Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୪ ପୂର୍ଣ୍ଣିମା ଦିନ ରାତିରେ ଘରର ଏହି ସ୍ଥାନରେ ଜଳାଇ ଦିଅନ୍ତୁ ଗୋଟିଏ ଦୀପ । ଘରକୁ ଆସିବେ ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ପୂର୍ଣ୍ଣିମା ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା ଅଟେ । କାରଣ ଏହିଦିନ ବିବାହିତା ମହିଳା ମାନେ ବଟ ସାବିତ୍ରୀ ପୂଜା କରି ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି । କିନ୍ତୁ ଉତ୍ତର ଭାରତରେ ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ରଖା ଯାଇଥାଏ । ତେବେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନ କରି ଦାନ ଏବଂ ବ୍ରତ ରଖିବାର ମାନ୍ୟତା ରହିଛି ।

ଏହାବ୍ୟତୀତ ଏହିଦିନ ବିବାହିତା ମହିଳା ମାନେ ବ୍ରତ ରଖି ସତ୍ୟନାରାୟଣ ପୂଜା କରିଥାନ୍ତି । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହି ଚନ୍ଦ୍ରଙ୍କ ପୂଜା କଲେ ଦୋଷ ଦୂର ହୋଇଥାଏ । ଚଳିତ ବର୍ଷ ଏହା ୧୧.୧୬ ରେ ଆରମ୍ଭ ହୋଇ ୯.୧୧ ପର୍ଯ୍ୟନ୍ତ ରହିବ । ଏହିଦିନ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବାର ବିଧାନ ରହିଛି । ଏହିଦିନ ଚନ୍ଦ୍ର ପୂଜନ ସମୟ ରାତି ୮.୦୦ ଅଟେ ।

ପୂର୍ଣ୍ଣିମା ଦିନ ରାତିରେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଧନ ବୈଭବର ପ୍ରାପ୍ତି ହୋଇଥାଏ । ଏହିଦିନ କିଛି ଖାସ ଉପାୟ କରି ଘରକୁ ସୁଖ ସମୃଦ୍ଧି ଫେରାଇ ଆଣିହେବ । ଅନେକ ସମୟରେ ଘରେ ଧନ କଳହ ଏବଂ ଅଶାନ୍ତିର କାରଣ ହୋଇଥାଏ । ପୁଣି ଶୁଭ କାର୍ଯ୍ୟର ସମ୍ପାଦନ କରିବା ପାଇଁ ଧନର ଆବଶ୍ୟକତା ରହିଥାଏ । ପ୍ରାୟତଃ ଲୋକେ ଧନ କମେଇବା ପାଇଁ ଦିନ ରାତି କଠିନ ପରିଶ୍ରମ କରନ୍ତି ।

କିନ୍ତୁ ତଥାପି ସେମାନଙ୍କ ପାଖରେ ଧନ ସଞ୍ଚିତ ହୋଇ ରହେନାହିଁ ଏବଂ ଖର୍ଚ୍ଚ ଅଧିକ ହୋଇଥାଏ । ଏହି ସମସ୍ୟାର ସମାଧାନ ନିମନ୍ତେ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ଘରକୁ ଆମନ୍ତ୍ରଣ କରିବା ଆବଶ୍ୟକ । ଯାହାଦ୍ୱାରା ଘରେ ଅଶାନ୍ତି ଏବଂ କଳହ ମଧ୍ୟ ଦୂର ହେବା ସହିତ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ସହଜ ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହେବା ସହିତ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି । ତେଣୁ ଘରେ ମାତା ଲକ୍ଷ୍ମୀଙ୍କ ଉପସ୍ଥିତି ବଜାୟ ରଖିବା ପାଇଁ ଘରେ ସର୍ବଦା ପୂଜା ପାଠ ଏବଂ ମାତାଙ୍କ ପ୍ରିୟ ଜିନିଷ ଅର୍ପିତ କରିବା ଉଚିତ ।

ତେବେ ସର୍ବପ୍ରଥମେ ଘରର ମୁଖ୍ୟଦ୍ୱାରକୁ ଭଲ ଭାବରେ ପରିଷ୍କାର କରି ସନ୍ଧ୍ୟ ସମୟରେ ସଫା ବସ୍ତ୍ର ଧାରଣ କରି ଘରର ମନ୍ଦିରରେ ଏକ ଦିଅ ଜଳାଇ ଦିଅନ୍ତୁ ଏବଂ ଘରର ମୁଖ୍ୟଦ୍ୱାରର ମଝିରେ ଏବଂ ଦୁଇ ପାଖରେ ଗଙ୍ଗା ଜଳ ଢ଼ାଳି ପବିତ୍ର କରନ୍ତୁ । ଆପଣ ବିନ ଲୁଣ ଅଟା ଦୀପ ବନାଇ ଜଳାଇ ପାରିବେ ।

ଦୁଇଟି ଦୀପକୁ ଘରର ମୁଖ୍ୟଦ୍ୱାରର ଦୁଇ ପାଖରେ ଚାଉଳ ପକାଇ ରଖି ଦିଅନ୍ତୁ । ଦୀପର ମୂଖକୁ ଉତ୍ତର ଦିଗକୁ ରଖି ହଳଦୀ ଏବଂ ସିନ୍ଦୁର ନେଇ ମାତା ଲକ୍ଷ୍ମୀଙ୍କ ତିଳକ କରନ୍ତୁ । ଏହାପରେ ଏକ ଧୂପ ଜଳାଇ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ପ୍ରଣାମ ଜଣାନ୍ତୁ । ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ କରିବାକୁ ଆମନ୍ତ୍ରଣ କରନ୍ତୁ । ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି ତେଣୁ ଯେଉଁ ଘରର ମୁଖ୍ୟଦ୍ୱାରରେ ଦୀପ ଜଳିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ।

ଯେଉଁ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ସେହି ଘର ସୁଖ ସମୃଦ୍ଧିରେ ଭରିଯାଏ ଏବଂ କେବେବି ଧନର ଅଭାବ ହୁଏନାହିଁ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହେବା ସହିତ ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ପରିବାର ସଦସ୍ୟଙ୍କ ମନ ସର୍ବଦା ଖୁସି ରହିଥାଏ ଏବଂ ଅଶାନ୍ତି କଳହ ଦେଖା ଦିଏନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *