Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୪ ଜ୍ୟେଷ୍ଠ ପୂର୍ଣ୍ଣିମା ତୁଳସୀ ଗଛ ତଳେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ରାତାରାତି ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ପୂର୍ଣ୍ଣିମା ତିଥି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ ତେଣୁ ଏହିଦିନ କିଛି ଖାସ ଉପାୟ କଲେ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚୟ ଥାଏ ମାତ୍ର ବେଦ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା ଭଳି ଏହାର କିଛି ଖାସ କଥା ଅଧିକାଂଶ ଲୋକ ଜାଣି ନାହାଁନ୍ତି । ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ଅବସ୍ଥାନ ରହିଥାଏ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଜିନିଷ ବିଷୟରେ କହିବୁ ଯାହାକୁ ତୁଳସୀ ଗଛ ମୂଳରେ ବାନ୍ଧିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଘରକୁ ଧନ ଐଶ୍ୱର୍ଯ୍ୟର ଆଗମନ ହୋଇଥାଏ । କେବଳ ଭାରତରେ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ତୁଳସୀର ମହତ୍ତ୍ୱ ବେଶ ଅଧିକ । ପୁଣି ତୁଳସୀ ଭଗବାନ ବିଷ୍ଣୁଙ୍କ ଅର୍ଧଙ୍ଗିନୀ ।

ତୁଳସୀ ଗଛର ଉଭୟ ଆୟୁର୍ବେଦିକ ଏବଂ ତାନ୍ତ୍ରିକ ଫାଇଦା ରହିଛି । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ଉପସ୍ଥିତି ରହିଥାଏ ଏବଂ ସେଠାକାର ସବୁ ବାଧା ବିପଦ ଦୂର ହୋଇଥାଏ । ତୁଳସୀ ଗଛ ଭରପୁର ରହିଲେ ଘରେ ସେହିଭଳି ସୁଖ ସମୃଦ୍ଧି ଭରପୁର ରହିଥାଏ ଏବଂ ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ନିଶ୍ଚିତ ପକାଇବା ଉଚିତ । କାରଣ ଏହାଦ୍ୱାରା ପୂଜା ଅପୁର୍ଣ୍ଣ ମାନା ଯାଇଥାଏ ।

ଘରେ ତୁଳସୀ ଗଛ ଥିଲେ ସୁଖ ସମୃଦ୍ଧି ପାଇଁ ଚନୀ ଚଢ଼ାଇବା ନିତାନ୍ତ ଜରୁରୀ ଅଟେ । ମାତା ତୁଳସୀଙ୍କୁ ନାଲି ନୁହେଁ ବରଂ ଧଳା କିମ୍ବା ନୀଳ ଚୁନି ଚଢ଼ାଇବା ଉଚିତ । ଯଦି ଚୁନି ପୁରୁଣା କିମ୍ବା ଛିଡ଼ି ଯାଇଥାଏ ତେବେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ । ଏକାଦଶୀ କିମ୍ବା କୌଣସି ଶୁଭ ଅବସରରେ ଲୋକେ ଚୁନି ବଦଳାଇ ଦିଅନ୍ତି ।

ଶାଳୀଗ୍ରାମ ଏବଂ ତୁଳସୀର ବିବାହ କରାଇଲେ ରୋଗ ଦୁଃଖ ଶୋକ ସବୁ ଦୂର ହୋଇଥାଏ । ତୁଳସୀ ଗଛ ପାଖରେ ନିଜ ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ , ସର୍ବଦା ସ୍ୱଚ୍ଛତା ସହିତ ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ , ଗଣେଶ ପ୍ରତିମା ଏବଂ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତ ନୁହେଁ ।

ତୁଳସୀ ଗଛ ପାଖରେ ପୋଷାକ ଶୁଖାଇବା ଉଚିତ ନୁହେଁ । କେବେବି ଖରାପ ମାଟିରେ ତୁଳସୀ ଗଛ , ମୁକୁଳା କେଶରେ ତୁଳସୀରେ ଜଳ ଚଢ଼ାଇବା ଭଳି କାମ କରନ୍ତୁ ନାହିଁ । ଘରେ ଶୁଖିଲା ତୁଳସୀ ରଖିବା ଉଚିତ ନୁହେଁ । ନଚେତ ଘରର ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଏ । ଏହାର ଅର୍ଥ ଆପଣଙ୍କ ଜୀବନକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଚଢ଼ାଇବା ଉଚିତ ନୁହେଁ ।

ଏହାବ୍ୟତୀତ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଉଚିତ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ତୁଳସୀ ଗଛରେ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ ।

ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଘରର ମଝାମଝିରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଉତ୍ତମ ହୋଇଥାଏ ଏବଂ ଲୋଭ ମନୋଭାବ ଆଣି ତୁଳସୀ ଗଛ ଲଗାଇଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *