଯ୍ୟନ୍ତ ସେ ବାହାର ଲୋକଙ୍କୁ ସାହାଯ୍ୟ ମାଗୁଥିଲେ ସେତେ ପର୍ଯ୍ୟନ୍ତ ସେ ସାହାଯ୍ୟ କରିବାକୁ ଆସୁ ନଥିଲେ ।

ଯେତେବେଳେ ଦ୍ରୌପଦୀ ଅନ୍ୟ ଲୋକଙ୍କୁ ଛାଡ଼ି ଭଗବାନଙ୍କ ଶରଣ ନେଲେ ସେତେବେଳେ ହିଁ ଭଗବାନ ବିଷ୍ଣୁ ତାଙ୍କ ରକ୍ଷା କରିଥିଲେ । ତେଣୁ ମହାଦେବଙ୍କ ଶରଣକୁ ଯିବା ପୂର୍ବରୁ କାହାରି କଥାରେ ନୁହେଁ ବରଂ ନିଜ ଇଚ୍ଛାରେ ଏବଂ ପୂର୍ଣ୍ଣ ସମର୍ପଣର ସହିତ ଯାଆନ୍ତୁ । ଏହାବ୍ୟତୀତ ତିନୋଟି ଜିନିଷ ଯଥା ଜଳ , ଅକ୍ଷତ ଏବଂ ବେଲପତ୍ର ନେଇ ଭଗବାନ ଶିବଙ୍କୁ ଅର୍ପିତ କଲେ ମଧ୍ୟ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ।

ଭଗବାନ ଶିବଙ୍କ ଶରୀରରେ ବିଷ ପ୍ରସାରିତ ହେଉଥାଏ ଯେଉଁ କାରଣରୁ ଶରୀରରେ ଜ୍ଵଳନ ହୁଏ । ତେଣୁ ଭଗବାନ ଶିବଙ୍କୁ ସାଧାରଣ ଜଳ ସହିତ ଗଙ୍ଗା ଜଳ ମିଶାଇ ଅଭିଷେକ କଲେ ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତି ତେବେ ମହାଦେବ ଆହୁରି ଜଲଦି ପ୍ରସନ୍ନ ହୁଅନ୍ତି । ଏମିତିରେ ମହାଦେବଙ୍କୁ ଭସ୍ମ , ଶମୀ ପତ୍ର , ଧଳା ଫୁଲ ଏହିଭଳି ଅନେକ ଜିନିଷ ମଧ୍ୟ ଅର୍ପିତ କରାଯାଏ । କିନ୍ତୁ ସଂଘର୍ଷ ସମୟରେ ଏହି ତିନୋଟି ଜିନିଷ ଖୁବ ଲାଭଦାୟୀ ହୋଇଥାଏ । ଏହାଦ୍ବାରା ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାରେ ଆଗ୍ରହ ଆସିଥାଏ । ଯଦି ଆପଣ ଅଖଣ୍ଡ ଲକ୍ଷ୍ମୀ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ମହାଦେବଙ୍କୁ ଅକ୍ଷତ ଅର୍ପିତ କରନ୍ତୁ ।

ମନେ ରଖନ୍ତୁ ମହାଦେବଙ୍କ ପୂଜା କରିବା ପରେ ନନ୍ଦୀ ମହାରାଜଙ୍କ ପୂଜା କରିବାକୁ ଆଦୋୖ ଭୁଲନ୍ତୁ ନାହିଁ । ନଚେତ ପୂଜା ପୂର୍ଣ୍ଣ ହୁଏନାହିଁ । ତେଣୁ ଶିବ ପରିବାରର ପୂଜା ନିଶ୍ଚିତ କରନ୍ତୁ । ମହାଦେବଙ୍କ ଅଭିଷେକ କିମ୍ବା ଜଳ ଚଢ଼ାଇବା ପରେ ଜଳ ଯେଉଁ ବାଟ ଦେଇ ବୋହି ଯାଏ ତାହାକୁ ଡେଇଁ ଯିବା ଉଚିତ ନୁହେଁ ।

କାରଣ ସେହି ସ୍ଥାନରେ ୩୫ କୋଟି ଦେବଦେବୀ ସେହି ଜଳକୁ ପ୍ରସାଦ ଆକାରରେ ପାଇବା ପାଇଁ ଅପେକ୍ଷା କରି ରହନ୍ତି । ମନ୍ଦିରକୁ ପ୍ରେବେଶ କରିବା ସମୟରେ ମନ୍ଦିରର ଘଣ୍ଟି ବଜାଇବା ଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୋଇଥାଏ । ଏହାବ୍ୟତୀତ ପୂଜା ପରେ ପାଞ୍ଚ ମିନିଟ ମନ୍ଦିରରେ ମହାଦେବଙ୍କ ସମ୍ମୁଖରେ ବସି ନିଜ ଜୀବନର କଷ୍ଟ ସମସ୍ୟା କହି ଦିଅନ୍ତୁ ।

ଯଦି କିଛି ସମୟ ପରେ ଆପଣଙ୍କ ଆଖିରୁ ଅଶ୍ରୁ ବାହାରେ ତେବେ ଏହାର ଅର୍ଥ ମହାଦେବ ଆପଣଙ୍କ ପ୍ରାର୍ଥନା ଶୁଣିଛନ୍ତି ତେଣୁ ଆପଣଙ୍କ କଷ୍ଟ ନିଶ୍ଚିତ ଦୂର ହୋଇଯିବ । ଯଦି ଆପଣଙ୍କୁ ମହାଦେବଙ୍କ ପ୍ରିୟ ସବୁ ଜିନିଷ ମିଳୁନାହିଁ ତେବେ ସୋମବାର ଦିନ କେବଳ ଜଳ , ଅକ୍ଷତ ଏବଂ ବେଲପତ୍ର ନେଇ ଅର୍ପିତ କରି ଦିଅନ୍ତୁ । ଯଦି ବେଲପତ୍ର ନମିଳେ ତେବେ ମନ୍ଦିର ଯାଇ ପୂର୍ବରୁ ଅର୍ପିତ କରାଯାଇଥିବା ବେଲପତ୍ର ନେଇ ଜଳରେ ସାମାନ୍ୟ ଧୋଇ ତାହାକୁ ପୁଣିଥରେ ଅର୍ପିତ କରି ପାରିବେ । କାରଣ ବେଲପତ୍ର ବାସୀ ହୁଏନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *