Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୂର୍ବରୁ ଏହି ସ୍ଥାନରେ ରଖି ଦିଅନ୍ତୁ , ଏକ ଲୋଟା ଜଳ । କୋଟିପତି ନୁହେଁ ! ପାପ୍ତ କରିବେ ତାଠାରୁ ବି ଆହୁରି ଅଧିକ ଟଙ୍କା ।

ସେୟାର୍ କରନ୍ତୁ

ଯଦି ଆପଣ ନିଜ ଜୀବନ ବଦଳାଇବାକୁ କୌଣସି ପ୍ରୟୋଗ କରୁଛନ୍ତି ତେବେ ପ୍ରଥମତଃ ତାହାକୁ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ବିଶ୍ୱାସର ସହିତ କରନ୍ତୁ । ପୂର୍ଣ୍ଣ ବିଶ୍ୱାସ ଦ୍ୱାରା କରାଯାଉଥିବା କାର୍ଯ୍ୟର ଫଳ ମଧ୍ୟ ବେଶ ଶୁଭ ରହିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ପ୍ରୟୋଗ ବିଷୟରେ କହିବୁ , ଯାହାକୁ ଯଦି ଆପଣ ପୂର୍ଣ୍ଣ ବିଶ୍ୱାସର ସହିତ କରନ୍ତି ତେବେ ଆପଣ ନିଜ ଭାଗ୍ୟକୁ ବଦଳାଇ ପାରିବେ । ପାଣି ଏକ ଏପରି ଜିନିଷ ଯାହାକୁ ପ୍ରୟୋଗ କରି ଆପଣ ନିଜ ଜୀବନର କୌଣସି ସମସ୍ୟାକୁ ବଦଳାଇ ପାରିବେ । ଜଳ ଯେଉଁ ଜିନିଷ ସହିତ ମିଶିଥାଏ କିମ୍ବା ପ୍ରବେଶ କରିଥାଏ ସେହି ବସ୍ତୁର ଆକାର ଧାରଣ କରିଥାଏ ଏବଂ କିଛି ଜିନିଷ ସହିତ ମିଶି ମଧ୍ୟ ଯାଇଥାଏ ।

ଯଦି ଘରେ କୌଣସି ଛୋଟ କିମ୍ବା ବଡ଼ ପିଲାର ପାଠ ପଢ଼ାରେ ମନ ଲାଗୁନାହିଁ ତେବେ ଏକ କାଚ ଗ୍ଲାସରେ ପାଣି ନେଇ ସେହି ପାଣିରେ ନିଜ ମୁହଁକୁ ଦେଖି କହି ଦିଅନ୍ତୁ ଯେ ମୋର ପାଠ ପଢ଼ାରେ ମନ ଲାଗୁନାହିଁ । ତେଣୁ ଏଥର ପ୍ରତ୍ୟେକ ଦିନ ଏତିକି ଘଣ୍ଟା ପାଠ ପଢ଼ିବି ଏବଂ ଉନ୍ନତି ଆଣିବାକୁ ଚେଷ୍ଟା କରିବି । ଏହିଭଳି ସ୍ମରଣ କରି ସେହି ପାଣିକୁ ଦେଖି ଅଭିମନ୍ତ୍ରିତ କରି ଦିଅନ୍ତୁ ଏବଂ ସେହି ପିଲାକୁ ପିଆଇ ଦିଅନ୍ତୁ ।

ଏହା ଏକ ଶକ୍ତିଶାଳୀ ପ୍ରୟୋଗ ଅଟେ ଏବଂ ଏହା କରିବାର କିଛି ଦିନ ମଧ୍ୟରେ ହିଁ ଏହାର ପରିଣାମ ନଜର ଆସିବ । ଯଦି ଘରେ କେହି ପିଲା ଅନ୍ଧାରକୁ ଡରୁଛି ତେବେ ଏକ ଅନ୍ଧାର କଠୋରିରେ ଏକ ଗ୍ଲାସ ପାଣି ନେଇ ପାଣିକୁ ଚାହିଁ କହି ଦିଅନ୍ତୁ ଯେ ମୋତେ ଅନ୍ଧାରକୁ ଭୟ ଲାଗେନାହିଁ । ତାପରେ ସେହି ପାଣିକୁ ସେହି ବ୍ୟକ୍ତିକୁ ପିଆଇ ଦିଅନ୍ତୁ ।

ଶରୀରରେ ଜଳର ଅଭାବ ଏକ ବଡ଼ ସମସ୍ୟା ଅଟେ । ସେହିଭଳି ଜଳ ମନୁଷ୍ୟର ଶାରୀରିକ ଆର୍ଥିକ ଏବଂ ଅନେକ ସମସ୍ୟାର କାରଣ ହୋଇଥାଏ । କାରଣ ଆପଣଙ୍କ ଶରୀରରେ ଥିବା ପାଣି ଆପଣଙ୍କ ଶରୀର ବ୍ୟତୀତ ଆପଣଙ୍କ ଜାତକରେ ଚନ୍ଦ୍ରମାକୁ ମଧ୍ୟ ମଜବୁତ କରିଥାଏ ।

ଯଦି ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି ତେବେ ଆପଣ ଏକ ଗ୍ଲାସ ପାଣି ନେଇ ମନେ ମନେ ନିଜର ସମସ୍ୟାକୁ ସ୍ମରଣ କରି ସମସ୍ୟାର ମୁକ୍ତି ପାଇଁ ପ୍ରାର୍ଥନା କରି ନିଜେ ସେହି ଜଳକୁ ପିଇ ଯାଆନ୍ତୁ । ଲଗାତାର ସାତ ଦିନ ପର୍ଯ୍ୟନ୍ତ ଏହି ଉପାୟ କଲେ ସମସ୍ୟା ଦୂର ହୋଇଯିବ । ପାଣିର ଉପଯୋଗ କରି ବଶିକରଣ ମଧ୍ୟ କରାଯାଇଥାଏ । ଟୋନା କାହାରି ଖରାପ କରିବା ଉଦ୍ଦେଶ୍ୟରେ ଏବଂ ତୋଟକା ଭଲ କାମ ପାଇଁ ବ୍ୟବହାର କରାଯାଏ ।

ଯଦି ଆପଣ ନିଜର ଅଭିମନ୍ତ୍ରିତ ଜଳ କାହାକୁ ପିଆଇ ଦିଅନ୍ତି ତେବେ ସେହି ଜଳ ସେହି ବ୍ୟକ୍ତିର ଶରୀରରେ ପ୍ରବାହିତ ହୋଇଥାଏ ଏବଂ ସେ ଆପଣଙ୍କ ଅନୁରୂପ ହିଁ କାମ କରିବାରେ ଲାଗିଥାଏ । ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ରହିଛି , ତେବେ ତାହା ଆର୍ଥିକ ସମସ୍ୟା ହେଉ କିମ୍ବା ଶାରୀରିକ କିମ୍ବା ଅନ୍ୟ କିଛି ତେବେ ତାହାର ସମାଧାନ ପାଣି ଦ୍ୱାରା ହୋଇ ପାରିବ ।

ତେବେ ସୋମବାର ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ବିଛଣା ମୁଣ୍ଡ କରିବା ଦିଗରେ ଏକ ତମ୍ବା ଲୋଟାରେ ଜଳ ଭରି ରଖି ଦିଅନ୍ତୁ । ଶୋଇବା ପୂର୍ବରୁ ଲଗାତାର ପାଞ୍ଚ ମିନିଟ ପର୍ଯ୍ୟନ୍ତ ନିଜର ମନସ୍କାମନାକୁ ଚିନ୍ତା କରନ୍ତୁ । ଏହାଦ୍ବାରା ଜଳ ଅଭିମନ୍ତ୍ରିତ ହୋଇଯିବ । ସକାଳୁ ସେହି ପାଣିକୁ ଗଛ ମୂଳରେ ଢ଼ାଳି ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ଗଛରେ ଥିବା ଅତୃପ୍ତ ଆତ୍ମା ତୃପ୍ତ ହୋଇ ଚାଲି ଯାଆନ୍ତି । ଯାହାଦ୍ୱାରା ଆପଣଙ୍କର ସବୁ ଇଚ୍ଛା ତୃପ୍ତ ହେବାରେ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *